Cricket

ଅଗଷ୍ଟ ୨୨ରୁ ଆରମ୍ଭ ହେବାକୁ ଥିବା ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟ ପାଇଁ ଅଷ୍ଟ୍ରେଲିଆ ନିଜର ଦଳ ଘୋଷଣା କରିଛି

ଅଗଷ୍ଟ ୨୨ରୁ ଆରମ୍ଭ ହେବାକୁ ଥିବା ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟ ପାଇଁ ଅଷ୍ଟ୍ରେଲିଆ ନିଜର ଦଳ  ଘୋଷଣା କରିଛି। ମ୍ୟାକେର ଗ୍ରେଟ୍ ବ୍ୟାରିୟର ରୀଫ୍ ଆରିନାରେ ଅନୁଷ୍ଠିତ ହେବାକୁ ଥିବା ଏହି ମ୍ୟାଚ୍‌ରେ ଟ୍ରେଭିସ୍ ହେଡ୍‌ଙ୍କ ସହ ମ୍ୟାଟ୍ ରେନଶ’ ଓପନିଂ କରିବେ। ଓପନର ରେନଶ’ ଚୂଡାନ୍ତ ଏକାଦଶରେ ପୂର୍ବ ମ୍ୟାଚରେ ଖେଳିଥିବା ଜେକ୍ ୱେଦରାଲ୍ଡଙ୍କ ସ୍ଥାନ ପାଇଛନ୍ତି । ଜେକ୍ ପ୍ରଥମ ଟେଷ୍ଟର ଦୁଇଟି ଇନିଂସରେ ୨୩ ଏବଂ ଶୂନ  ରନ୍ କରିବା ପରେ ଦଳରୁ ବାଦ୍ ଦିଆଯାଇଛି ।दूसरे टेस्ट के लिए ऑस्ट्रेलिया ने किया प्लेइंग XI का एलान, 3 साल बाद वापस  आया स्टार खिलाड़ी | australia announced playing 11 for 2nd test vs  bangladesh matthew renshaw comeback after ...

ଅଷ୍ଟ୍ରେଲିଆ ନିଜର ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ତିନିଜଣ ଦ୍ରୁତ ବୋଲରଙ୍କ ସହ ମଇଦାନକୁ ଓହ୍ଲାଇବ। ନାଥନ ଲିୟନଙ୍କୁ ମଧ୍ୟ ଏହି ମ୍ୟାଚ୍ ପାଇଁ ଦଳରେ ସ୍ଥାନ ମିଳିଛି। ଏହାପୂର୍ବରୁ କଙ୍ଗାରୁ ଦଳ ଏହି ମ୍ୟାଚରେ ଲିୟନଙ୍କୁ ବାଦ୍ ଦେଇ ଚାରିଜଣ ଦ୍ରୁତ ବୋଲରଙ୍କ ସହ ଓହ୍ଲାଇପାରେ ବୋଲି ଖବର ଆସୁଥିଲା, କିନ୍ତୁ ଶେଷରେ ଏପରି କିଛି ହୋଇନାହିଁ। ସ୍କଟ୍ ବୋଲାଣ୍ଡଙ୍କୁ ଏହି ମ୍ୟାଚ୍‌ ରୁ ମଧ୍ୟ ବାହାରେ ରଖାଯାଇଛି । ତେବେ ପ୍ରଥମ ଟେଷ୍ଟ ମ୍ୟାଚରେ ନାଥନ ଲିୟନଙ୍କ ପ୍ରଦର୍ଶନ ସେତେଟା ଭଲ ରହି ନଥିଲା ।

Australia vs Bangladesh Test history: All match results after Bangladesh's  historic win in Darwin

ଦ୍ୱିତୀୟ ଟେଷ୍ଟ ପାଇଁ ଅଷ୍ଟ୍ରେଲିଆର ଚୂଡାନ୍ତ ଏକାଦଶ : ମ୍ୟାଟ୍ ରେନଶ’, ଟ୍ରେଭିସ୍ ହେଡ୍, ମାର୍ନସ ଲାବୁସେନ୍, ଷ୍ଟିଭ୍ ସ୍ମିଥ୍, କାମେରନ୍ ଗ୍ରୀନ୍, ଆଲେକ୍ସ କେରୀ (ୱିକେଟ୍ କିପର), ବ୍ୟୁ ୱେବଷ୍ଟର, ପ୍ୟାଟ୍ କମିନ୍ସ (ଅଧିନାୟକ), ମିଚେଲ ଷ୍ଟାର୍କ, ନାଥନ ଲିୟନ, ଜୋଶ୍ ହେଜଲଉଡ୍।

Matt Renshaw confirmed to open as Australia named their XI for the 2nd Test  against Bangladesh. #AUSvBAN #Australia

Related posts

ୱାର୍ଲ୍ଡ କପ ପୂର୍ବରୁ ଅବସର ନେଲେ ପାକିସ୍ତାନ ଖେଳାଳି

Odisha Sports Bureau

ଚେନ୍ନାଇ ୫ ଥର ଆଇପିଏଲ ବିଜେତା

ସର୍ବାଧିକ ଛକା ମାରି ରେକର୍ଡ କଲେ ଅଭିଷେକ ଶର୍ମା