Cricket

ଆଇସିସି ମାସିକ ପୁରଷ୍କାର ପାଇବେ ଟିମ୍ ଇଣ୍ଡିଆର ଯୁବ ଓପନର ଯଶସ୍ୱୀ ଜୈସ୍ୱାଲ୍

ଆଇସିସି ପକ୍ଷରୁ ସୋମବାର ଘୋଷଣା ହୋଇଛି  ଫେବ୍ରୁଆରୀ ମାସର ଶ୍ରେଷ୍ଠ ଖେଳାଳି (ପୁରୁଷ ଓ ମହିଳା) ପୁରସ୍କାର ପାଇଁ ତାଲିକା । ପୁରୁଷ ତାଲିକାରେ ଟିମ୍‌ ଇଣ୍ଡିଆର ଯୁବ ଓପନର ଯଶସ୍ୱୀ ଜୈସ୍ୱାଲ୍‌ ସ୍ଥାନ ପାଇଛନ୍ତି । ତାଙ୍କ ବ୍ୟତୀତ ନ୍ୟୁଜିଲାଣ୍ଡର କେନ୍‌ ୱିଲିୟମସନ୍‌ ଏବଂ ଶ୍ରୀଲଙ୍କାର ପଥୁମ ନିଶଙ୍କା ମଧ୍ୟ ଦୌଡ଼ରେ ରହିଛନ୍ତି । ତେବେ ଜୈସ୍ୱାଲ୍‌ ପୁରସ୍କାର ପାଇଁ ଦାବିଦାର ରହିଛନ୍ତି । ସେ ଫେବ୍ରୁଆରୀ ମାସରେ ୩ଟି ଟେଷ୍ଟ (ଇଂଲଣ୍ଡ ବିପକ୍ଷ) ଖେଳି ୧୧୨ ଆଭରେଜ୍‌ରେ ମୋଟ ୫୬୦ ରନ୍‌ ସଂଗ୍ରହ କରିଥିବାବେଳେ ସେଥିମଧ୍ୟରେ ୨ଟି ଦ୍ୱିଶତକ ଅର୍ଜନ କରିଥିଲେ । ରାଜକୋଟ (ତୃତୀୟ) ଟେଷ୍ଟର ଦ୍ୱିତୀୟ ଇନିଂସ୍‌ରେ ଜୈସ୍ୱାଲ୍‌ ଅପରାଜିତ ୨୧୪ରନ୍‌ କରିଥିଲେ । ଏହି ଇନିଂସ୍‌ରେ ସେ ୧୪ଟି ଚୌକା ଓ ୧୨ଟି ଛକା ମାରିଥିଲେ । ଏଥିସହ ଗୋଟିଏ ଇନିଂସ୍‌ରେ ସର୍ବାଧିକ ଛକା ରେକର୍ଡ଼ ସହ ସମକକ୍ଷ ହୋଇଥିଲେ । ସେହିପରି ୱିଲିୟମସନ୍‌ ୨ଟି ଟେଷ୍ଟ (ଦକ୍ଷିଣ ଆଫ୍ରିକା ବିପକ୍ଷ) ଖେଳି ୨ଟି ଶତକ ସହ ମୋଟ ୪୦୩ ରନ୍‌ କରିଥିବାବେଳେ ନିଶଙ୍କା ୩ଟି ଦିନିକିଆ ଓ ୩ଟି ଟି-ଟ୍ୱେଣ୍ଟି (ଆଫଗାନିସ୍ତାନ ବିପକ୍ଷ) ଖେଳି ଯଥାକ୍ରମେ ୩୪୬ ଏବଂ ୯୧ରନ୍‌ ସଂଗ୍ରହ କରିଥିଲେ ।

Related posts

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଘଣ୍ଟା ଜବତ

Odisha Sports Bureau

୧୨୮ ବର୍ଷପରେ ଅଲମ୍ପିକ୍ସରେ ସାମିଲ ହେବାକୁ ଯାଉଛି କ୍ରିକେଟ ସହ ଆହୁରି ୪ଟି ଗେମ

Odisha Sports Bureau

ଆଜି ଟି ୨୦ସିରିଜର ଅନ୍ତିମ ଦିନ

Odisha Sports Bureau