Cricket

ଆଜି ରାଜସ୍ଥାନ ରୟାଲ୍ସ ଓ କଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ହେବ ମୁକାବିଲା

କଲକାତା : ଆଜି ଇଡେନ୍ ଗାର୍ଡେନ୍ସରେ ପଏଣ୍ଟ ଟେବୁଲ୍ର ପ୍ରଥମ ୨ଟି ସ୍ଥାନରେ ଥିବା ରାଜସ୍ଥାନ ରୟାଲ୍ସ ଓ କଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ହେବ ମୁକାବିଲା । ରାଜସ୍ଥାନ ୬ଟିରୁ ୫ଟି ମ୍ୟାଚ୍ ଜିତି ଶୀର୍ଷରେ ଥିବାବେଳେ କେକେଆର୍ ୫ଟିରୁ ୪ଟି ମ୍ୟାଚ୍ ଜିତି ୨ୟ ସ୍ଥାନରେ ରହିଛି। ତେଣୁ ଆଜିର ମ୍ୟାଚଟି ଜବରଦସ୍ତ ହେବ ବୋଲି କୁହାଯାଉଛି । ରାଜସ୍ଥାନର ଶକ୍ତିଶାଳୀ ବ୍ୟାଟିଂ ଲାଇନ୍କୁ କେକେଆର୍ର ସୁନୀଲ ନାରାୟଣଙ୍କ ସ୍ପିନ୍ର ମୁକାବିଲା କରିବାକୁ ପଡ଼ିବ। ଗତ ୧୨ ବର୍ଷ ହେଲା ନାରାୟଣ କେକେଆର୍ ପାଇଁ ନିୟମିତ ଭାବେ ଭଲ ପ୍ରଦର୍ଶନ କରି ଆସୁଛନ୍ତି। ଗୌତମ ଗମ୍ଭୀରଙ୍କ ପରାମର୍ଶରେ ନାରାୟଣଙ୍କ ବୋଲିଂରେ ଆହୁରି ଉନ୍ନତି ଘଟିଛି। ସନ୍ରାଇଜର୍ସ ହାଇଦ୍ରାବାଦ ଭଳି ଶକ୍ତିଶାଳୀ ବ୍ୟାଟିଂ ଲାଇନ୍ ବିପକ୍ଷରେ ୧/୧୯ ଓ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍ସ ବିପକ୍ଷରେ ୧/୧୭ ବୋଲିଂ ଫିଗର ନାରାୟଣ ହାସଲ କରିଛନ୍ତି। ମଝି ଓଭରରେ ରନ୍ ରୋକିବାରେ ସିଦ୍ଧହସ୍ତ ପ୍ରମାଣିତ ହୋଇଛନ୍ତି ନାରାୟଣ। ଆଜିର ମ୍ୟାଚ୍ରେ ଫର୍ମରେ ଥିବା ରାଜସ୍ଥାନ ରୟାଲ୍ସର ବ୍ୟାଟ୍ସମ୍ୟାନ୍- ସଞ୍ଜୁ ସାମ୍ସନ, ରିୟାନ୍ ପରାଗ ଓ ସିମ୍ରନ୍ ହେତ୍ମେୟରଙ୍କୁ ରୋକିବା ନାରାୟଣଙ୍କ ପାଇଁ ବଡ଼ ଆହ୍ବାନ ହେବ।

Related posts

ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ ଏବଂ କୋଲକାତା ନାଇଟ ରାଇଡର୍ସ

ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ପ୍ରେମିକା ମାହିକାଙ୍କୁ ହୃଦୟରୁ ପ୍ରଶଂସା କରି କହିଛନ୍ତି, “ସେ ମୋ ଜୀବନରେ ଆସିବା ପରଠାରୁ ସବୁ କିଛି ବଦଳିଯାଇଛି”

Odisha Sports Bureau

ବିଶ୍ୱକପ ହାରିବା ପରେ ଭାରତୀୟ ଖେଳାଳିଙ୍କ ବାର୍ଷିକ ଆୟ ଲିଷ୍ଟ