Hockey

ପୁଲିସ ବାହିନୀରେ ଦଳଗତ ଭାବନା ଓ ଶୃଙ୍ଖଳା ବଢ଼ାଇପାରେ ହକି: ଆଇଜି ସତ୍ୟଜିତ ନାୟକ

ଭୁବନେଶ୍ୱର: ଓଡ଼ିଶା ସହ ହକିର ଗଭୀର ସମ୍ପର୍କ ରହିଥିବା ବେଳେ ଏହି ଖେଳର ଶୃଙ୍ଖଳା, ଦଳଗତ ଭାବନା, ସହଯୋଗ ଓ ଧୈର୍ଯ୍ୟ ଭଳି ଗୁଣ ପୁଲିସ କର୍ମଚାରୀଙ୍କ ବୃତ୍ତିଗତ ଦକ୍ଷତାକୁ ସୁଦୃଢ଼ କରିପାରେ ବୋଲି କହିଛନ୍ତି ସେଣ୍ଟ୍ରାଲ ରେଞ୍ଜ ଆଇଜି ଡଃ ସତ୍ୟଜିତ ନାୟକ। କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ୭୬ତମ ରାଜ୍ୟ ପୁଲିସ ହକି ଚାମ୍ପିୟନଶିପ୍-୨୦୨୬ରେ ଯୋଗଦେଇ ସେ କହିଥିଲେ ଯେ ପୁଲିସ ବାହିନୀ ପାଇଁ ଶାରୀରିକ ସକ୍ଷମତା, ମାନସିକ ସତର୍କତା, ଶୃଙ୍ଖଳା, ଧୈର୍ଯ୍ୟ ଓ ଚାପରେ କାର୍ଯ୍ୟ କରିବାର କ୍ଷମତା ଅତ୍ୟନ୍ତ ଜରୁରୀ।

ହକି ପଡ଼ିଆରେ ଯେପରି ପ୍ରତ୍ୟେକ ଖେଳାଳିଙ୍କ ମଧ୍ୟରେ ବିଶ୍ୱାସ ଓ ସମନ୍ୱୟ ଆବଶ୍ୟକ, ସେହିପରି ପୁଲିସ ବ୍ୟବସ୍ଥାରେ ମଧ୍ୟ ଦଳଗତ ଭାବନା ଓ ସାମୂହିକ ଦାୟିତ୍ୱ ଜରୁରୀ ବୋଲି ସେ କହିଥିଲେ। ଖେଳାଳିମାନେ ବିଜୟରେ ନମ୍ର ଓ ପରାଜୟରୁ ଶିକ୍ଷା ନେଇ ଆଗକୁ ବଢ଼ିବା ସହ ପ୍ରତିପକ୍ଷ, ଅମ୍ପାୟାର ଓ ଖେଳର ନିୟମକୁ ସମ୍ମାନ ଦେବାକୁ ଆଇଜି ଆହ୍ୱାନ ଦେଇଥିଲେ।

ଯୁବ ପୁଲିସ କର୍ମଚାରୀମାନେ ନିୟମିତ କ୍ରୀଡ଼ାକୁ ଜୀବନର ଅଂଶ କରିବା ଉଚିତ ବୋଲି ସେ କହିବା ସହ ଚାମ୍ପିୟନଶିପ୍ ଆୟୋଜନ ପାଇଁ ଓଡ଼ିଶା ପୁଲିସ କ୍ରୀଡ଼ା ଓ ସାଂସ୍କୃତିକ ସଂଘ, ପ୍ରଶିକ୍ଷକ, ରେଫରି ଓ ସହାୟକ କର୍ମଚାରୀଙ୍କୁ ପ୍ରଶଂସା କରିଥିଲେ। “ପ୍ରକୃତ ବିଜୟ କେବଳ ଟ୍ରଫି ଜିତିବାରେ ନୁହେଁ; ଜଣେ ଭଲ ଖେଳାଳି, ଭଲ ସାଥୀ ଏବଂ ଶେଷରେ ଜଣେ ଭଲ ପୁଲିସ ଅଧିକାରୀ ହେବାରେ ରହିଛି,” ବୋଲି ଡଃ ନାୟକ କହିଥିଲେ।

Related posts

ପୁରୁଷ ହକି ଦଳ ବିଶ୍ୱ ବିଜେତା ମୁକୁଟ ପିନ୍ଧିଛି ଜର୍ମାନୀ

Odisha Sports Bureau

ସ୍ପାନିସ୍ ହକି ଶତବାର୍ଷିକୀ ପ୍ରତିଯୋଗିତାରେ ଭାରତୀୟ ଦଳରେ ଦୁଇ ଓଡ଼ିଆ

ଏଫ୍ଆଇଏଚ୍ ପ୍ରୋ ଲିଗ ଏପ୍ରିଲ ୧୫ ପର୍ଯ୍ୟନ୍ତ ସ୍ଥଗିତ

Odisha Sports Bureau