Cricket

ମୁମ୍ବାଇ ଇଣ୍ଡିଆନ୍ସ ମହିଳା ଦଳ ନିଜର ନୂଆ ହେଡ୍ କୋଚ୍ ଙ୍କ ନାମ ଘୋଷଣା କରିଛି

ମହିଳା ପ୍ରିମିୟର ଲିଗ୍ର ଆଗାମୀ ସିଜନ୍କୁ ନେଇ ପ୍ରସ୍ତୁତି ଜୋରଦାର ହୋଇଛି। ଏହାରି ମଧ୍ୟରେ ମୁମ୍ବାଇ ଇଣ୍ଡିଆନ୍ସ ମହିଳା ଦଳ ନିଜର ନୂଆ ହେଡ୍ କୋଚ୍ ଙ୍କ ନାମ ଘୋଷଣା କରିଛି। ଲ୍ୟୁକ୍ ୱିଲିୟମ୍ସଙ୍କୁ ଦଳର ନୂଆ ହେଡ୍ କୋଚ୍ ଭାବେ ନିଯୁକ୍ତ କରିଛି ଫ୍ରାଞ୍ଚାଇଜ୍।

Excited to be joining Mumbai Indians': Luke Williams takes charge ahead of  WPL 2027 - The Statesman

ଗତ ସିଜନ୍ରେ ମୁମ୍ବାଇ ଇଣ୍ଡିଆନ୍ସ ମହିଳା ଦଳର ହେଡ୍ କୋଚ୍ ଦାୟିତ୍ୱରେ ଥିଲେ ଲିସା କିଟ୍ଲୀ। ତେବେ କ୍ରିକେଟ୍ ଅଷ୍ଟ୍ରେଲିଆ ତାଙ୍କୁ ନ୍ୟାସନାଲ ଡେଭଲପମେଣ୍ଟ ହେଡ୍ ଭାବେ ନିଯୁକ୍ତ କରିବା ପରେ ସେ ମୁମ୍ବାଇ ଦଳର କୋଚ୍ ପଦ ଛାଡ଼ିଥିଲେ। ତାଙ୍କ ସ୍ଥାନରେ ଏବେ ଦାୟିତ୍ୱ ନେବେ ଲ୍ୟୁକ୍ ୱିଲିୟମ୍ସ। WPLରେ ୱିଲିୟମ୍ସଙ୍କର ପୂର୍ବ ଅଭିଜ୍ଞତା ମଧ୍ୟ ରହିଛି। ୨୦୨୪ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମହିଳା ଦଳ WPL ଟାଇଟଲ୍ ଜିତିଥିବା ବେଳେ ୱିଲିୟମ୍ସ ଦଳର ହେଡ୍ କୋଚ୍ ଥିଲେ।

CricTracker on X: "NEWS ALERT Luke Williams has been appointed as MI  Women's Team new Head Coach for the 2027 Women's Premier League season #MI  #WPL2027" / X

ମୁମ୍ବାଇ ଇଣ୍ଡିଆନ୍ସ ସହ ଯୋଡ଼ି ହେବା ପରେ ଲ୍ୟୁକ୍ ୱିଲିୟମ୍ସ ଖୁସି ପ୍ରକାଶ କରିଛନ୍ତି। ଫ୍ରାଞ୍ଚାଇଜ୍ ପକ୍ଷରୁ ଜାରି ବୟାନରେ ସେ କହିଛନ୍ତି ଯେ, ମୁମ୍ବାଇ ଇଣ୍ଡିଆନ୍ସ ଭଳି ସଫଳ ଫ୍ରାଞ୍ଚାଇଜ୍ ସହ କାମ କରିବା ନେଇ ସେ ବେଶ୍ ଉତ୍ସାହିତ। ଖେଳାଳି ଓ ସପୋର୍ଟ ଷ୍ଟାଫ୍ଙ୍କ ସହ ମିଶି ନୂଆ କିଛି କରିବା, ରୋମାଞ୍ଚକର କ୍ରିକେଟ୍ ଖେଳିବା ଏବଂ ସଫଳତା ପାଇଁ ଲଢ଼ିବା ତାଙ୍କର ଲକ୍ଷ୍ୟ ବୋଲି ସେ କହିଛନ୍ତି। WPL ୨୦୨୭ ପୂର୍ବରୁ ଲ୍ୟୁକ୍ ୱିଲିୟମ୍ସଙ୍କ ନିଯୁକ୍ତି ସହ ମୁମ୍ବାଇ ଇଣ୍ଡିଆନ୍ସ ମହିଳା ଦଳର କୋଚିଂ ୟୁନିଟ୍ରେ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି।

Luke Williams: WPLৰ বাবে লুক উইলিয়ামছক নতুন মুখ্য প্ৰশিক্ষক হিচাপে  নিযুক্তি মুম্বাই ইণ্ডিয়ানছৰ | - Assam News

Related posts

ଟେଷ୍ଟ ସିରିଜ୍ ମଝିରେ ଏକ ବଡ଼ ନିଷ୍ପତ୍ତି, ଏହି ଖେଳାଳୀ ହଠାତ୍ ତାଙ୍କର ଅବସର ଘୋଷଣା କଲେ

୫୩୨ତମ ଟେଷ୍ଟ ମ୍ୟାଚ୍ ରେ ଭାରତର ବିଜୟ

Odisha Sports Bureau

ଅଷ୍ଟ୍ରେଲିଆ ଖେଳାଳିଙ୍କୁ ନେଇ କୋଚ୍‌ଙ୍କ ବଡ଼ ବୟାନ…

Odisha Sports Bureau