Cricket

ମାର୍ଚ୍ଚ ୭ରେ ରବିଚନ୍ଦ୍ରନ ଅଶ୍ଵିନ ଓ ଜୋନି ବେୟାରଷ୍ଟୋ ଖେଳିବେ ନିଜର ୧୦୦ତମ ଟେଷ୍ଟ ମ୍ୟାଚ

ନୂଆଦିଲ୍ଲୀ: ଆସନ୍ତା ମାର୍ଚ୍ଚ ୭ ତାରିଖରେ ଖେଳାଯିବ ଭାରତ ଓ ଇଂଲଣ୍ଡ ମଧ୍ୟରେ ୫ମ ତଥା ଶେଷ ଟେଷ୍ଟ ସିରିଜ । ଏହି ଟେଷ୍ଟ ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ଵିନ ଓ ଇଂଲଣ୍ଡର ବ୍ୟାଟର ଜୋନି ବେୟାରଷ୍ଟୋଙ୍କ ପାଇଁ ଐତିହାସିକ ରହିବ। ଧର୍ମଶାଳାର ଏହି ସୁନ୍ଦର ଷ୍ଟାଡିୟମରେ ଏହି ଦୁଇ ଖେଳାଳି ନିଜ ଟେଷ୍ଟ କ୍ୟାରିୟରର ୧୦୦ତମ ଟେଷ୍ଟ ମ୍ୟାଚ୍ ଖେଳିବେ। କେବଳ ଏତିକି ନୁହେଁ ମାର୍ଚ୍ଚ ୮ ତାରିଖ ଆଉ ଦୁଇ ଖେଳାଳି ଟେଷ୍ଟ କ୍ୟାରିୟରରେ ନିଜର ୧୦୦ତମ ମ୍ୟାଚ୍ ଖେଳିବେ, ଯିଏ ଗୋଟିଏ ଦେଶର ଖେଳାଳି ଅଟନ୍ତି। ମାର୍ଚ୍ଚ ୭ ତାରିଖରେ ରବିଚନ୍ଦ୍ରନ ଅଶ୍ଵିନ ଓ ଜୋନି ବେୟାରଷ୍ଟୋଙ୍କ ପରେ ମାର୍ଚ୍ଚ ୮ ତାରିଖରେ ନ୍ୟୁଜିଲାଣ୍ଡର ମହାନ ବ୍ୟାଟର କେନ ଓ୍ଵିଲିୟମସନ ଓ ଦଳର ଦ୍ରୁତ ବୋଲର ଟିମ ସାଉଦି ନିଜ କ୍ୟାରିୟରର ୧୦୦ତମ ଟେଷ୍ଟ ମ୍ୟାଚ୍ ଖେଳିବେ। ମାର୍ଚ୍ଚ ୮ ତାରିଖରେ ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାର ଦ୍ଵିତୀୟ ତଥା ଶେଷ ମ୍ୟାଚ୍ ଖେଳାଯିବ। ଉପରୋକ୍ତ ଚାରି ଖେଳାଳି ୯୯ଟି ଟେଷ୍ଟ ଖେଳି ସାରିଛନ୍ତି। ଏ ପର୍ଯ୍ୟନ୍ତ ୭୫ ଖେଳାଳି ୧୦୦ କିମ୍ବା ସେଥିରୁ ଅଧିକ ଟେଷ୍ଟ  ମ୍ୟାଚ୍ ଖେଳିଛନ୍ତି। ଏବେ ଏହି କ୍ଲବରେ ସାମିଲ ହେବାକୁ ଯାଉଛନ୍ତି ଆର ଅଶ୍ଵିନ, ଜୋନି ବେୟାରଷ୍ଟୋ, ଟିମ୍ ସାଉଦି ଓ କେନ ଓ୍ଵିଲିୟମସନ।

Related posts

ନିଲାମି ବେଳେ ବଡ଼ ଭୁଲ, ଭୁଲ ଖେଳାଳିଙ୍କୁ କିଣି ଦେଲା ପଞ୍ଜାବ କିଙ୍ଗ୍ସ

Odisha Sports Bureau

୪୦୮ ରନରେ ଦକ୍ଷିଣ ଆଫ୍ରିକାର ପ୍ରଥମ ଇନିଂସ ପରିସମାପ୍ତି, ଭାରତଠାରୁ ୧୬୩ ରନରେ ଆଗୁଆ

Odisha Sports Bureau

ଦ୍ୱିତୀୟ ଟି-୨୦ରେ ଇଣ୍ଡିଆ-ୱେଷ୍ଟଇଣ୍ଡିଜ ମଧ୍ୟରେ କଡା ଟକ୍କର

Odisha Sports Bureau