Cricket

ନିଲାମି ବେଳେ ବଡ଼ ଭୁଲ, ଭୁଲ ଖେଳାଳିଙ୍କୁ କିଣି ଦେଲା ପଞ୍ଜାବ କିଙ୍ଗ୍ସ

ନିଲାମି ବେଳେ ବଡ଼ ଭୁଲ । ଭୁଲ ଖେଳାଳିଙ୍କୁ କିଣି ଦେଲା ପଞ୍ଜାବ କିଙ୍ଗ୍ସ । ନଷ୍ଟ କରିଦେଲା ଲକ୍ଷ୍ୟାଧିକ ଟଙ୍କା । ଭୁଲ ଖେଳାଳିଙ୍କୁ କିଣି ଦୁଃଖରେ ମାଲିକାଣୀ । ଆଇପିଏଲ ଖେଳାଳି ନିଲାମି ବେଳାର ଭିଡିଓ ହେଲା ଭାଇରାଲ । ଏହି ଭିଡିଓ ଭାଇରାଲ ପରେ ଟ୍ରୋଲ ହେଲେ ପ୍ରୀତି । ଆଇପିଏଲ ପ୍ରେମିଙ୍କ ମୁହଁରେ ଏବେ ଗୋଟିଏ କଥା.. ପଞ୍ଜାବ କିଙ୍ଗସ ସହ ହୋଇଗଲା ମୋୟେ ମୋୟେ ପରିସ୍ଥିତି ।
ତେବେ କିଏ ସେ ଖେଳାଳି ଯାହାଙ୍କୁ ଭୁଲରେ କିଣିନେଲା ପଞ୍ଜାବ । କାହାକୁ ନେବାକୁ ଚାହୁଁଥିଲେ ଦଳର ମାଲିକାଣୀ ପ୍ରୀତି ଝିଣ୍ଟା । ହଁ ଦର୍ଶକବନ୍ଧୁ, ମଙ୍ଗଳବାର ଦୁବାଇରେ ଆଇପିଏଲ ୨୦୨୪ ପାଇଁ ନିଲାମି ହୋଇଥିଲା। ଏହି ନିଲାମିରେ ସମୁଦାୟ ୩୩୨ଖେଳାଳିଙ୍କୁ ସାମିଲ କରାଯାଇଥିବା ବେଳେ ସବୁଠୁ ମହଙ୍ଗା ଖେଳାଳି ହୋଇଥିଲେ ଅଷ୍ଟ୍ରେଲିଆର ଦ୍ରୁତ ବୋଲର ମିଚେଲ ଷ୍ଟାର୍କ। ତାଙ୍କ ବେସ୍ ପ୍ରାଇସ୍ ୨କୋଟି ଥିବା ବେଳେ ୨୪.୭୫କୋଟିରେ କିଣିଥିଲା କୋଲକାତା ନାଇଟ୍ ରାଇଡର୍ସ ତେବେ ଏହି ନିଲାମିରେ ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା, ତାହା ଥିଲା ପଞ୍ଜାବ କିଙ୍ଗସ୍ କରିଥିବା ଭୁଲ। ନିଲାମି ସମୟରେ ପଞ୍ଜାବ କିଙ୍ଗ୍ସର ମାଲିକମାନଙ୍କ ଦ୍ବାରା ଏକ ଭୁଲ ହୋଇଥିଲା ଯାହା ସୋସିଆଲ ମିଡିଆରେ ଆଲୋଚନାର ବିଷୟ ପାଲଟିଛି। ନିଲାମି ସମୟରେ ପଞ୍ଜାବ କିଙ୍ଗସ୍ ଭୁଲବଶତଃ ଭୁଲ ଖେଳାଳି କିଣିଥିଲେ। ୧୯ ବର୍ଷୀୟ କ୍ରିକେଟର ଶଶାଙ୍କ ସିହଙ୍କୁ କିଣିବାକୁ ଚାହୁଥିଲା ପଞ୍ଜାବ । କିନ୍ତୁ ଭୁଲବଶତଃ ୩୨ ବର୍ଷୀୟ ଶଶାଙ୍କ ସିଂହଙ୍କ ନିଲାମରେ ୨୦ ଲକ୍ଷର ବୋଲି ଲଗାଇ ଜିତିଗଲା ପଞ୍ଜାବ । ଦୁଇ ଖେଳାଳିଙ୍କ ନାମ ସମାନ ହୋଇଥିବାରୁ କନଫ୍ୟୁଜରେ ହୋଇଗଲା ଏପରି ।
କ୍ରିକେଟର ଶଶାଙ୍କ ସିଂହଙ୍କୁ ପଞ୍ଜାବ କିଙ୍ଗସ୍ କିଣିବାକୁ ଚାହୁନଥିବା ବେଳେ ଦଳର ମାଲିକମାନେ ଭୁଲରେ ତାଙ୍କୁ କିଣିଥିଲେ। ପରେ ନିଜ ଭୁଲକୁ ସୁଧାରିବା ପାଇଁ ଦଳର ମାଲିକାଣୀ ତଥା ବଲିଉଡ ଅଭିନେତ୍ରୀ ପ୍ରୀତି ଜିଣ୍ଟା ଓ ମାଲିକ ନେସ୍ ୱାଡିଆ ଚେଷ୍ଟା କରିଥିଲେ ବି ତାହା ସମ୍ଭବ ହୋଇନଥିଲା। ବିଡ୍ ସରିଥିବାରୁ ଖେଳାଳି ପରିବର୍ତ୍ତନ କରାଯାଇପାରିବନାହିଁ ବୋଲି କହିଥିଲେ ନିଲାମିର ଉପସ୍ଥାପିକା ମଲ୍ଲିକା ସାଗର। କିନ୍ତୁ ଏହି ସମୟରେ ଖେଳାଳି ଶଶାଙ୍କ ଭାଗ୍ୟ ବଦଳିଯାଇଥିବା କୁହାଯାଉଛି ।

Related posts

ଆଜି ଭାରତ – ଇଣ୍ଡିଜ୍ ମଧ୍ୟରେ ଚତୁର୍ଥ ଦିନିକିଆ

Odisha Sports Bureau

ଓପନ୍ ନ୍ୟାସନାଲ ପାରା ଆଥଲେଟିକ୍ସରେ ଓଡିଶା ଚାମ୍ପିୟନ

Odisha Sports Bureau

ଡିଫେଣ୍ଡିଂ ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସ WPL 2026 ଜର୍ସି ଲଞ୍ଚ କଲା…

Odisha Sports Bureau