ଭାରତ- ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ୫ଟି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଶେଷ ମ୍ୟାଜଚ ଆସନ୍ତା କାଲିରୁ ଧର୍ମଶାଳାରେ ଆରମ୍ଭ ହେବ । କିନ୍ତୁ ଏହା ପୂର୍ବରୁ ଭାରତୀୟ ସ୍ପିନର ଶାହବାଜ ନଦୀମ କିରକେଟରୁ ସନ୍ୟାସ ନେଇଛନ୍ତି । ନଦୀମ ସମସ୍ତ କ୍ରିକେଟ ଫର୍ମାଟରୁ ଅଲବିଦା ନେଇଛନ୍ତି ଶାହବାଦ ନଦୀମ ଭାରତ ପାଇଁ ୨ଟଇ ଟେଷ୍ଟ ମ୍ୟାଚ ଖେଳିଛନ୍ତି , ଏହା ପରେ ଭାରତୀୟ ଟିମରେ ସ୍ଥାନ ମିଳିନାହିଁ । ନଦୀମ ଝାଡଖଣ୍ଡ ପାଇଁ ଫାଷ୍ଟ କ୍ଲାସ କ୍ରିକେଟ ଖେଳୁଥିଲେ । ସେ ରଣଜୀ (୨୦୨୨-୨୩) ସିଜିନରେ ରାଜସ୍ଥାନ ବିପକ୍ଷରେ ଶେଷ ମ୍ୟାଚ ଖେଳିଥିଲେ । ଏହାପରେ ଭାରତୀୟ କ୍ରିକେଟରୁ ସନ୍ନ୍ୟାସ ନେଇଛନ୍ତି । ନଦୀମ ଫାଷ୍ଟ କ୍ଲାସ କ୍ରିକେଟ ୫୪୨ ୱିକେଟ ଖେଳିଛନ୍ତି । ସେ ୪ଟି ପାଳିରେ ବୋଲିଂ କରି ୩୪.୧୨ ପ୍ରତିଶତରେ ୮ଟି ୱିକେଟ ନେଇଛନ୍ତି । ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ୪/୪୦ ରହିଛି । ସେ ୨୦୧୯ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ରାଞ୍ଚିରେ ରେ ଖେଳାଯାଇଥିବା ମ୍ୟାଚରେ ଟେଷ୍ଟ ଡେବ୍ୟୁ କରିଥିଲେ । ଏହାପରେ ଦ୍ୱିତୀୟ ଶେଷ ମ୍ୟାଚ ଇଂଲଣ୍ଡ ବିପକ୍ଷରେ ୨୦୨୧ରେ ଚେନ୍ନାଇରେ ଖେଳିଥିଲେ ।