Cricket

ମୋବାଇଲ ଆପ୍ଲିକେସନ୍ ଡିଜ୍ନୀ ହଟଷ୍ଟାରରେ ମାଗଣାରେ ଦେଖିପାରିବେ ଟି-୨୦ ବିଶ୍ୱକପ୍ର ସମସ୍ତ ମ୍ୟାଚ୍

ଏଥର ମାଗଣାରେ ଦେଖିପାରିବେ ଟି -୨୦ ବିଶ୍ୱକପ । ଫ୍ୟାନ୍ସଙ୍କ ପାଇଁ ଏମିଟି କିଛି ଅଫର ନେଇ ଆସିଛି ହଟଷ୍ଟାର । ଯେଉଁଥିରେ କି ଟି-୨୦ ବିଶ୍ୱକପ୍ର ସମସ୍ତ ମ୍ୟାଚ୍ ମୋବାଇଲ୍ରେ ମାଗଣାରେ ଦେଖିବେ ୟୁଜର୍ସ । ମୋବାଇଲ ଆପ୍ଲିକେସନ୍ ଡିଜ୍ନୀ ହଟଷ୍ଟାରରେ ଟି-୨୦ ବିଶ୍ୱକପ୍ର ସମସ୍ତ ମ୍ୟାଚ୍ ଦେଖିପାରିବେ ଫ୍ୟାନ୍ସ । ଏଥିପାଇଁ କୌଣସି ଦେୟ ଦେବାକୁ ପଡିବନାହିଁ ।
ସୂଚନା ଅନୁଯାୟୀ, ଜୁନ୍ ୧ ତାରିଖରୁ ଆରମ୍ଭ ହେବ ଟି-୨୦ ବିଶ୍ୱକପ୍ ୨୦୨୪। ଚଳିତ ଥର ଆମେରିକା ଏବଂ ଓ୍ୱେଷ୍ଟଇଣ୍ଡିଜ୍ରେ ଖେଳାଯିବ ଏହି ଟୁର୍ଣ୍ଣାମେଣ୍ଟର ସମସ୍ତ ମ୍ୟାଚ୍ । ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୨୦ଟି ଟିମ୍ କ୍ୱାଲିଫାଏ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୮ଟି ଟିମ୍ ଟି-୨୦ ବିଶ୍ୱକପ୍ରେ ଏଣ୍ଟ୍ରି କରିବେ । ସେହିଠାରୁ ହିଁ ଆରମ୍ଭ ହେବ ସୁପର ୮ ଷ୍ଟେଜ୍ ମୁକାବିଲା । ଶେଷରେ ଜୁନ୍ ୨୯ରେ ଟି-୨୦ ବିଶ୍ୱକପ୍ ୨୦୨୪ର ଫାଇନାଲ ମୁକାବିଲା ଖେଳାଯିବ ।

Related posts

ଲକ୍ଷ୍ନୌ ମ୍ୟାଚ ବାତିଲ ପରେ ଶିଖିଲା ବିସିସିଆଇ

Odisha Sports Bureau

WPL 2026 ର କାର୍ଯ୍ୟସୂଚୀ ପ୍ରକାଶ ପାଇଛି, ଏହି ଦୁଇଟି ସହରକୁ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାର ସୁଯୋଗ ମିଳିଛି।

Odisha Sports Bureau

ବାବର ଆଜମଙ୍କ ରାଗିବା ମହଙ୍ଗା ପଡ଼ିଲା, ICC ନେଲା କାର୍ଯ୍ୟାନୁଷ୍ଠାନ, ମିଳିଲା ଦଣ୍ଡ

Odisha Sports Bureau