Cricket

୨୩ ବର୍ଷ ବୟସରେ ପାଦ ଥାପିଲେ ସ୍ମୃତି

(ଓଡିଶା ସ୍ପୋର୍ଟସ୍): ଭାରତୀୟ ମହିଳା ଦଳର କ୍ରିକେଟର ଓପନର ସ୍ମୃତି ମନ୍ଧାନା ଟିମର ଷ୍ଟାର ପ୍ରଚାରକ ଭାବେ ପରିଚିତ । ତାଙ୍କ ପ୍ରଦର୍ଶନ ମହିଳା ଦଳକୁ ଏକ ନୂଆ ପରିଚୟ ଦେଇଛି। ଆଜି ଷ୍ଟାର କ୍ରିକେଟର ସ୍ମୃତିଙ୍କ ୨୩ତମ ଜନ୍ମଦିନ । ସେ ୧୯୯୬ ମସିହାରେ ଜୁଲାଇ ୧୮ ତାରିଖରେ ମୁମ୍ବାଇରେ ଜନ୍ମ ଗ୍ରହଣ କରିଥିଲେ ।
ଗତ ସୋମବାର ସେ କ୍ରୀଡ଼ାମନ୍ତ୍ରୀ କିରଣ ରିଜ୍ଜଙ୍କୁଠୁ ଅର୍ଜୁନ ଆଓ୍ୱାର୍ଡ ଗ୍ରହଣ କରିଛନ୍ତି। ୨୦୧୮ରେ ଆଇସିସି ମହିଳା କ୍ରିକେଟର୍ ଅଫ୍ ଦି ଇୟର ପୁରସ୍କାର ପାଇଁ ମନ୍ଧାନାଙ୍କୁ ଅର୍ଜୁନ ପୁରସ୍କାର ପାଇଁ ମନୋନୀତ କରାଯାଇଥିଲା।
ସ୍ମୃତିଙ୍କୁ ମହିଳା କ୍ରିକେଟ ଦଳର ବିରାଟ କୋହଲି ମଧ୍ୟ ଅନେକ କହିଥାନ୍ତି। ସ୍ମୃତି ବର୍ତ୍ତମାନ ପର୍ୟ୍ୟନ୍ତ ୨ଟି ଟେଷ୍ଟ, ୮୦ ଓ୍ୱାନ ଡେ’, ୫୮ ଟି -୨୦ ଇଣ୍ଟରନ୍ୟାସନାଲ ମ୍ୟାଚ ଖେଳିଛନ୍ତି। ଟି -୨୦ର ୫୬ଟି ଇନିଂସରେ ସେ ୧୨୯୮ ରନ୍ ସଂଗ୍ରହ କରିଛନ୍ତି। ଏଥିରେ ତାଙ୍କର ସର୍ବୋଚ୍ଚ ସ୍କୋର ୮୬ ରହିଛି।
ସ୍ମୃତି କେବଳ କ୍ରିକେଟରେ ରୁଚି ରଖନ୍ତି ତାହା ନୁହେଁ ସେ ରୋଷେଇରେ ବି ରୁଚି ରଖନ୍ତି। ସ୍ମୃତିଙ୍କ ବାପା ଓ ଭାଇ ମଧ୍ୟ କ୍ରିକେଟରେ ରୁଚି ରଖନ୍ତି।

Related posts

ମାର୍ଚ୍ଚ ୭ରେ ରବିଚନ୍ଦ୍ରନ ଅଶ୍ଵିନ ଓ ଜୋନି ବେୟାରଷ୍ଟୋ ଖେଳିବେ ନିଜର ୧୦୦ତମ ଟେଷ୍ଟ ମ୍ୟାଚ

ଭାରତ କ୍ରମାଗତ ଭାବରେ ୩-୦ରେ ସିରିଜ ବିଜୟୀ

Odisha Sports Bureau

୭ ୱିକେଟରେ ରାଜସ୍ଥାନକୁ ମାତ ଦେଲା ମୁମ୍ବାଇ

Odisha Sports Bureau