Cricket

ବାରବାଟି ଷ୍ଟାଡିୟମରେ ଖେଳାଯିବ ଆନ୍ତଃରାଜ୍ୟ T20 ଟୁର୍ଣ୍ଣାମେଣ୍ଟ : ଷ୍ଟାଡିୟମରେ ବସି ମାଗଣାରେ ଖେଳ ଦେଖିବେ ଦର୍ଶକ

କଟକ : ବାରବାଟି ଷ୍ଟାଡିୟମରେ ଖେଳାଯିବ ଆନ୍ତଃରାଜ୍ୟ T20 ଟୁର୍ଣ୍ଣାମେଣ୍ଟ। ଆସନ୍ତା ୧୫ ତାରିଖରୁ ଏହି ମ୍ୟାଚ ଖେଳାଯିବ | ଏହି ୮ଟି ଦଳ ହେଲେ ଆସାମ , ହିମାଚଳ ପ୍ରଦେଶ, କେରଳା , ହାଇଦ୍ରାବାଦ , ଝାଡ଼ଖଣ୍ଡ , ଛତିଶଗଡ଼ , ଓଡିଶା ଏ ଓ ଓଡିଶା ବି । ଏହି ଟୁର୍ଣ୍ଣାମେଣ୍ଟରେ IPL ରେ ଖେଳିଥିବା ରୀୟନ୍ ପରାଗ, ସେହେବାଜ୍ ନଦିମ, ରିଶି ଧୱନ୍, ସଚିନ୍ ବାବି, ପ୍ରଶାନ୍ତ ଚୋପ୍ରାଙ୍କୁ ଦେଖିବାକୁ ମିଳିବ।

ସେପ୍ଟେମ୍ୱର ୧୫ ରୁ ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ଟୁର୍ଣ୍ଣାମେଣ୍ଟ। ସବୁଠାରୁ ବଡ କଥା ହେଲା ଦର୍ଶକମାନେ ମାଗଣାରେ ଷ୍ଟାଡିୟମରେ ବସି ଖେଳ ଦେଖିପାରିବେ। ଏହା ସହ ଖେଳର ସିଧାପ୍ରସାରଣ ଫ୍ୟାନ କୋଡ ଆପ୍ସ ମାଧ୍ୟମରେ ଦେଖିପାରିବେ। ପ୍ରତ୍ୟେକ ମ୍ୟାଚରେ ମ୍ୟାନ ଅଫ ଦ ମ୍ୟାଚଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ପୁରସ୍କାର ଦିଆଯିବାକୁ ଥିବା ବେଳେ ମ୍ୟାନ୍ ଅଫ ଦି ସିରିଜ୍ କୁ ୫୦ ହଜାର ଟଙ୍କା ନଗଦ ଟଙ୍କା ପୁରସ୍କାର ଦିଆଯିବ।

Related posts

ତୃତୀୟ ଦିନରେ ମୁହାଁମୁହିଁ ହେବେ ରାଜସ୍ଥାନ ରୟାଲ୍ସ ଏବଂ ଚେନ୍ନାଇ ସୁପରକିଙ୍ଗସ୍

Odisha Sports Bureau

ଭାରତୀୟ ଦଳକୁ ବିସିସିଆଇର ୧୨୫ କୋଟି ପୁରସ୍କାର

Odisha Sports Bureau

ଦଲିପ ଟ୍ରଫି ଜିତିଲା ଦକ୍ଷିଣାଞ୍ଚଳ