Badminton

ଜାପାନରେ ଚମକିଲେ ଭାରତୀୟ ଷ୍ଟାର୍ ବ୍ୟାଡମିଣ୍ଟନ ଖେଳାଳି ଲକ୍ଷ୍ୟ ସେନ୍

ଜାପାନରେ ଚମକିଲେ ଭାରତୀୟ ଷ୍ଟାର୍ ବ୍ୟାଡମିଣ୍ଟନ ଖେଳାଳି ଲକ୍ଷ୍ୟ ସେନ୍। କୁମାମୋଟୋ ମାଷ୍ଟର୍ସ ଜାପାନ ସୁପର ୫୦୦ ଟୁର୍ଣ୍ଣାମେଣ୍ଟର ଫାଇନାଲରେ କଲେ ପ୍ରବେଶ। ରୋମାଞ୍ଚକର ସେମିଫାଇନାଲରେ ଇଣ୍ଡୋନେସିଆର ଅଲଭି ଫରହାନଙ୍କୁ ମାତ୍ ଦେଇଛନ୍ତି ଲକ୍ଷ୍ୟ। ୨୧–୧୨, ୧୫–୨୧ ଓ ୨୧–୧୧ ଗେମ୍‌ରେ ହାସଲ କରିଛନ୍ତି ଦମଦାର ବିଜୟ।

Lakshya Sen downs Alwi Farhan to storm into Japan Masters final

ପ୍ରଥମ ଗେମ୍‌ରୁ ହିଁ ଆକ୍ରମଣାତ୍ମକ ରଣନୀତି ଆପଣାଇଥିଲେ ଲକ୍ଷ୍ୟ। ଯଦିଓ ଦ୍ୱିତୀୟ ଗେମ୍‌ରେ ପ୍ରତିପକ୍ଷଙ୍କଠାରୁ ପରାଜିତ ହୋଇଥିଲେ, ତୃତୀୟ ଗେମ୍‌ରେ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରି ବାଜି ମାରିଥିଲେ। ବିଶେଷ କଥା ହେଉଛି, ପୂର୍ବରୁ ଫରହାନଙ୍କ ବିପକ୍ଷରେ ଦୁଇଟି ମୁକାବିଲା ହାରିଥିବା ଲକ୍ଷ୍ୟ ଏଥର ବଦଳାଇଛନ୍ତି ଇତିହାସ।

Lakshya Sen breaks year-long title jinx, beats Jonatan Christie to win Hylo  Open - India Today

ଏହାସହ କ୍ରମାଗତ ଦ୍ୱିତୀୟ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପହଞ୍ଚିଛନ୍ତି ଭାରତୀୟ ଷ୍ଟାର୍। ଏହି ବିଜୟ ତାଙ୍କୁ ବିଡବ୍ଲ୍ୟୁଏଫ୍ ୱାର୍ଲ୍ଡ ଟୁର୍ ଫାଇନାଲ୍ସରେ ସ୍ଥାନ ପାଇବା ଦିଗରେ ଆହୁରି ନିକଟତର କରିଛି। ଏବେ ସମସ୍ତଙ୍କ ନଜର ଫାଇନାଲ୍ ମୁକାବିଲା ଉପରେ।

Lakshya Sen storms into the Japan Masters quarterfinals! 🏸 He thrashed  Singapore's Jia Heng Jason Teh 21-13, 21-11 in just 39 minutes. Next up is  a clash against World No.9 Loh Kean Yew. 🇮🇳🔥

Related posts

ମାଲେସିଆ ମାଷ୍ଟର୍ସ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ସିନ୍ଧୁଙ୍କ ଅଭିଯାନ ଆରମ୍ଭ

Odisha Sports Bureau

ଇଣ୍ଡୋନେସିଆ ଓପନ ବ୍ୟାଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟ ୨୦୨୫ର କ୍ଵାଟର ଫାଇନାଲରେ ଭାରତ ପରାସ୍ତ

ମହିଳା ଡବଲ୍ସ ବର୍ଗରେ ଚାମ୍ପିୟନ ହେଲେ ସାନିଆ

Odisha Sports Bureau