Badminton

ମହିଳା ଡବଲ୍ସ ବର୍ଗରେ ଚାମ୍ପିୟନ ହେଲେ ସାନିଆ

(ଓଡ଼ିଶା ସ୍ପୋର୍ଟସ ): ଦୀର୍ଘ ଦୁଇ ବର୍ଷ ପରେ କୋର୍ଟକୁ ଫେରିଥିବା ଭାରତୀୟ ମହିଳା ଟେନିସ ଷ୍ଟାର ସାନିଆ ମିର୍ଜା ତାଙ୍କ ପାର୍ଟନର ନାଡିଆ କିଚେନୋକଙ୍କ ସହ ମିଶି ହୋବାର୍ଟ ଇଣ୍ଟରନ୍ୟାଶନାଲ ଟୁର୍ନାମେଣ୍ଟର ମହିଳା ଡବଲ୍ସ ବର୍ଗରେ ଚାମ୍ପିୟନ ହୋଇଛନ୍ତି। ଶନିବାର ଅନୁଷ୍ଠିତ ଫାଇନାଲରେ ସାନିଆ ଓ ନାଡିଆଙ୍କ ଯୋଡ଼ି ୬-୪, ୬-୪ ସେଟ୍‌ରେ ଚାଇନିଜ ଶୁଆଇ ପେଙ୍ଗ ଓ ଶୁଆଇ ଝାଙ୍ଗ୍‌ଙ୍କୁ ହରାଇ ଦେଇଛନ୍ତି। ମ୍ୟାଚ୍‌ ଜିତିବା ପାଇଁ ଇଣ୍ଡୋ-ୟୁକ୍ରେନ ଯୋଡ଼ିକୁ ଏକଘଣ୍ଟା ୨୧ ମିନିଟ୍‌ ଲାଗିଥିଲା। ପୁଅ ଇଜହାନଙ୍କୁ ଜନ୍ମଦେବା ପରେ ପ୍ରଥମ ଥର ପାଇଁ କୌଣସି ପ୍ରତିଦ୍ୱନ୍ଦ୍ୱିତାମୂଳକ ଟୁର୍ନାମେଣ୍ଟରେ ଖେଳୁଥିବା ୩୩ ବର୍ଷୀୟା ସାନିଆ ଟାଇଟଲ ସହ ଅଲିମ୍ପିକ୍ସ ବର୍ଷ ଆରମ୍ଭ କରିଛନ୍ତି। ଏହା ତାଙ୍କ ୪୨ତମ ଡବ୍ଲ୍ୟୁଟିଏ ଡବଲ୍ସ ଟାଇଟଲ। ୨୦୧୭ରେ ବ୍ରିସ୍‌ବେନ ଇଣ୍ଟରନ୍ୟାଶନାଲ ଟ୍ରଫି ପରେ ଏହା ତାଙ୍କର ପ୍ରଥମ ଟାଇଟଲ। ହୋବାର୍ଟ ଇଣ୍ଟରନ୍ୟାଶନାଲ ଟାଇଟଲ ସହ ସାନିଆ ଓ ନାଡିଆ ୧୩,୫୮୦ ଡଲାର ପୁରସ୍କାର ରାଶି ଓ ୨୮୦ ର଼୍ୟାଙ୍କିଙ୍ଗ୍‌ ପଏଣ୍ଟ ହାସଲ କରିଛନ୍ତି।

Related posts

ପୁରୁଷ ଏକକ-୩ ବର୍ଗରେ ସ୍ବର୍ଣ୍ଣ ପଦକ ଜିଣିଲେ ପ୍ରମୋଦ ଭଗତ

Odisha Sports Bureau

ଅନ୍ତଃରାଷ୍ଟ୍ରିୟ ବ୍ୟାଡମିଣ୍ଟନରୁ ଲି ଜୁୁ ରୁଇଙ୍କ ସନ୍ନ୍ୟାସ

Odisha Sports Bureau

ୟୁରୋପିୟ ଓପନ କ୍ୱାଟର ଫାଇନାଲରେ ପ୍ରବେଶ କଲେ ଏଣ୍ଡି ମରେ

Odisha Sports Bureau