Badminton

ବିଶ୍ୱ ବ୍ୟାଡ଼ମିଣ୍ଟନ ଚମ୍ପିୟନସିପ: ସ୍ୱର୍ଣ୍ଣ ପାଇଁ ସିନ୍ଧୁଙ୍କ ଲଢେଇ

(ଓଡିଶାସ୍ପୋର୍ଟସ ): ପୁଣିଥରେ ବିଶ୍ୱ ବ୍ୟାଡମିଣ୍ଟନ ଚାମ୍ପିୟନଶିପ୍ରେ ସ୍ୱର୍ଣ୍ଣ ପଦକ ପାଇଁ ଲଢ଼େଇ କରିବେ ଭାରତର ଶୀର୍ଷ ଶଟଲର ପିଭି ସିନ୍ଧୁ। ସେ ତୃତୀୟ ଥର ପାଇଁ ବିଡବ୍ଲ୍ୟୁଏଫ୍ ବିଶ୍ୱ ବ୍ୟାଡମିଣ୍ଟନ ଚାମ୍ପିୟନଶିପ୍ର ଫାଇନାଲ୍ରେ ପ୍ରବେଶ କରିଛନ୍ତି ।
ଆଜି ସେମିଫାଇନାଲ୍ରେ ସିନ୍ଧୁଙ୍କ ମୁକାବିଲା ଅଲ ଇଂଲଣ୍ଡ ଚାମ୍ପିୟନ ଚେନ୍ ୟୁ ଫେଇଙ୍କ ସହ ହୋଇଥିଲା। ମ୍ୟାଚ୍ ଆରମ୍ଭରୁ ହିଁ ସିନ୍ଧୁ ତାଙ୍କ ଜଲୱା ଦେଖାଇଥିଲେ। ସେ ଚେନ୍ ୟୁ ଫେଇଙ୍କୁ ଆଦୌ ସେଟ୍ ହେବାକୁ ଦେଇ ନଥିଲେ।
ଆରମ୍ଭରୁ ହିଁ ଘନଘନ ଆକ୍ରମଣ କରିଥିଲେ। ପ୍ରଥମ ସେଟଟିକୁ ସିନ୍ଧୁ ୨୧-୭ରେ ଜିତିଥିଲେ। ତେବେ ଦ୍ୱିତୀୟ ସେଟରେ ଚେନ୍ ୟୁ ଫେଇ କମବ୍ୟାକ କରିବାକୁ ଚେଷ୍ଟା କରିଥିଲେ। ହେଲେ ସିନ୍ଧୁ ଏହା କରାଇ ଦେଇ ନଥିଲେ। ଦ୍ୱିତୀୟ ସେଟକୁ ମଧ୍ୟ ସିନ୍ଧୁ ୨୧-୧୪ରେ କବଜା କରି ନେଇଥିଲେ। ମାତ୍ର ୪୦ ମିନିଟ୍ ମଧ୍ୟରେ ମ୍ୟାଚ୍ଟିକୁ ଶେଷ କରି ସିନ୍ଧୁ ଫାଇନାଲ୍ରେ ପ୍ରବେଶ କରିବାର ଗୌରବ ହାସଲ କରିଥିଲେ।ସିନ୍ଧୁଙ୍କ ମୁକାବିଲା ୨୦୧୩ ବିଶ୍ୱ ବିଜେତା ରାଟଚାନୋକ ଇଣ୍ଟାନୋନ କିମ୍ବା ୨୦୧୭ ବିଶ୍ୱ ବିଜେତା ନୋଜମି ଓକୁହାରଙ୍କ ସହ ହେବ।

Related posts

ସାରଲୋରଲକ୍ସ୍ ଓପନରୁ ବିଦାୟ ନେଲେ ଅଜୟ ଏବଂ ଶୁଭଙ୍କର

Odisha Sports Bureau

ଜାପାନ ପାରା ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତାରେ ଏକକାଳୀନ ତିନିଟି ସ୍ବର୍ଣ୍ଣ ପଦକ ଜିତି ହ୍ୟାଟ୍ରିକ୍ ଅର୍ଜନ କରିଛନ୍ତି ପ୍ରମୋଦ ଭଗତ

Odisha Sports Bureau

ଅଣ୍ଡର ୧୭ ଅଲଓଡ଼ିଶା ବ୍ୟାଡମିଣ୍ଟନ ଚମ୍ପିୟାନସିପରେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ମନିଷ କୁମାର ପାଲ