Cricket

ଧର୍ମଶାଳାରେ କମାଲ ବୋଲିଂ କଲେ କୁଲଦୀପ ଯାଦବ

ନୂଆଦିଲ୍ଲୀ: ଧର୍ମଶାଳା ଠାରେ ଚାଲିଛି ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜର ଶେଷ ମ୍ୟାଚ । ଏଥିରେ ପ୍ରଥମେ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ଇଂଲଣ୍ଡ । ସେଥିରେ ଚମତ୍କାର ବୋଲିଂ କରିଛନ୍ତି କୁଲଦୀପ ଯାଦବ । କୁଲଦୀପ ତାଙ୍କ ଟେଷ୍ଟ କ୍ୟାରିୟରରେ ୫୦ ୱିକେଟ୍ ପୂରଣ କରିଛନ୍ତି । ଏହି ଅବଧି ମଧ୍ୟରେ କୁଲଦୀପ ୧୦୦ବର୍ଷର ରେକର୍ଡ ଭାଙ୍ଗିଛନ୍ତି ବୋଲି କୁହାଯାଉଛି । ବାସ୍ତବରେ ସବୁଠାରୁ କମ୍ରେ ୫୦ ଓ୍ବିକେଟ ନେବାରେ ଭାଙ୍ଗିଛନ୍ତି ୧୦୦ ବର୍ଷର ରେକର୍ଡ । କୁଲଦୀପ ଏପରି କରି ଭାରତୀୟ ବୋଲର ତାଲିକାର ଶୀର୍ଷରେ ପହଞ୍ଚିଛନ୍ତି । କୁଲଦୀପ ୧୮୭୧ ବଲ ଫିଙ୍ଗି ୫୦ ୱିକେଟ୍ ପୁରା କରିଛନ୍ତି । ବର୍ତ୍ତମାନ ଯାଏଁ ତାଙ୍କ କ୍ୟାରିଅର୍ ସାନଦାର୍ ରହିଛି । ଯଦି ଟିମ୍ ଇଣ୍ଡିଆ ପାଇଁ ଟେଷ୍ଟ କ୍ରିକେଟରେ ସର୍ବାଧିକ ଓ୍ବିକେଟ୍ ନେଇଥିବା ବୋଲରଙ୍କ ତାଲିକା ଦେଖିବା, ତେବେ କୁଲଦୀପ ୪୩ତମ ସ୍ଥାନରେ ରହିଛନ୍ତି । ଏହି ମାମଲାରେ ଅନିଲ କୁମ୍ବଲେ ଶୀର୍ଷରେ ଅଛନ୍ତି ।

Related posts

ଆଜି ବିଶ୍ବକପ୍‌ ମୁକାବିଲାରେ ଭାରତ ବନାମ ପାକିସ୍ତାନ

Odisha Sports Bureau

ଆଜି ଏଲିମିନେଟରରେ ମୁହାଁମୁହିଁ ହେବେ ମୁମ୍ବାଇ- ଲକ୍ଷ୍ନୌ

Odisha Sports Bureau

ଆଜି ୩ୟ ଦିନିକିଆ ମ୍ୟାଚ : ଭାରତ ସମ୍ମାନ ରକ୍ଷା କରିବା ଲକ୍ଷ୍ୟରେ

Odisha Sports Bureau

Leave a Comment