Cricket

ଜ୍ୟାକବ ମାର୍ଟିନଙ୍କୁ ଚେକ୍ ଦେଇ ସାହାର୍ଯ୍ୟର ହାତ ବଢାଇଲେ କୃନାଲ ପାଣ୍ଡ୍ୟା

(ଓଡିଶା ସ୍ପୋର୍ଟ): ପୂର୍ବତନ କ୍ରିକେଟର ଜ୍ୟାକବ ମାର୍ଟିନ୍ ଏବେ ଡାକ୍ତରଖାନାରେ ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି। ତାଙ୍କ ଚିକିତ୍ସା ପାଇଁ ଏବେ ସମଗ୍ର ଦେଶରୁ ବିଭିନ୍ନ କ୍ରିକେଟରମାନେ ସହାୟତାର ହାତ ବଢ଼ାଉଛନ୍ତି। ତାଙ୍କ ପତ୍ନୀ ବିସିସିଆଇକୁ ଜଣାଇବା ପରେ ବୋର୍ଡ ପକ୍ଷରୁ ୫ ଲକ୍ଷ ଟଙ୍କାର ସହାୟତା ଦିଆଯାଇଥିବାବେଳେ ବରୋଦା ବୋର୍ଡ ମଧ୍ୟ ୩ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରିଛି। ଭାରତୀୟ କ୍ରିକେଟ୍ ଟିମ୍ ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି, ୟୁସୁଫ ପଠାନ, ଜାହିର ଖାନ୍ ଓ ଆଶିଷ ନେହରା ପ୍ରମୁଖ। ସେହିପରି ବଡ଼ୋଦରାର କ୍ରିକେଟ୍ ଖେଳାଳିମାନେ ମଧ୍ୟ ତାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି।

ଏବେ କୃନାଲ ପାଣ୍ଡ୍ୟା (ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଡ଼ ଭାଇ) ମଧ୍ୟ ଜାକବ୍ଙ୍କ ସହାୟତା ପାଇଁ ଆଗେଇ ଆସିଛନ୍ତି। ତେବେ ସେ କିଛି ନିର୍ଦ୍ଦିଷ୍ଟ ପରିମାଣର ଟଙ୍କା କଥା ନଲେଖି ଏକ ବ୍ଲାଙ୍କ୍ ଚେକ୍ ଲେଖି ଦେଇଛନ୍ତି।

ସେ ସଞ୍ଜୟଙ୍କୁ ଏହା ଦେଇଥିବାବେଳେ ତାଙ୍କ ଉଦ୍ଦେଶ୍ୟରେ କହିଛନ୍ତି, “ସାର, ଯାହା କିଛି ଆବଶ୍ୟକ ଏଥିରେ ଲେଖିଦେବେ, କିନ୍ତୁ ଏହା ୧ ଲକ୍ଷଠାରୁ କମ୍ ହେବା ଉଚିତ ନୁହେଁ।”

ଜ୍ୟାକବ୍ ଭାରତ ପକ୍ଷରୁ ୧୦ଟି ଦିନିକିଆ ମ୍ୟାଚ୍ ଖେଳିଛନ୍ତି। ସେ ୧୯୯୯ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଡେବ୍ୟୁ କରିଥିଲେ। ସେତେବେଳେ ସୌରଭ ଗାଙ୍ଗୁଲି ଭାରତର ଅଧିନାୟକ ଥିଲେ। ଜ୍ୟାକବ୍ଙ୍କ ନେତୃତ୍ୱରେ ୨୦୦୦-୨୦୦୧ ସିଜିନ୍ରେ ବଡ଼ୋଦରା ରଣଜୀ ଟ୍ରଫି ଜିତିଥିଲା।

Related posts

ଗୋଟିଏ ଓଭରରେ ୭ ଛକା, ୪୩ ରନ୍; ରେକର୍ଡ କଲେ ଋତୁରାଜ

Odisha Sports Bureau

ଭାରତ ପାଖରେ ଅଷ୍ଟ୍ରେଲିଆରେ ଜିତିବାର ସୁବର୍ଣ୍ଣ ସୁଯୋଗ ରହିଛି: ଶ୍ରୀଲଙ୍କା କୋଚ୍

Odisha Sports Bureau

ଆଇସିସି ଟି-୨୦ ରାଙ୍କିଙ୍ଗର ନମ୍ବର-୧ ବ୍ୟାଟ୍ସଓମ୍ୟାନ୍ ଶେଫାଳୀ