Cricket

ଆଇସିସି ଚେୟାରମ୍ୟାନ୍ ଭାବେ କ୍ରମାଗତ ଦ୍ୱିତୀୟ ଥର ପାଇଁ ନିର୍ବାଚିତ ହୋଇଛନ୍ତି ଜୟ ଶାହ

ଆନ୍ତର୍ଜାତୀୟ କ୍ରିକେଟ୍ ଜଗତରେ ପୁଣି ଜୟ ଶାହଙ୍କ ଦବଦବା। ଆଇସିସି ଚେୟାରମ୍ୟାନ୍ ଭାବେ କ୍ରମାଗତ ଦ୍ୱିତୀୟ ଥର ପାଇଁ ନିର୍ବିରୋଧରେ ନିର୍ବାଚିତ ହୋଇଛନ୍ତି ଜୟ ଶାହ। ଇଣ୍ଡୋନେସିଆର ବାଲିରେ ଅନୁଷ୍ଠିତ ଆଇସିସି ବୋର୍ଡ ଓ କମିଟି ବୈଠକରେ ସମସ୍ତ ଡାଇରେକ୍ଟର ତାଙ୍କ ନାମକୁ ସମର୍ଥନ ଜଣାଇଥିଲେ। ଅନ୍ୟ କୌଣସି ପ୍ରାର୍ଥୀ ନଥିବାରୁ ଦ୍ୱିତୀୟ କାର୍ଯ୍ୟକାଳ ପାଇଁ ତାଙ୍କ ନିର୍ବାଚନ ବାଟ ସୁଗମ ହୋଇଥିଲା। ଜୟ ଶାହଙ୍କ ନେତୃତ୍ୱ ଉପରେ ଆଇସିସି ବୋର୍ଡର ଦୃଢ଼ ଭରସାକୁ ଏହି ନିଷ୍ପତ୍ତି ପ୍ରତିଫଳିତ କରିଛି। ବିଶ୍ୱବ୍ୟାପୀ କ୍ରିକେଟର ପ୍ରସାର, ନୂଆ ପ୍ରଶଂସକ ସୃଷ୍ଟି ଏବଂ ଖେଳର ଆର୍ଥିକ ଦିଗକୁ ଆହୁରି ମଜବୁତ କରିବା ତାଙ୍କ ଆଗାମୀ କାର୍ଯ୍ୟକାଳର ପ୍ରମୁଖ ଲକ୍ଷ୍ୟ ରହିବ।

ICC Chair Jay Shah embarks on a new era for cricket with visit to the ICC  Headquarters -

ଦ୍ୱିତୀୟ ଥର ଦାୟିତ୍ୱ ମିଳିବା ପରେ ଜୟ ଶାହ କହିଛନ୍ତି, ଆଇସିସି ଚେୟାରମ୍ୟାନ୍ ଭାବେ କାର୍ଯ୍ୟ କରିବା ତାଙ୍କ ପାଇଁ ଗର୍ବ ଓ ଗୁରୁଦାୟିତ୍ୱର ବିଷୟ। ସମସ୍ତ ସଦସ୍ୟ ଦେଶଙ୍କ ସହଯୋଗରେ କ୍ରିକେଟକୁ ନୂଆ ଶିଖରରେ ପହଞ୍ଚାଇବାକୁ ସେ ପ୍ରତିଶ୍ରୁତିବଦ୍ଧ। ବିଶେଷକରି ୨୦୨୮ ଲସ୍ ଆଞ୍ଜେଲସ୍ ଅଲିମ୍ପିକ୍ସରେ କ୍ରିକେଟ୍ ସାମିଲ ହେବା ଏହି ଖେଳର ବିଶ୍ୱବ୍ୟାପୀ ପ୍ରସାର ପାଇଁ ଏକ ବଡ଼ ସୁଯୋଗ ବୋଲି ସେ କହିଛନ୍ତି।

This Visit Provided An Invaluable Opportunity': Jay Shah Visits ICC  Headquarters In Dubai To Interact With Board Directors And Staff

ସୂଚନାଯୋଗ୍ୟ, ୨୦୨୪ରେ ପ୍ରଥମ ଥର ପାଇଁ ଆଇସିସି ଚେୟାରମ୍ୟାନ୍ ହୋଇଥିଲେ ଜୟ ଶାହ। ନ୍ୟୁଜିଲାଣ୍ଡର ଗ୍ରେଗ୍ ବାର୍କଲେଙ୍କ ସ୍ଥାନ ନେଇଥିବା ଜୟ ଶାହ ମାତ୍ର ୩୬ ବର୍ଷ ବୟସରେ ଏହି ପଦରେ ପହଞ୍ଚି ସବୁଠାରୁ କମ୍ ବୟସର ଚେୟାରମ୍ୟାନ୍ ହେବାର ରେକର୍ଡ କରିଥିଲେ। ସେ ହେଉଛନ୍ତି ଏହି ପଦରେ କାର୍ଯ୍ୟ କରିଥିବା ପଞ୍ଚମ ଭାରତୀୟ। ତାଙ୍କ ପୂର୍ବରୁ ଜଗମୋହନ ଡାଲମିଆ, ଶରଦ ପୱାର, ଏନ୍. ଶ୍ରୀନିବାସନ ଏବଂ ଶଶାଙ୍କ ମନୋହର ଏହି ଦାୟିତ୍ୱ ତୁଲାଇଥିଲେ। ତେବେ ଆନ୍ତର୍ଜାତୀୟ କ୍ରିକେଟ୍ ମଞ୍ଚରେ ଜୟ ଶାହଙ୍କ ଏହି ନୂଆ ଇନିଂସ୍ ଆଗାମୀ ଦିନରେ କେତେ ପ୍ରଭାବ ପକାଉଛି, ତାହା ଉପରେ ରହିବ ସମସ୍ତଙ୍କ ନଜର।

Related posts

ଜିତିଲା ଗୁଜୁରାଟ ଟାଇଟନ୍ସ

Odisha Sports Bureau

ବୈଭବ ସୂର୍ଯ୍ୟବଂଶୀ ନମ୍ବର 1 ହେବେ କି ନାହିଁ? ନିଷ୍ପତ୍ତି ଏପ୍ରିଲ 19 ତାରିଖରେ ନିଆଯିବ

Odisha Sports Bureau

ମହାକାଶରେ ବିଶ୍ୱକପ୍ ଟ୍ରଫି

Odisha Sports Bureau