Cricket

ମହାକାଶରେ ବିଶ୍ୱକପ୍ ଟ୍ରଫି

ନୂଆଦିଲ୍ଲୀ: ଭାରତରେ ଚଳିତ ବର୍ଷ ୮ ଅକ୍ଟୋବରରୁ ଆରମ୍ଭ ହେବ ବିଶ୍ବକପ । ଏହି କ୍ରମରେ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଭିନ୍ନ ଶୈଳୀରେ ଟ୍ରଫିର ଅନାବରଣ କରିଛି। ବିସିସିଆଇ ସଂପାଦକ ଜୟ ଶାହ ନିଜର ଟୁଇଟର ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ବିଶ୍ଵକପ୍ର ଟ୍ରଫିକୁ ମହାକାଶରେ ଅନାବରଣ କରାଯାଇଛି। ସେ ସୂଚନା ଦେଇଛନ୍ତି ଯେ ପ୍ରଥମ ଥର କୌଣସି ଖେଳର ଟ୍ରଫିକୁ ମହାକାଶକୁ ପଠାଯାଇଛି ଏବଂ ସେଠାରେ ଏହାର ଅନାବରଣ କରାଯାଇଛି।
ବିଶ୍ଵକପ୍ ୨୦୨୩ର ଏହି ଟ୍ରଫିକୁ ମହାକାଶକୁ ଜୁନ ୨୪ରେ ସ୍ପେସ ଅଫିସକୁ ପଠାଯାଇଥିଲା। ଟ୍ରଫିର ଅନାବରଣ ୧ ଲକ୍ଷ ୨୦ ହଜାର ଫୁଟ୍ ଉଚ୍ଚତାରେ କରାଯାଇଛି, ଯେଉଁଠି ତାପମାତ୍ରା ୬୫ ଡିଗ୍ରୀ ରହିଥିଲା। ମହାକାଶରୁ ଫେରିବା ପରେ ଟ୍ରଫିକୁ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଅବତରଣ କରାଯାଇଛି।

ବିସିସିଆଇ ସଂପାଦକ ଜୟ ଶାହ ଏହି ଭିଡିଓକୁ ଟୁଇଟ୍ କରି ଲେଖିଛନ୍ତି, କ୍ରିକେଟ୍ ଜଗତ ପାଇଁ ଏହା ଏକ ବିରଳ ଦୃଶ୍ୟ ଯେତେବେଳେ କ୍ରିକେଟ୍ ବିଶ୍ଵକପ୍ ୨୦୨୩ ଟ୍ରଫିର ମହାକାଶବରେ ଅନାବରଣ କରାଗଲା। ବାସ୍ତବରେ ଭାରତରେ ଆଇସିସି ପୁରୁଷ କ୍ରିକେଟ୍ ବିଶ୍ଵକପ୍ ଟ୍ରଫି ଅଭିଯାନର ଦମଦାର ଆରମ୍ଭ।
ଚଳିତ ବର୍ଷ ଅକ୍ଟୋବରରେ ବିଶ୍ଵକପ୍ ୨୦୨୩ର ଆୟୋଜନ ହେବ। ଆଜି ବିଶ୍ଵକପ୍ର କାର୍ୟ୍ୟସୂଚୀ ଜାରି କରିଛି ବିସିସିଆଇ। ସେହିପରି ଆଇସିସି ପୁରୁଷ ବିଶ୍ଵକପ୍ ଟ୍ରଫି କୁଏତ, ବାହାରିନ, ମାଲେସିଆ, ଆମେରିକା, ନାଇଜେରିଆ, ୟୁଗାଣ୍ଡା, ଫ୍ରାନ୍ସ, ଇଟାଲୀ, ଅଷ୍ଟ୍ରେଲିଆ ଏବଂ ଆୟୋଜକ ଭାରତ ସହିତ ସମଗ୍ର ଦୁନିଆର ୧୮ ଦେଶ ଯାତ୍ରା କରିବ।

Related posts

ଚେନ୍ନାଇ ସୁପର କିଙ୍ଗସରେ ମିଶିଲେ ଦ୍ରୁତ ବୋଲର ରିଚାର୍ଡ ଗ୍ଲିସନ୍

Odisha Sports Bureau

ଅନ୍ୟ ରାଜ୍ୟରେ ଦିବାରାତ୍ର ଟେଷ୍ଟ ମ୍ୟାଚ ଆୟୋଜନ ନେଇ ଉଦ୍ୟମ କରିବେ: ଗାଙ୍ଗୁଲି

Odisha Sports Bureau

ଭାରତରେ ଏସିଆ କପ୍ ଓ ପୁରୁଷ ଦିନିକିଆ ବିଶ୍ୱକପକୁ ମାଗଣାରେ ଦେଖାଇବ ହଟଷ୍ଟାର୍

Odisha Sports Bureau