Cricket

ଆଇସିସି ଇଭେଣ୍ଟରେ ପୁରୁଷ ଏବଂ ମହିଳା ଟିମକୁ ମିଳିବ ସମାନ ପୁରଷ୍କାର ରାଶି

ନୂଆଦିଲ୍ଲୀ: ପୁରୁଷ ଓ ମହିଳା କ୍ରିକେଟ୍ ମଧ୍ୟରେ ଥିବା ବ୍ୟବଧାନକୁ ଦୂର କରିବା ପାଇଁ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ ଏକ ବଡ଼ ନିଷ୍ପତ୍ତି ନେଇଛି। ଏବେ ଆଇସିସି ଇଭେଣ୍ଟରେ ପୁରୁଷ ଓ ମହିଳା କ୍ରିକେଟ ଦଳକୁ ସମାନ ପୁରସ୍କାର ରାଶି ମିଳିବ।

ଦକ୍ଷିଣ ଆଫ୍ରିକାର ଡର୍ବାନରେ ଆୟୋଜିତ ଆଇସିସି ବାର୍ଷିକ ସମ୍ମିଳନୀରେ ଏହି ନିଷ୍ପତ୍ତି ନିଆଯାଇଛି । ୨୦୩୦ ସୁଦ୍ଧା ପୁରଷ୍କାର ରାଶି ସମାନତା ହାସଲ କରିବା ପାଇଁ ଆଇସିସିର ପ୍ରୟାସ । ଏହି ନିଷ୍ପତ୍ତି ପରେ ମହିଳା ବିଶ୍ୱକପ୍ ଜିତିବା କିମ୍ବା ଆଇସିସି ଇଭେଣ୍ଟର ମ୍ୟାଚ୍ ଜିତିବା ପାଇଁ ପୁରୁଷ ଦଳକୁ ମିଳୁଥିବା ପୁରସ୍କାର ରାଶି ଏବେ ମହିଳା କ୍ରିକେଟ୍ ଦଳକୁ ମଧ୍ୟ ଦିଆଯିବ। ଆଇସିସି ଅଧ୍ୟକ୍ଷ ଗ୍ରେଗ୍ ବାର୍କଲେ କହିଛନ୍ତି ଯେ, ଖେଳ ଇତିହାସରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ ଏବଂ ମୁଁ ଖୁସି ଯେ ଆଇସିସି ବିଶ୍ୱ ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେଉଥିବା ପୁରୁଷ ଏବଂ ମହିଳା କ୍ରିକେଟରମାନେ ବର୍ତ୍ତମାନ ସମାନ ପୁରସ୍କାର ରାଶି ପାଇବେ।

ମହିଳା ଓ ପୁରୁଷ କ୍ରିକେଟରଙ୍କ ମଧ୍ୟରେ ଥିବା ପାଉଣା ବ୍ୟବଧାନକୁ ଦୂର କରିବାକୁ ବିସିସିଆଇ ପୂର୍ବରୁ ହିଁ ଉଦ୍ୟମ ଅରମ୍ଭ କରିସାରିଛି । ଉଭୟ ଭାରତୀୟ ମହିଳା ଓ ପୁରୁଷ ଟିମର ସଦସ୍ୟମାନଙ୍କୁ ସମାନ ପାଉଣା ମିଳିବା ସଂପର୍କରେ କିଛି ମାସ ତଳେ ବିସିସିଆଇ ସେକ୍ରେଟାରି ଜୟ ଶାହା ଘୋଷଣା କରିଥିଲେ ।

Related posts

ମ୍ୟାଚ ମଝିରେ ରାହୁଲଙ୍କୁ ଝଟକା

Odisha Sports Bureau

ବିରାଟଙ୍କ ଯୋଗୁଁ ମ୍ୟାଚ ଦେଖିବା ପାଇଁ ଲାଗିଛି ପ୍ରବଳ ଗହଳି..

Odisha Sports Bureau

ଏଲିମିନେଟର ମ୍ୟାଚ୍‌ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଟକ୍କର