ନୂଆଦିଲ୍ଲୀ: ନିଜର ବ୍ୟକ୍ତିଗତ ଜୀବନ ପାଇଁ ଖୁବ ଚର୍ଚ୍ଚାରେ ଅଛନ୍ତି ଅଭିନେତ୍ରୀ ତଥା ମଡେଲ ନତାଶା ଷ୍ଟାନକୋଭିକ । ନତାଶା ଏବଂ ହାର୍ଦ୍ଦିକଙ୍କ ଅଲଗା ହେବାର ଖବାର ଦୀର୍ଘ ଦିନ ହେବ ବହୁ ଚର୍ଚ୍ଚାର ବିଷୟ ପାଲଟିଛି । ହେଲେ ଦୁହେଁ ଏବେ ପର୍ଯ୍ୟନ୍ତ ଏହା ଉପରେ ଚୁପ ରହିଛନ୍ତି । ସେମାନଙ୍କ ମଧ୍ୟରୁ କେହି ଏହାକୁ ଆନୁଷ୍ଠାନିକ ଭାବେ ମନା କରି ନାହିଁନ୍ତି କିମ୍ବା ହଁ ବି ଭରି ନାହାଁନ୍ତି । କିନ୍ତୁ ଛାଡପତ୍ର ଖବର ମଧ୍ୟରେ ନତାଶା ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ସେ କହିଛନ୍ତି ଯେ ସେ ଏକ କଠିନ ପରିସ୍ଥିତି ଦେଇ ଗତି କରୁଛନ୍ତି । ସେପଟେ ଭାରତ ଟି -୨୦ ବିଶ୍ୱକପ ଜିତିବା ପରେ କୌଣସି ପୋଷ୍ଟ ସେୟାର ନକରିବାରୁ ହାର୍ଦ୍ଦିକ ମଧ୍ୟ ଟ୍ରୋଲର ସମ୍ମୁଖିନ ହୋଇଛନ୍ତି । ସୋସିଆଲ ମିଡିଆରେ ନତାଶା ଖୁବ ସକ୍ରିୟ କିନ୍ତୁ ତାଙ୍କ ବ୍ୟକ୍ତିଗତ ଜୀବନ ସହ ଜଡିତ କିଛି ସେୟାର କରୁନାହାଁନ୍ତି । ନତାଶା ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ସେ କଠିନ ପରିସ୍ଥିତି ଦେଇ ଗତି କରୁଥିବା କହିଛନ୍ତି ।
ସେ କହୁଛନ୍ତି –‘ ମୁଁ କିଛି ପଢିବାକୁ ଅତ୍ୟଧିକ ଉତ୍ସାହିତ , ଯାହା ମୋତେ ଆଜି ଅଧିକ ଶୁଣିବାକୁ ପଡିବ । ସେଥିପାଇଁ ମୁଁ କାରରେ ବାଇବଲ ଆଣିଥିଲି କାରଣ ମୁଁ ତୁମ ସମସ୍ତଙ୍କୁ ପଢାଇବାକୁ ଚାହୁଁଥିଲି । ଏଥିରେ ଲେଖା ଅଛି- ଜଣେ ଇଶ୍ୱର ଅଛନ୍ତି ଯିଏ ତୁମ ଆଗରେ ଚାଲନ୍ତି ଏବଂ ତୁମ ସହିତ ରହିବେ , ସେ ତୁମକୁ କେବେ ବି ଛାଡିବେ ନାହିଁ । ଭୟ କର ନାହିଁ କିମ୍ବା ନିରାଶ ହୁଅ ନାହିଁ । ଯେତେବେଳେ ବି ଆମେ ଏକ ନିର୍ଦ୍ଦେଷ୍ଟ ପରିସ୍ଥିତି ଦେଇ ଗତି କରୁ , ଆମେ ହେଉ … କିନ୍ତୁ ଭଗବାନ ତୁମ ସହ ଅଛନ୍ତି । ନତାଶା ଏହି ଭିଡିଓ ପରେ ପ୍ରଶଂସକମାନେ ଭାବୁଛନ୍ତି ଯେ ସେ କେବଳ ତାଙ୍କ ଜୀବନ ବିଷୟରେ କହୁଛନ୍ତି ।
ତେବେ ସେପଟେ ଭାରତ ଟି-୨୦ ବିଶ୍ୱକପ ଜିତିବା ପରେ ନତାଶା ତାଙ୍କର କିଛି ଫଟୋ ସେୟାର କରିଥିଲେ ହେଲେ ଲୋକମାନେ ନତାଶାଙ୍କ ଏହି ଫଟୋ ଉପରେ ମନ୍ତବ୍ୟ ଦେବା ଆରମ୍ଭ କରିଥିଲେ । ତାଙ୍କୁ ପଚାରିଥିଲେ ଯେ ସେ କାହିଁକି ହାର୍ଦ୍ଧିକଙ୍କ ପାଇଁ ଏହି ପୋଷ୍ଟ ସେୟାର କରିଛନ୍ତି? କିନ୍ତୁ ଭାରତ ଜିତିବା ପାଇଁ ହାର୍ଦ୍ଦିକ କଠିନ ପରିଶ୍ରମ କରିଥିବା କୁହାଯାଉଛି ।
next post