Cricket

ପ୍ରଧାନମନ୍ତ୍ରୀଙ୍କୁ ବିସିସିଆଇ ଅଧ୍ୟକ୍ଷ ଓ ସଚିବ ଦେଲେ ସ୍ୱତନ୍ତ୍ର ଉପହାର

ନୂଆଦିଲ୍ଲୀ: ଟି -୨୦ ବିଶ୍ୱକପ ୨୦୨୪ ଟାଇଟଲ ଜିତି ଟିମ ଇଣ୍ଡିଆ ସ୍ୱଦେଶ ଫେରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଆବାସରେ ମୋଦୀଙ୍କ ସହ ପ୍ରାୟ ଦୁଇ ଘଣ୍ଟା ପର୍ଯ୍ୟନ୍ତ କଥାବାର୍ତ୍ତା ହୋଇଥିଲେ ବିଶ୍ୱବିଜୟୀ ଦଳ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ସମସ୍ତ ଖେଳାଳିମାନଙ୍କୁ ଭେଟିବା ସହ ପ୍ରଶଂସା କରିଛନ୍ତି । ଖେଳାଳି ଏବଂ କୋଚଙ୍କ ବ୍ୟତିତ ବିସିସିଆଇ ଅଧ୍ୟକ୍ଷ ଏବଂ ସଚିବ ମଧ୍ୟ ଉପସ୍ଥିତ ରହିଥିଲେ । ଏହି ଅବସରରେ ବିସିସିଆଇ ପକ୍ଷରୁ ଏକ ଖାସ ଉପହାର ପିଏମ ମୋଦୀଙ୍କୁ ଦିଆଯାଇଥିଲା ।
ଭାରତୀୟ ଟିମ ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନ ଏଆଇସି ୨୪ ଡବଲ୍ୟୁସି ଏୟାର ଇଣ୍ଡିଆ ଚାମ୍ପିୟନ୍ସ ୨୪ ବିଶ୍ୱକପ ଗତକାଲି ଭାରତୀୟ ସମୟ ସକାଳ ୪ଟା ୫୦ ମିନିଟରେ ବାର୍ବାଡୋସରୁ ଉଡାଣ ଭରିଥିଲା । ୧୬ ଘଣ୍ଟାର ଯାତ୍ରା ପରେ ଆଜି ଭାରତୀୟ ସମୟ ସକାଳେ ୬ଟାରେ ଦିଲ୍ଲୀରେ ପହଞ୍ଚିଥିଲେ । ଏହାପରେ ସମସ୍ତ ଖେଳାଳି ଓକୋଚ ପ୍ରଧାନମନ୍ତ୍ରୀ ଆବାସ ଯାଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଥିଲେ । ଏହି ସମୟରେ ବିସିସିଆଇ ଅଧ୍ୟକ୍ଷ ରୋଜର ବିନ୍ନି ଏବଂ ସଚିବ ଜୟ ଶାହ ପ୍ରଧାନମନ୍ତ୍ରୀଙ୍କୁ ଟିମ ଇଣ୍ଡିଆର ଏକ ଖାସ ଜର୍ସି ଉପହାର କରିଥିଲେ । ଯେଉଥିରେ ନାଁ ସ୍ଥାନରେ ନମୋ ଲେଖାଯିବା ସହ ଜର୍ସି ନମ୍ବର ୧ ଲେଖାଯାଇଛି ।

Related posts

ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁ ନିଖୋଜ ହୋଇଯାଇଛନ୍ତି

Odisha Sports Bureau

ଆଇସିସି ମାସିକ ପୁରଷ୍କାର ପାଇବେ ଟିମ୍ ଇଣ୍ଡିଆର ଯୁବ ଓପନର ଯଶସ୍ୱୀ ଜୈସ୍ୱାଲ୍

Odisha Sports Bureau

କରୋନାରେ ସଂକ୍ରମିତ ହେଲେ ରାହୁଲ ଦ୍ରାବିଡ

Odisha Sports Bureau