୨୦୨୭ ମସିହାରେ ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଓ ନାମିବିଆରେ ଖେଳାଯିବ ଆଇସିସି ଦିନିକିଆ ବିଶ୍ୱକପ୍। ୨୪ ବର୍ଷ ପରେ ପୁଣିଥରେ ଆଫ୍ରିକା ମହାଦେଶରେ ଫେରୁଛି ODI ବିଶ୍ୱକପ୍। ଆଇସିସି ପକ୍ଷରୁ ଟୁର୍ଣ୍ଣାମେଣ୍ଟ ପାଇଁ ୧୨ଟି ଭେନ୍ୟୁ ଘୋଷଣା କରାଯାଇଛି ଆଫ୍ରିକାର ଦ୍ରୁତ ଓ ବାଉନ୍ସିଂ ପିଚ୍ ଭାରତୀୟ ଦଳ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇପାରେ। ତେବେ ଏହି ପରିସ୍ଥିତିରେ ବିରାଟ କୋହଲିଙ୍କ ଅଭିଜ୍ଞତା ଟିମ୍ ଇଣ୍ଡିଆକୁ ବଡ଼ ଫାଇଦା ଦେଇପାରେ। ଦକ୍ଷିଣ ଆଫ୍ରିକା ମାଟିରେ ODI କ୍ରିକେଟ୍ରେ କୋହଲି ଅନେକ ସ୍ମରଣୀୟ ଇନିଂସ ଖେଳିଛନ୍ତି।

କେପ୍ଟାଉନ୍ର ନ୍ୟୁଲାଣ୍ଡସ୍ରେ କୋହଲିଙ୍କ ସର୍ବୋଚ୍ଚ ସ୍କୋର ୧୬୦ ରନ୍ ଅପରାଜିତ। ସେହିପରି ସେଞ୍ଚୁରିଅନ୍ରେ ତାଙ୍କ ସର୍ବୋଚ୍ଚ ସ୍କୋର ୧୨୯ ରନ୍ ଅପରାଜିତ ଏବଂ ଡର୍ବାନ୍ରେ ୧୧୨ ରନ୍। ଏହି ତିନୋଟି ଶତକ ମଧ୍ୟ କୋହଲିଙ୍କ ODI କ୍ୟାରିୟରର ସ୍ମରଣୀୟ ଇନିଂସ ମଧ୍ୟରେ ରହିଛି।
/odishatv/media/media_files/2025/12/03/virat-kohli-2025-12-03-17-47-50.jpg)
କେଉଁ ଭେନ୍ୟୁରେ କୋହଲିଙ୍କ ସର୍ବୋଚ୍ଚ ସ୍କୋର କେତେ?
- କେପ୍ ଟାଉନ୍ – ୧୬୦ ଅପରାଜିତ
- ଜୋହାନ୍ସବର୍ଗ – ୭୫
- ସେଞ୍ଚୁରିଅନ୍ – ୧୨୯ ଅପରାଜିତ
- ଗାଇବରଖା-୮୭ ଅପରାଜିତ
- ବଫାଲୋ ପାର୍କ – ଖେଳି ନଥିଲେ
- ବ୍ଲୋଏମ୍ଫୋଣ୍ଟେନ୍ – ଖେଳି ନଥିଲେ
- ଡର୍ବାନ – ୧୧୨
- ପାର୍ଲ – 51
- ହରାରେ – ୧୧୫
- ବୁଲାୱାୟୋ – 0
- ଭିକ୍ଟୋରିଆ ଫଲ୍ସ – ଖେଳି ନଥିଲେ
- ୱିଲହୋଏକ୍ – ଖେଳି ନଥିଲେ
୨୦୨୭ ବିଶ୍ୱକପ୍ରେ ଏହି ଅଭିଜ୍ଞତା ଟିମ୍ ଇଣ୍ଡିଆ ପାଇଁ ନିଶ୍ଚିତ ଭାବେ ବଡ଼ ଆଶାର କାରଣ। ଆଫ୍ରିକାର ଦ୍ରୁତ ଓ ବାଉନ୍ସିଂ ପିଚ୍ରେ କୋହଲିଙ୍କ ବ୍ୟାଟ୍ ପୁଣିଥରେ ଗର୍ଜିବ କି ନାହିଁ, ତାହା ଉପରେ କ୍ରିକେଟ୍ପ୍ରେମୀଙ୍କ ନଜର ରହିବ।
