Cricket

ବିଜେପିରେ ଯୋଗ ଦେବେ ନାହିଁ ରାହୁଲ ଦ୍ରାବିଡ

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶରେ ଚଳିତ ମାସ ୧୨ରୁ ୧୫ ପର୍ଯ୍ୟନ୍ତ ବିଜେପିର ଯୁବମୋର୍ଚ୍ଚା ରାଷ୍ଟ୍ରୀୟ କାର୍ଯ୍ୟସମିତି ଆୟୋଜିତ ହେବ । ଏଥିରେ ଭାରତୀୟ କ୍ରିକେଟର ରାହୁଲ ଦ୍ରାବିଡ ବିଜେପିରେ ଯୋଗ ଦେବା ନେଇ ଚର୍ଚ୍ଚା ଜୋର ଧରିଥିଲା । ବିଜେପି ଏହି ପଦକ୍ଷେପ ନେବାର କାରଣ ହିମାଚଳ ଏବଂ କର୍ଣ୍ଣାଟକରେ ଯୁବ ପିଢ଼ୀଙ୍କୁ ଆକୃଷ୍ଟ କରିବା ପାଇଁ ବୋଲି ଅନୁମାନ କରାଯାଉଛି । ଧର୍ମଶାଳା ବିଜେପି ବିଧାୟକ ବିଶାଲ ନହେରିୟା ପ୍ରଥମେ ସୂଚନା ଦେଇଥିଲେ । ତେବେ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ କି ନାହିଁ ତାହା ସ୍ପଷ୍ଟ କରି ସାରିଛନ୍ତି ଦ୍ରାବିଡ । କାର୍ଯ୍ୟକ୍ରମରେ ଯୋଗ ଦେବାକଥାକୁ ଖଣ୍ଡନ କରିଛନ୍ତି ଦ୍ରାବିଡ଼ । ବିଜେପିର ଯୁବ ମୋର୍ଚ୍ଚା କାର୍ଯ୍ୟ ସମିତିରେ ରାହୁଲ ଦ୍ରାବିଡ ଯୋଗ ଦେବେ ବୋଲି ବିଜେପି ବିଧାୟକ ଦାବି କରିଥିବା ବେଳେ ଖୋଦ୍ ରାହୁଲ ଦ୍ରାବିଡଙ୍କ ବୟାନ ସାମ୍ନାକୁ ଆସିଛି। ସେ ଏହି ଖବରକୁ ଖଣ୍ଡନ କରିଛନ୍ତି।

ଦ୍ରାବିଡଙ୍କ ନୂତନ ଇନିଂସ ସମ୍ପର୍କରେ ଖୁବ ଶୀଘ୍ର ସ୍ଥିତି ସ୍ପଷ୍ଟ ହୋଇଯିବ ବୋଲି ତାଙ୍କର ଜଣେ ବନ୍ଧୁ କହିଛନ୍ତି । ନହେରିଆଙ୍କ ମତରେ ଦ୍ରାବିଡଙ୍କ ସନ୍ଦେଶ ଯୁବପିଢ଼ୀଙ୍କ ପାଇଁ ସର୍ବଦା ପ୍ରେରଣା ସାଜିବ । ଏହା ଦ୍ୱାରା ବିଜେପିର ମଧ୍ୟ ଫାଇଦା ହେବ ବୋଲି ସେ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସମେତ ଅନେକ ବରିଷ୍ଠ ନେତା ଯୋଗଦେବେ । ଏହା ଜଣାପଡିବା ପରେ ରାହୁଲ ଦ୍ରାବିଡ ବିଜେପିରେ ସାମିଲେ ହେବେ ବୋଲି ଚର୍ଚ୍ଚା ଜୋର ଧରିଥିଲା ।

Related posts

୪ର୍ଥ ଦିନିକିଆରେ ରେକର୍ଡ ଭାଙ୍ଗିଲେ ରୋହିତ-ଧୱାନ ଯୋଡି

Odisha Sports Bureau

ଅନ୍ତର୍ଜାତୀୟ ମହିଳା ଟି-୨୦ ମ୍ୟାଚରେ ବିଶ୍ୱ ରେକର୍ଡ ହାସଲ କଲେ ରୋହମାଲିଆ

Odisha Sports Bureau

ଆଜି ରାଜସ୍ଥାନ ରୟାଲ୍ସ ଓ କଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ହେବ ମୁକାବିଲା

Odisha Sports Bureau