Hockey

ଏସିଆ କପ୍‌ ପାଇଁ ଭାରତୀୟ ହକି ଦଳରେ ୪ ଓଡ଼ିଆ ସାମିଲ

ଭୁବନେଶ୍ୱର: ଇଣ୍ଡୋନେସିଆର ଜାକର୍ତ୍ତାରେ ଚଳିତ ମଇ ୨୩ ତାରିଖରୁ ଜୁନ୍‌ ପହିଲାଯାଏଁ ଅନୁଷ୍ଠିତ ହେବାକୁ ଥିବା ପୁରୁଷ ଏସିଆ କପ୍‌ ହକି ପ୍ରତିଯୋଗିତା ଲାଗି ୨୦ ଜଣିଆ ଭାରତୀୟ ଦଳ ଘୋଷିତ ହୋଇଛି। ଏହି ମର୍ଯ୍ୟଦାଜନକ ପ୍ରତିଯୋଗିତାକୁ ମଧ୍ୟ ବିଶ୍ବକପ୍‌ ଯୋଗ୍ୟତା ମାନ୍ୟତା ମିଳିଛି। ଭାରତ ସହିତ ପୁଲ୍‌ ‘ଏ’ରେ ଜାପାନ, ପାକିସ୍ତାନ, ଆୟୋଜକ ଇଣ୍ଡୋନେସିଆ ରହିଛନ୍ତି। ପୁଲ୍‌ ‘ବି’ରେ ମାଲେସିଆ,‌ କୋରିଆ, ଓମାନ ଓ ବାଂଲାଦେଶ ସାମିଲ ଅଛନ୍ତି। ‌ଘୋଷିତ ୨୦ ଜଣିଆ ଦଳରେ ମୋଟ ୪ ଓଡ଼ିଆ ଖେଳାଳି ସ୍ଥାନ ପାଇଛନ୍ତି। ବୀରେନ୍ଦ୍ର ଲାକ୍ରାଙ୍କ ବାଦ୍‌ ଦୀପସାନ ତିର୍କି, ଅଭିଷେକ ଲାକ୍ରା ଏବଂ ନୀଲମ ସଂଜୀବ ଖେସ୍‌ ସାମିଲ ରହିଛନ୍ତି। ନୀଲମଙ୍କୁ ବଦଳ ଖେଳାଳି ଭାବେ ସୁଯୋଗ ମିଳିଛି।

ଭାରତୀୟ ଦଳ
‌ଗୋଲରକ୍ଷକ: ପଙ୍କଜ କୁମାର ରଜକ, ସୁରଜ କେରକେରା। ଡିଫେଣ୍ଡର୍ସ: ରୂପୀନ୍ଦର ପାଲ୍‌ ସିଂହ (ଅଧିନାୟକ), ୟାଶଦୀପ ସିୱାଚ, ଅଭିଷେକ ଲାକ୍ରା, ବୀରେନ୍ଦ୍ର ଲାକ୍ରା (ଉପଅଧିନାୟକ), ମନଜିତ୍, ଦୀପସାନ୍ ତିର୍କି। ମିଡ୍‌ଫିଲ୍ଡର୍ସ: ବିଷ୍ଣୁକାନ୍ତ ସିଂହ, ରାଜକୁମାର ପାଲ୍‌, ମାରିସ୍ବରେନ୍‌ ଶକ୍ତିଭେଲ୍‌, ଶେଷେ ଗୌଡ଼ନା ବିଏମ୍, ସିମ୍ରନଜିତ ସିଂହ। ଫରୱାର୍ଡସ: ପବନ ରାଜଭର, ଆଭାରଣ ସୁଦେବ, ଏସ୍‌ଭି ସୁନିଲ, ଉତ୍ତମ ସିଂହ, ଏସ୍‌ କର୍ତ୍ତି। ବଦଳ ଖେଳାଳି: ମନୀନ୍ଦର ସିଂହ, ନୀଲମ ସଂଜୀବ ଖେସ୍‌। ଷ୍ଟାଣ୍ଡବାଇ: ପବନ, ପରଦୀପ ସିଂହ, ଅଙ୍କିତ ପାଲ୍‌, ଅଙ୍ଗଦ ବୀର ସିଂହ।

Related posts

କିଙ୍ଗ ଖାନ ଶାହାରୁଖଙ୍କୁ ଥ୍ୟାଙ୍କ ୟୁ ମ୍ୟାସେଜ ଜଣାଇଲେ ମୁଖ୍ୟମନ୍ତ୍ରୀ

Odisha Sports Bureau

ଓଡିଆ ହକି ତାରକା ସୁନିତା ଲାକ୍ରା ଅବସର

Odisha Sports Bureau

ଓଡିଶା ହକିଦଳ ଘୋଷିତ

Odisha Sports Bureau