Hockey

୨୨ ଜଣିଆ ଭାରତୀୟ ମହିଳା ଦଳ ଘୋଷିତ

ଭବନେଶ୍ୱର: କଳିଙ୍ଗ ଷ୍ଟାଡିୟମ୍‌ରେ ଖେଳାଯିବାକୁ ଥିବା ଏଫ୍‌ଆଇଏଚ୍ ପ୍ରୋ ଲିଗ୍ ମ୍ୟାଚ୍ ପାଇଁ ହକି ଇଣ୍ଡିଆ ୨୨ ଜଣିଆ ଭାରତୀୟ ମହିଳା ଦଳ ଘୋଷଣା କରିଛି। ନିୟମିତ ଅଧିନାୟିକା ରାଣୀ ରାମପାଲ ସଂପୂର୍ଣ୍ଣ ଫିଟ୍ ‌ହୋଇ ନଥିବାରୁ ଅଭିଜ୍ଞ ଗୋଲ୍‌ରକ୍ଷକ ସବିତା ପୁନିଆଙ୍କୁ ପୁଣି ଥରେ ଦଳର ଅଧିନାୟିକା ନିଯୁକ୍ତ କରାଯାଇଛି। ଅଲିମ୍ପିଆନ୍ ତଥା ବିଶ୍ୱହକିର ଅନ୍ୟତମ ଦକ୍ଷ ମହିଳା ଡିଫେଣ୍ଡର ଦୀପଗ୍ରେସ୍ ଏକ୍କାଙ୍କୁ ଭାରତୀୟ ଦଳର ଉପଅଧିନାୟିକା ଭାବେ ପୁନଃ ନିଯୁକ୍ତ ଦିଆଯାଇଛି। ଟୋକିଓ ଅଲିମ୍ପିକ୍ସରେ ଷ୍ଟାଣ୍ଡବାଏ ଥିବା ଏବଂ ଚୀନ ବିପକ୍ଷ ଏଫଆଇଏଚ୍ ମ୍ୟାଚ୍ ଖେଳି ନଥିବା ଓଡ଼ିଆ ତାରକା ନମିତା ଟପ୍ପୋ ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ।

ଭାରତୀୟ ଦଳରେ ଗୋଲ୍‌ରକ୍ଷକ-ସବିତା (ଅଧିନାୟିକା), ବିଚୁଦେବୀ ଖରିବାମ, ରଜନୀ ଏତିମାର୍‌ପୁ। ରକ୍ଷଣଭାଗ- ଦୀପଗ୍ରେସ୍ ଏକ୍କା (ଉପଅଧିନାୟିକା), ଗୁରଜିତ କୌର, ନିକ୍କି ପ୍ରଧାନ, ଉଦିତା, ଈଶିକା ଚୌଧୁରୀ। ମଧ୍ୟଭାଗ-ନିଶା, ସଲିମା ଟେଟେ, ସୁଶୀଳା ଚାନୁ ପୋଖରମବାମ୍, ଜ୍ୟୋତି, ମୋନିକା, ନେହା, ନଭଜ୍ୟୋତ କୌର, ନମିତା ଟପ୍ପୋ। ଅଗ୍ରଭାଗ-ବନ୍ଦନା କଟାରିଆ, ଶର୍ମିଳା ଦେବୀ, ନଭନୀତ କୌର, ଲାଲରେମସିଆମି, ସଙ୍ଗୀତା କୁମାରୀ, ରାଜବିନ୍ଦର କୌର। ସଂରକ୍ଷିତ ଖେଳାଳି-ରଶ୍ମିତା ମିଞ୍ଜ୍, ଅକ୍ଷତା ଆବାସୋ ଧିକାଲେ, ସୋନିକା, ମାରିଆନା କୁଜୁର, ଅଶ୍ବର୍ଯ୍ୟା ରାଜେଶ ଚୌହ୍ୱାନ ସାମିଲ ଅଛନ୍ତି ।

Related posts

ହକି ବିଶ୍ବକପ୍‌ ; ସ୍ବର୍ଣ୍ଣ ଜିତିଲେ ଖେଳାଳି ପିଛା ୨୫ଲକ୍ଷ ଲେଖାଏଁ ପୁରସ୍କାର ମିଳିବ

Odisha Sports Bureau

ସ୍ପେନକୁ ହରାଇ ସିରିଜ ୧-୧ରେ ବରାବର କଲା ମହିଳା ହକି ଦଳ

Odisha Sports Bureau

ପଦକ ବିଜେତା ଭାରତୀୟ ହକି ଦଳରେ ସାମିଲ ଓଡ଼ିଶାର ଖେଳାଳିଙ୍କୁ ନଗଦ ପୁରସ୍କାର ଘୋଷଣା କଲେ ରାଜ୍ୟ ସରକାର

Odisha Sports Bureau