Hockey

ହକି ବିଶ୍ୱକପରେ ନିରାଶ କଲେ ବିଦେଶୀ

(ଓଡିଶା ସ୍ପୋର୍ଟ): ବିଶ୍ୱକପ୍  ରେ ବହୁଳ ସଂଖ୍ୟାରେ ବିଦେଶୀ ପର୍ୟ୍ୟଟକଙ୍କ ଆଗମନକୁ ଦୃଷ୍ଟିରେ ରଖି ପ୍ରସ୍ତୁତ ହୋଇଥିଲେ ରାଜ୍ୟ ସରକାର। ଏଥିପାଇଁ ୬ ମାସ ପୂର୍ବରୁ ଘନ ଘନ ବୈଠକ କରାଯାଇଥିଲା। ଦେଶ ଓ ବିଦେଶରୁ ୨୦ ହଜାରରୁ ଊର୍ଦ୍ଧ୍ୱ ପର୍ୟ୍ୟଟକ ବିଶ୍ୱକପ୍ ଦେଖିବାକୁ ଆସିବେ ବୋଲି ଆକଳନ କରାଯାଇଥିଲା। କିନ୍ତୁ ଆଶାନୁଯାୟୀ, ଆସିଲେନି ବିଦେଶୀ ପର୍ୟ୍ୟଟକ। ରାଜ୍ୟ ସରକାର ୧୫ ହଜାର ବିଦେଶୀ ପର୍ୟ୍ୟଟକଙ୍କ ଆଗମନ ଆଶା କରିଥିବା ବେଳେ ଆସିଲେ ମାତ୍ର ୧୫୦୦। ରାଜ୍ୟ ସରକାରଙ୍କ ପକ୍ଷରୁ ଦିନରାତି ଏକ କରି ପ୍ରସ୍ତୁତି କାର୍ୟ୍ୟ କରାଯାଇଥିଲା। ବିଦେଶୀ ଦର୍ଶକଙ୍କ ରହଣିରେ ଯେପରି କୌଣସି ସମସ୍ୟା ନ ହୁଏ ।

ନଭେମ୍ବର ୨୧ରୁ ଡିସେମ୍ବର ୧୭ ତାରିଖ ସୁଦ୍ଧା ମାତ୍ର ୧୫୭୭ଜଣ ବିଦେଶୀଙ୍କ ପାଦ ଓଡ଼ିଶା ମାଟିରେ ପଡ଼ିଥିଲା। ନେଦରଲାଣ୍ଡରେ ଅନୁଷ୍ଠିତ ପୁରୁଷ ହକି ବିଶ୍ୱକପ୍ରେ ପ୍ରାୟ ୧୫ ହଜାର ବିଦେଶୀ ଦର୍ଶକ ଯୋଗଦେଇଥିବାରୁ ଓଡ଼ିଶା ମଧ୍ୟ ୧୦ରୁ ୧୫ ହଜାର ବିଦେଶୀ ଦର୍ଶକଙ୍କୁ ଆଶା କରିଥିଲା। ଯଦି ଏତେ ସଂଖ୍ୟକ ପର୍ୟ୍ୟଟକ ଓଡ଼ିଶା ଆସିଥାଆନ୍ତେ, ତା’ହେଲେ ଅତିକମ୍ରେ ୧୫ କୋଟି ଟଙ୍କାର ରାଜସ୍ବ ଆଦାୟ ହୋଇପାରିଥାଆନ୍ତା।

ଅନ୍ୟପକ୍ଷରେ ବିଶ୍ୱକପ୍ ପାଇଁ ଓଡ଼ିଶା ଆସିଥିବା ୧୫୦୦ ବିଦେଶୀ ପର୍ୟ୍ୟଟକଙ୍କ ମଧ୍ୟରୁ ଅଧିକାଂଶ ୟୁରୋପ ମହାଦେଶରୁ ଆସିଥିଲେ।

Related posts

ଦର୍ଶକଙ୍କ ସହ ଝୁମିଲେ ଓ ଗୀତ ଗାଇଲେ ଦକ୍ଷିଣ ଆଫ୍ରିକା ଖେଳାଳି

Odisha Sports Bureau

ଭିକ୍ଟର ବଞ୍ଚାଇଲା ବେଲଞ୍ଜିୟମକୁ ଶେଷରେ କୋରିଆ ଜିତିଲା

Odisha Sports Bureau

ମାଲେସିଆ ଗସ୍ତରେ ୪ ଓଡ଼ିଆ ମହିଳା ହକି ଖେଳାଳି

Odisha Sports Bureau