Cricket

ବାଙ୍ଗାଲୋର ଓପିଏଲରେ ବାରବାଟୀ ସୁପର କିଙ୍ଗ୍ସ ବିଜୟୀ

(ଓଡିଶା ସ୍ପୋର୍ଟ): ସୋମବାର ଓଡ଼ିଶା ୟୁଥ୍ ଆନୁକୂଲ୍ୟରେ ବାଙ୍ଗାଲୋରରେ ଆୟୋଜିତ ଓଡ଼ିଶା ପ୍ରିମିୟର ଲିଗ୍ (ଓପିଏଲ୍) କ୍ରିକେଟ୍ ପ୍ରତିଯୋଗିତାରେ ଖେଳାଯାଇଥିବା ଏକମାତ୍ର ମ୍ୟାଚ୍ରେ କଟକ ବାରବାଟୀ ସୁପର କିଙ୍ଗ୍ସ ବିଜୟୀ ହୋଇଛି। ଏହି ଦଳ ୩ ୱିକେଟ୍ରେ ସମ୍ବଲପୁର ପିରେଟ୍ସକୁ ପରାସ୍ତ କରିଛି।

ସମ୍ବଲପୁର ୧୮.୨ ଓଭରରେ ୧୧୬ ରନ୍ କରି ସମସ୍ତ ୱିକେଟ୍ ହରାଇବା ପରେ ବାରବାଟୀ ଦଳ ୧୬.୧ ଓଭରରେ ୭ ୱିକେଟ୍ ବିନିମୟରେ ୧୧୭ ରନ୍ କରିନେଇଥିଲା। ବିଜୟୀ ଦଳର ସେର୍ ବାହାଦୁର ଯାଦବ (୭ ବଲ୍ରେ ୨୧ ରନ୍ ଓ ୩ ୱିକେଟ୍) ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

Related posts

ମୋହସିନ ଖାନ ଟିମ୍ ଇଣ୍ଡିଆରେ ପ୍ରବେଶ କରିବାକୁ ପ୍ରସ୍ତୁତ, ଜାଣନ୍ତୁ କାହିଁକି ତାଙ୍କୁ ସୁଯୋଗ ମିଳିପାରେ?

Odisha Sports Bureau

ଧୋନିଙ୍କ ଦେଶଭକ୍ତିକୁ ସାଲ୍ୟୁଟ କଲେ ୱେଷ୍ଟଇଣ୍ଡିଜ ବୋଲର କଟ୍ରେଲ

ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲକାତା ନାଇଟ ରାଇଡର୍ସ

Odisha Sports Bureau