Cricket

ପାକିସ୍ତାନ ସହ ଭାରତ ଖେଳିବା ନେଇ ନିଷ୍ପତ୍ତି ନେବ ବିସିସିଆଇ

(ଓଡିଶା ସ୍ପୋର୍ଟ): ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ଦେଶର ଚାରିଆଡେ ଉତ୍ତେଜନା ଦେଖାଯାଇଛି । ବିଶ୍ୱକପରେ ପାକିସ୍ତାନ ବିପକ୍ଷରେ ଭାରତ ମ୍ୟାଚ ଖେଳିବ ନା ନାହିଁ, ସେ ନେଇ ମଧ୍ୟ ଦ୍ୱନ୍ଦ ଉପୁଜିଛି । ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ପ୍ରଶାସକଙ୍କ ସମିତି (ସିଓଏ) ଆଜି ଏ ନେଇ ଜାତୀୟ ରାଜଧାନୀ ନୂଆଦିଲ୍ଲୀରେ ଆୟୋଜିତ ବୈଠକରେ ନିଷ୍ପତ୍ତି ନେବ । ଇଂଲଣ୍ଡରେ ଆସନ୍ତା ମେ’ ମାସ ଠାରୁ ଆରମ୍ଭ ହେଉଥିବା ବିଶ୍ୱକପରେ ଭାରତ ଏବଂ ପାକିସ୍ତାନକୁ ଜୁନ ୧୬ରେ ମଂଚେଷ୍ଟର ଷ୍ଟାଡିୟମରେ ଖେଳିବାର କ୍ରୀଡ଼ାସୂଚୀ ରହିଛି । ପାକିସ୍ତାନକୁ ବିଶ୍ୱକପରୁ ବାହାର କରିବା ପାଇଁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ନିକଟରେ ଚାପ ମଧ୍ୟ ପ୍ରୟୋଗ ହୋଇଛି ।

ବୋର୍ଡର ପ୍ରଶାସକ ସମିତି ଆଜି ଏକ ବୈଠକରେ ଏହି ପ୍ରସଙ୍ଗରେ ଆଲୋଚନା କରିବ ଏବଂ ଦେଖିବ ଯେ, କ’ଣ ପଦକ୍ଷେପ ନିଆଯାଇପାରିବ । ସିଓଏ ଆଜିର ବୈଠକରେ ନିଆଯିବାକୁ ଥିବା ପଦକ୍ଷେପ ଉପରେ ଆଲୋଚନା କରିବା ପରେ ଖେଳ ମନ୍ତ୍ରାଳୟ, ବିଦେଶ ମନ୍ତ୍ରାଳୟ ଏବଂ ଗୃହ ମନ୍ତ୍ରାଳୟ ପରେ ବିସିସିଆଇ ଏହାରି ଉପରେ ନିଷ୍ପତ୍ତି ନେବ।
ଅଧିକାରୀଙ୍କ ଅନୁସାରେ ସାମ୍ବିଧାନିକ ଅଥବା ଅନୁବନ୍ଧ ମାଧ୍ୟମରେ ପାକିସ୍ତାନକୁ ବିଶ୍ୱକପରୁ ବାହାର କରିବା କୌଣସି ଶୈଳୀ ନାହିଁ ।

Related posts

ଭାରତ-ନ୍ୟୁଜିଲାଣ୍ଡ ୫ମ ଟି-୨୦: ସଞ୍ଜୁ ସାମସନ କି ଇଶାନ କିଶନ? ଶେଷ ମ୍ୟାଚ୍ ପୂର୍ବରୁ ଚୟନ ସସପେନ୍ସ

Odisha Sports Bureau

ଭାରତରେ ବିଶ୍ୱକପ୍ ଖେଳ ନହେଲେ ବାହାର ରାସ୍ତା ଦେଖ ।

Odisha Sports Bureau

ମୋହସିନ ଖାନ ଟିମ୍ ଇଣ୍ଡିଆରେ ପ୍ରବେଶ କରିବାକୁ ପ୍ରସ୍ତୁତ, ଜାଣନ୍ତୁ କାହିଁକି ତାଙ୍କୁ ସୁଯୋଗ ମିଳିପାରେ?

Odisha Sports Bureau