Cricket

ଆଜିଠାରୁ ସୟଦ ମୁସ୍ତାକ ଅଲ୍ଲୀ ଟ୍ବେଣ୍ଟି-୨୦ କ୍ରିକେଟ ପ୍ରତିଯୋଗିତା

(ଓଡିଶା ସ୍ପୋର୍ଟ): ବାରବାଟୀ ଷ୍ଟାଡିୟମରେ ଆଜିଠାରୁ ସୟଦ ମୁସ୍ତାକ ଅଲ୍ଲୀ ଟ୍ବେଣ୍ଟି-୨୦ କ୍ରିକେଟ ପ୍ରତିଯୋଗିତା ଆରମ୍ଭ ହେବ। ଦୀର୍ଘ ଦୁଇ ବର୍ଷ ବାରବାଟୀ ଷ୍ଟାଡିୟମରେ ଘରୋଇ କ୍ରିକେଟ ଆୟୋଜନ ହେଉଥିବା ବେଳେ ଏଥର ପ୍ରଥମ ମ୍ୟାଚରେ ଓଡ଼ିଶାର ମୁକାବିଲା ଛତିଶଗଡ଼ ସହିତ ହେବ। ଏହାପରେ ଅପରାହ୍ନରେ ବେଙ୍ଗଲ ଓ ମିଜୋରାମ ମଧ୍ୟରେ ଦ୍ବିତୀୟ ମ୍ୟାଚ୍ ଖେଳାଯିବ। ସେହିପରି ଡ୍ରିମ୍ସରେ ଆସାମ ଓ କର୍ଣ୍ଣାଟକ ମଧ୍ୟରେ ପ୍ରଥମ ଏବ˚ ହରିୟାଣା ଓ ଅରୁଣାଚଳ ପ୍ରଦେଶ ମଧ୍ୟରେ ଦ୍ବିତୀୟ ମ୍ୟାଚ୍ ଅନୁଷ୍ଠିତ ହେବ।

ମ୍ୟାଚ ଆରମ୍ଭ ହେବା ପୂର୍ବରୁ ଟିମ ଓଡ଼ିଶା ମଧ୍ୟ ଜୋରଦାର ପ୍ରାକ୍ଟିସ୍ ଆରମ୍ଭ କରିଥିଲେ। ଘରୋଇ ପରିବେଶର ଫାଇଦା ନେବା ଚକ୍କରରେ ଥିବା ଟିମ ଓଡ଼ିଶା ଯୁବ ବ୍ୟାଟ୍ସମ୍ୟାନ ଶୁଭ୍ରାଂଶୁ ସେନାପତିଙ୍କ ନେତୃତ୍ୱରେ ଖେଳିବ। ୟଙ୍ଗ୍ ବ୍ରିଗେଡଙ୍କୁ ନେଇ ଓଡ଼ିଶା ମୈଦାନକୁ ଓହ୍ଲାଇବାକୁ ଥିବାବେଳେ ଦଳରେ ଅଭିଜ୍ଞ ବିପ୍ଳବ ସାମନ୍ତରାୟ, ଗୋବିନ୍ଦ ପୋଦ୍ଦାର, ସୂର୍ୟ୍ୟକାନ୍ତ ପ୍ରଧାନଙ୍କ ଭଳି ଖେଳାଳି ଏହି ଦଳରେ ଅଛନ୍ତି।

ଗ୍ରୁପ ଡିରେ ଟିମ ଓଡ଼ିଶା ବ୍ୟତୀତ ପଶ୍ଚିମବଙ୍ଗ, କର୍ଣ୍ଣାଟକା, ହରିୟାଣା, ଛତିଶଗଡ଼, ମିଜୋରାମ, ଅରୁଣାଚଳ ପ୍ରଦେଶ ଓ ଆସାମ ସ୍ଥାନ ପାଇଛନ୍ତି। ପ୍ରତିଦିନ ବାରବାଟୀ ଓ ଡ୍ରିମ୍ସ ଗ୍ରାଉଣ୍ଡରେ ଚାରିଟି ଲେଖାଏ ମ୍ୟାଚ ଖେଳାଯିବ। ଆଜି ଓଡ଼ିଶାର ପ୍ରଥମ ମ୍ୟାଚରେ ଛତିଶଗଡ଼କୁ ଭେଟିବ। ଏହି ମ୍ୟାଚ ଜିତିବା ପାଇଁ ଉଭୟ ଦଳ ଜୋରଦାର ଅଭ୍ୟାସ ଆରମ୍ଭ କରିସାରିଛନ୍ତି।

Related posts

ଟି୨୦ ବିଶ୍ୱକପ୍‌ : ଷ୍ଟିଭ୍‌ ସ୍ମିଥ୍‌ ଓ ଡେଭିଡ ଓ୍ବାର୍ନରଙ୍କ ପ୍ରତ୍ୟାବର୍ତ୍ତନ

Odisha Sports Bureau

ଆଜି ଦିଲ୍ଲୀରେ ଭାରତ – ଆଫଗାନିସ୍ତାନର ଚାଲିଛି ମୁକାବିଲା

Odisha Sports Bureau

ଭାରତ ପରାସ୍ତ, ୩-୨ରେ ସିରିଜ ଜିତିଲା ଅଷ୍ଟ୍ରେଲିଆ

Odisha Sports Bureau