Cricket

ରୋହିତ୍ଙ୍କ ପରେ ରାହାଣେଙ୍କ ଉପରେ ଜୋରିମାନା

(ଓଡ଼ିଶାସ୍ପୋର୍ଟ):ରାଜସ୍ଥାନ ରୟାଲ୍ସ ଅଧିନାୟକ ଆଜିଙ୍କ୍ୟ ରାହାନେଙ୍କୁ ଦଣ୍ଡିତ କରାଯାଇଛି। ଗତକାଲିର ଆଇପିଏଲ ମ୍ୟାଚରେ ଭୁଲ କରି ବଡ଼ଦଣ୍ଡ ପାଇଛନ୍ତିା ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ମ୍ୟାଚ୍ ରେ ଧୀମା ବୋଲିଂ ପାଇଁ ତାଙ୍କୁ ଆର୍ଥିକ ଦଣ୍ଡ ଦିଆଯାଇଛି। ଆଇପିଏଲ୍ ଗଭର୍ଣ୍ଣିଂ କାଉଂସିଲ ରାହାନେ ଙ୍କ ଉପରେ ୧୨ଲକ୍ଷ ଟଙ୍କାର ଜୋରିମାନା ଲଗାଇଛନ୍ତି। ଚଳିତ ସିଜନରେ ଦଳ ପ୍ରଥମଥର ପାଇଁ ଏଭଳି ତ୍ରୁଟି କରି ଥିବାରୁ ରାହାନେଙ୍କୁ ଦଣ୍ଡିତ କରାଯାଇଥିବା ଆଇପିଏଲ ପକ୍ଷରୁ କୁହାଯାଇଛି। ରୟାଲ୍ସ ଏପର୍ୟ୍ୟନ୍ତ କ୍ରମାଗତ ୩ ମ୍ୟାଚ୍ ପରାଜିତ ହୋଇସାରିଛି। ଦଳ ତା’ର ପରବର୍ତ୍ତୀ ମ୍ୟାଚ୍ରେ ରୟାଲ ଚ୍ୟାଲେଞ୍ଜ ର୍ସବାଙ୍ଗ ଲୋରକୁ ଭେଟିବ। ଜୋରିମାନା ଦେବାରେ ଆଜିଙ୍କ୍ୟ ରାହାଣେ ଚଳିତ ସିଜିନ ରଦ୍ୱିତୀୟ ଅଧିନାୟକ।ତାଙ୍କ ପୂର୍ବରୁ ମୁମ୍ୱାଇ ଇଣ୍ଡିଆନ୍ସର ଅଧିନାୟକ ରୋହିତଶର୍ମା ୧୨ ଲକ୍ଷ ଟଙ୍କା ଜୋରିମାନା ଭରିସାରିଛନ୍ତି। କିଙ୍ଗ୍ସ ଇଲେଭେନ ପଞ୍ଜାବ ବିପକ୍ଷରେ ଧିମା ବୋଲି କରିଥିବା କାରଣରୁ ରୋହିତ ଙ୍କ ଉପରେ ଏହି ଜୋରିମାନା ଲଗାଯାଇଥିଲା।

Related posts

ଆଇପିଏଲରେ ଆପଲ୍ ସିଇଓ

Odisha Sports Bureau

ନିଜ ଇଶାରାରେ ଚିୟର ଲିଡର୍ସକୁ ନଚାଇଲେ

ଆଇସିସି ହଲ୍ ଅଫ୍ ଫେମ୍‌ରେ ସାମିଲ ହେଲେ ଗାଙ୍ଗୁଲି, ଅଞ୍ଜୁମ ଓ ପିଟରସନ୍