Cricket

ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକଙ୍କ ଉପରେ ୧୨ ଲକ୍ଷର ଜୋରିମାନା

(ଓଡ଼ିଶାସ୍ପୋର୍ଟ):ପଞ୍ଜାବ ବିପକ୍ଷରେ ପରାସ୍ତ ହେବା ପରେ ଏକ ବଡ ଝଟ୍କା ଲାଗିଛି ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକଙ୍କ ଉପରେ । ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ରୋହିତ୍ଙ୍କୁ ଜୋରିମାନା ଦେବାକୁ ପଡିଛି । ପଞ୍ଜାବ ବିପକ୍ଷରେ ନିର୍ଦ୍ଧାରିତ ସମୟ ମଧ୍ୟରେ ୨୦ ଓଭର ସାରି ପାରି ନଥିଲା ମୁମ୍ୱାଇ ଇଣ୍ଡିଆନ୍ସ । ଏହି କାରଣରୁ ଅଧିନାୟକ ରୋହିତ ଶର୍ମାଙ୍କ ଉପରେ ଧିମା ଓଭର ରେଟ୍ କାରଣ ପାଇଁ ୧୨ ଲକ୍ଷ ଟଙ୍କା ଜୋରିମାନା ଆଇପିଏଲ୍ ଗଭର୍ଣ୍ଣିଂ କାଉଂସିଲ ଦ୍ୱାରା ଲଗାଯାଇଛି ।
“ଆଇପିଏଲର ଆଚାର ସଂହିତା ଅନୁଯାୟୀ ଧିମା ଓଭର ରେଟ ଅପରାଧ ଅନୁଯାୟୀ ମୁମ୍ୱାଇ ଦଳର ଏହି ସିଜିନରେ ଏହା ପ୍ରଥମ ଅପରାଧ ଥିଲା । ଏହି କାରଣରୁ ଅଧିନାୟକ ରୋହିତ ଶର୍ମାଙ୍କ ଉପରେ କେଡ୍ ଅଫ କଣ୍ଡକ୍ଟ ଅନୁଯାୟୀ ୧୩୨ ଲକ୍ଷ ଟଙ୍କାର ଜୋରିମାନା ଲଗାଯାଉଛି ।“

Related posts

ବିସିସିଆଇ ପକ୍ଷରୁ ଷ୍ଟାଫ୍ ପାଇଁ ଦରଖାସ୍ତ ଆହ୍ନାନ

ଭାରତୀୟ କ୍ରିକେଟ ଦଳର ‌ନୂଆ ଜର୍ସିକୁ ଜେଠାଲାଲଙ୍କ ପୋଷାକ ସହ ତୁଳନା

ଆସେସ ଟେଷ୍ଟରେ ଅଷ୍ଟ୍ରେଲିଆକୁ ଝଟକା

Odisha Sports Bureau