Cricket

ଟି-୨୦ ଫର୍ମାଟ୍ ରେ ପରିବର୍ତ୍ତନ, ଆସିଲା ନୂଆ ନିୟମ

ଦୁବାଇ: ବଦଳିଲା ଟି-୨୦ କ୍ରିକେଟର ନିୟମ । ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ଶୁକ୍ରବାର ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ନିୟମ ପରିବର୍ତ୍ତନ କରିଛି । ୧୬ ଜାନୁଆରୀରେ ଓ୍ୱେଷ୍ଟଇଣ୍ଡିଜ୍ ଓ ଆୟର୍ଲାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ଏକମାତ୍ର ଟି-୨୦ ମ୍ୟାଚରୁ ଏହି ନୂଆ ନିୟମ କାର୍ୟ୍ୟକାରୀ ହେବ ।ନିୟମ ଅନୁଯାୟୀ, ଉଭୟ ପୁରୁଷ ଓ ମହିଳା ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ସ୍ଲୋ-ଓଭର ରେଟ୍ ପାଇଁ ଦଣ୍ଡ ସେହି ମ୍ୟାଚ ମଧ୍ୟରେ ଦିଆଯିବ । ଏହା ସହିତ ଦ୍ୱିପାକ୍ଷିକ ଅନ୍ତର୍ଜାତୀୟ ଟି-୨୦ ସିରିଜର ପ୍ରତ୍ୟେକ ଇନିଂସ ମଧ୍ୟରେ ଅଢ଼େଇ ମିନିଟର ଡ୍ରିଙ୍କ୍ସ ବ୍ରେକ ନେଇ ପାରିବେ। କିନ୍ତୁ ଏଥିପାଇଁ ଟି-୨୦ ସିରିଜ ପୂର୍ବରୁ ଉଭୟ ଦେଶର ବୋର୍ଡ ଏହା ଉପରେ ଆପୋଷ ବୁଝାମଣା କରିବାକୁ ପଡ଼ିବ ।
ଓଉଉର ନୂଆ ନିୟମ ଅନୁସାରେ ଯଦି ଏକ ଟିମ୍ ନିର୍ଦ୍ଧାରିତ ସମୟ ପଛରେ ରହିବ ତେବେ ଅବଶିଷ୍ଟ ଓଭରରେ ବୋଲିଂ ଦଳର ଗୋଟିଏ କମ୍ ଖେଳାଳି ୩୦ ଗଜ ବାହାରେ ରହିବେ । ଅର୍ଥାତ ବର୍ତ୍ତମାନ ପାଓ୍ୱାର ପ୍ଲେ ପରେ ୩୦ ଗଜ ବାହାରେ ୫ ଜଣ ଖେଳାଳି ରହୁଥିଲେ । କିନ୍ତୁ ଓଭର ରେଟ୍ ପାଇଁ ପେନାଲ୍ଟି ପାଇବା ପରେ କେବଳ ଚାରି ଜଣ ଫିଲ୍ଡର ବାହାରେ ରହିପାରିବେ ।

Related posts

ଦ୍ୱିତୀୟ ଦିନିକିଆରେ ଏହି ନୂଆ ଚେହେରାକୁ ମିଳିବ ମୌକା, ଅର୍ଶଦୀପ ସିଂହ ହେବେ ବିଦା

Odisha Sports Bureau

ଶାହାରୁଖ ଖାନଙ୍କ ସହ ‘ଝୁମେ ଜୋ ପଠାନ’ ଗୀତରେ ନାଚିଲେ ବିରାଟ କୋହଲି

Odisha Sports Bureau

ଧୋନି କହିଲେ ତାଙ୍କର ପରବର୍ତ୍ତୀ ଯୋଜନା; ଆଇପିଏଲରୁ ଅବସର ନେବା ପରେ କ’ଣ କରିବେ?

Odisha Sports Bureau