Cricket

ତୃତୀୟ ଟେଷ୍ଟ ପୂର୍ବରୁ ଦଳରେ ଅଦଳବଦଳ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ପରାଜୟ ପରେ ସିରିଜ ୧-୧ ସ୍ଥିତିରେ ପହଞ୍ଚିଛି । ତେବେ ତୃତୀୟ ତଥା ନିର୍ଣ୍ଣାୟକ ମୁକାବିଲାରେ ବିଜୟ ସହ ସିରିଜ କବଜା କରିବା ପାଇଁ ରଣନୀତି ଆରମ୍ଭ କରିଛି ଟିମ ଇଣ୍ଡିଆ । ଏହି ମ୍ୟାଚ ପୂର୍ବରୁ ଅଧିନାୟକ ବିରାଟ କୋହଲୀ ଫିଟ ହୋଇଛନ୍ତି । ତୃତୀୟ ମ୍ୟାଚ ପୂର୍ବରୁ ବିସିସିଆଇ ଅଭ୍ୟାସ ବେଳର ଏକ ଫଟୋ ସେୟର କରିଛି । ତେବେ ଏହି ଫଟୋରେ ଦ୍ରୁତ ବୋଲର ମହମ୍ମଦ ସିରାଜ ଅନୁପସ୍ଥିତ ଅଛନ୍ତି ।


ସୂଚନା ଅନୁଯାୟୀ, ସିରାଜ ଦ୍ୱିତୀୟ ମ୍ୟାଚରେ ଆହତ ହୋଇଥିଲେ । ଯାହା ଫଳରେ ସେ ସମ୍ପୂର୍ଣ୍ଣ ଓଭର ବୋଲିଂ ମଧ୍ୟ କରି ପାରି ନଥିଲେ । ଏଥି ସହିତ ସେ ଭଲ ଫର୍ମରେ ମଧ୍ୟ ନାହାନ୍ତି । ତେଣୁ ତୃତୀୟ ଟେଷ୍ଟରେ ତାଙ୍କ ସ୍ଥାନରେ ଅଭିଜ୍ଞ ଇଶାନ୍ତ ଶର୍ମାଙ୍କୁ ସ୍ଥାନ ମିଳିବା ନେଇ ଚର୍ଚ୍ଚା ହେଉଛି । ସିରାଜଙ୍କ ବ୍ୟତୀତ ହନୁମା ବିହାରୀ ମଧ୍ୟ ଅଭ୍ୟାସ ସମୟରେ ନଜର ଆସି ନାହାନ୍ତି । ଏଥରୁ ଜଣାପଡୁଛି ଯେ ତୃତୀୟ ଟେଷ୍ଟରେ ବିସିସିଆଇ ଏକ ବଡ ଅଦଳବଦଳ କରିପାରେ । ଶନିବାର ତୃତୀୟ ଟେଷ୍ଟ ପାଇଁ ଟିମ୍ ଇଣ୍ଡିଆ କେପଟାଇନରେ ପହଁଚିଥିଲା । କୋଚ୍ ରାହୁଲ ଦ୍ରାବିଡ ନିର୍ଣ୍ଣାୟକ ମୁକାବିଲାରେ ବିରାଟ କମ୍ ବ୍ୟାକ୍ କରିବେ ବୋଲି ଆଶା ପ୍ରକଟ କରିଥିଲେ । କୋହଲି ସାମିଲ ହେଲେ ହନୁମା ବିହାରୀ କିମ୍ବା ଆଜିଙ୍କ୍ୟ ରାହାଣେଙ୍କ ମଧ୍ୟରୁ ଜଣଙ୍କୁ ବାହାରେ ବସିବାକୁ ହେବ । ଉଭୟ ବ୍ୟାଟସମ୍ୟାନ୍ ଦ୍ୱିତୀୟ ଟେଷ୍ଟରେ ଭଲ ପାଳି ଖେଳିଥିଲେ । ଉଭୟଙ୍କ ମଧ୍ୟରୁ ଜଣଙ୍କୁ ବାହାରେ ବସାଇବା ମ୍ୟାନେଜମେଣ୍ଟ ପାଇଁ ସହଜ ନିଷ୍ପତ୍ତି ହେବ ନାହିଁ ।

Related posts

ଆଇପିଏଲ ୧୩: ସବୁଠୁ ଦାମୀ ବିଦେଶୀ ଖେଳାଳି ହେବାର ରେକର୍ଡ କରିଛନ୍ତି କୁମିନ୍ସ

Odisha Sports Bureau

ବିସିସିଆଇ ସଭାପତି ପଦରୁ ଇସ୍ତଫା ଗୁଜବକୁ ଖଣ୍ତନ କଲେ ସୌରଭ ଗାଙ୍ଗୁଲି

Odisha Sports Bureau

ବିଜୟ ହଜାରେ ଟ୍ରଫିରେ ନିଜର ଚମତ୍କାର ପ୍ରଦର୍ଶନ କରିଛନ୍ତି ରିଙ୍କୁ ସିଂହ

Odisha Sports Bureau