Cricket

ଚେନ୍ନାଇ ଟେଷ୍ଟରେ ଅଶ୍ୱିନୀଙ୍କ ଡବଲ୍‌ ଧମାକା ସହ ୨୮୦ ରନ୍‌ରେ ହାରିଲା ବାଂଲାଦେଶ

ଭାରତ ଜିତିଲା ପ୍ରଥମ ଟେଷ୍ଟ | ଚେନ୍ନାଇରେ ଚାଲିଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତ ବିଜୟୀ ହୋଇଛି। ଚେନ୍ନାଇ ଟେଷ୍ଟରେ ଅଶ୍ୱିନୀଙ୍କ ଡବଲ୍‌ ଧମାକା ସହ ୨୮୦ ରନ୍‌ରେ ହାରିଲା ବାଂଲାଦେଶ | ଫଳରେ ୩ ମ୍ୟାଚ ବିଶିଷ୍ଟ ଶୃଙ୍ଖଳରେ ଭାରତ ୧-୦ରେ ଆଗୁଆ ହୋଇଛି।

ତେବେ ପ୍ରଥମେ ଟସ ଜିତି ବାଂଲାଦେଶ ଦଳ ବୋଲିଂ ନିଷ୍ପତ୍ତି ନେଇଥିଲା। ଟିମ ଇଣ୍ଡିଆ ପ୍ରଥମ ପାଳିରେ ୩୭୬ ରନରେ ଅଲଆଉଟ ହୋଇଥିଲା।

ପ୍ରାରମ୍ଭିକ ବିପର୍ଯ୍ୟୟ ସତ୍ବେ ରବିଚନ୍ଦ୍ରନ ଅଶ୍ଵିନୀ, ରବୀନ୍ଦ୍ର ଜାଡେଜା ଏବଂ ଯଶଶ୍ଵୀ ଜୟସଓ୍ବାଲଙ୍କ ଲଢ଼ୁଆ ବ୍ୟାଟିଂ ବଳରେ ଦଳ ୩୭୬ ରନ କରିପାରିଥିଲା। ଏହାର ଜବାବରେ ବାଂଲାଦେଶ ମାତ୍ର ୧୪୯ ରନରେ ଅଲଆଉଟ ହୋଇଯାଇଥିଲା।

୨ୟ ଇନିଂସରେ ଭାରତ ୨୮୭ ରନ କରିଥିଲା। ଶୁଭମନ ଗିଲ ୧୧୯ ଏବଂ ରୁଷଭ ପନ୍ତ ୧୦୯ ରନ କରିଥିଲେ। ବାଂଲାଦେଶକୁ ଜିତିବାକୁ ୫୧୫ ରନ ଆବଶ୍ୟକ ଥିବାବେଳେ ଦଳ ୨୩୪ ରନରେ ସମସ୍ତ ଉଇକେଟ ହରାଇଥିଲା। ଭାରତ ପକ୍ଷରୁ ରବିଚନ୍ଦ୍ରନ ଅଶ୍ଵୀନ ସର୍ବାଧିକ ୬ଟି ଉଇକେଟ ନେଇଥିବାବେଳେ ରବିନ୍ଦ୍ର ଜାଡେଜା ୩ଟି ଓ ଜଶପ୍ରୀତ୍ ବୁମ୍ରା ଗୋଟିଏ ଓ୍ୱିକେଟ୍ ନେଇଥିଲେ |

ଶେଷରେ ବାଂଲାଦେଶ ଟିମ୍ ୨୮୦ ରନରେ ଭାରତୀୟ ଟିମ୍ ଠାରୁ ପରାସ୍ତ ହୋଇଛି । ଆଉ ୨ ଟିକିଆ ସିରିଜରେ ୧-୦ରେ ଆଗୁଇ ରହିଛି ରୋହିତ ବାହିନୀ ।

Related posts

ଟିମ୍ ଇଣ୍ଡିଆକୁ ଝଟକା, ଦକ୍ଷିଣ ଆଫ୍ରିକା ବିପକ୍ଷରେ ଆଗାମୀ ଦିନିକିଆ ସିରିଜ୍ ଖେଳିବେ ନାହିଁ ଶୁଭମନ ଗିଲ୍

Odisha Sports Bureau

ଘରୋଇ ସିରିଜ ପାଇଁ ବିସିସିଆଇ ପକ୍ଷରୁ ତାରିଖ ଘୋଷଣା

Odisha Sports Bureau

କେନବେରାରେ ଚାଲିଥିବା ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟି୨୦ ମ୍ୟାଚ ବର୍ଷା ଯୋଗୁଁ ବାତିଲ ହୋଇଛି

Odisha Sports Bureau