Cricket

କେନବେରାରେ ଚାଲିଥିବା ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟି୨୦ ମ୍ୟାଚ ବର୍ଷା ଯୋଗୁଁ ବାତିଲ ହୋଇଛି

କେନବେରାରେ ଚାଲିଥିବା ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟି୨୦ ମ୍ୟାଚ ବର୍ଷା ଯୋଗୁଁ ବାତିଲ ହୋଇଛି । ଏହି ମ୍ୟାଚରେ ପ୍ରଥମେ ଟସ୍ ଜିତି ଅଷ୍ଟ୍ରେଲିଆ ବୋଲିଂ ନିଷ୍ପତ୍ତି ନେଇଥିଲା । ବର୍ଷା ଯୋଗୁଁ ମ୍ୟାଚ୍ ଆରମ୍ଭରୁ ଦୁଇଥର ପ୍ରଭାବିତ ହୋଇଥିଲା । ବର୍ଷା ପାଇଁ ୨୦ ଓଭରକୁ ୧୮ ଓଭରକୁ ହ୍ରାସ କରାଯାଇଥିଲା । କିନ୍ତୁ, ୧୦ମ ଓଭର ସମୟରେ ପୁଣି ଥରେ ମ୍ୟାଚ୍ ବାଧାପ୍ରାପ୍ତ ହୋଇଥିଲା, ଯାହା ଫଳରେ ମ୍ୟାଚ୍ ରଦ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଥିଲା ।

ind vs aus

ଭାରତ ପ୍ରଥମେ ବ୍ୟାଟିଂ କରି ୯. ୪ ଓଭରରେ ଗୋଟିଏ ୱିକେଟ ହରାଇ ୯୭ ରନ କରିଥିଲା। ଅଭିଷେକ ଶର୍ମା ୧୪ ବଲରେ ୧୯ ରନ କରି ଆଉଟ ହୋଇଥିଲେ । ଶୁବମନ ଗିଲ୍‌ ୨୦ ବଲରେ ୩୭ ରନ କରି ଅପରାଜିତ ରହିଥିବା ବେଳେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ୨୪ ବଲରେ ୩୯ ରନ କରି ଅପରାଜିତ ରହିଥିଲେ। ପରେ ବର୍ଷା ଆରମ୍ଭ ହୋଇଥିଲା । ଦୀର୍ଘ ସମୟ ଅପେକ୍ଷା ପରେ ମଧ୍ୟ ମ୍ୟାଚ ଆରମ୍ଭ ସମ୍ଭବ ହୋଇ ନ ଥିଲା ଏବଂ ଶେଷରେ ଆଜିର ମ୍ୟାଚକୁ ରଦ୍ଦ କରାଯାଇଥିଲା ।

ବର୍ଷା ପାଇଁ ରଦ୍ଦ ହେଲା ଭାରତ-ଅଷ୍ଟ୍ରେଲିଆ ପ୍ରଥମ  ଟି-୨୦

Related posts

ବିସିସିଆଇ : ଭାରତୀୟ ଟିମ ଓ ମ୍ୟାନେଜମେଣ୍ଟ ଷ୍ଟାଫଙ୍କ ପାଇଁ ପୁରସ୍କାର ରାଶି

Odisha Sports Bureau

ଡିସେମ୍ବର ୪ରୁ ବାଂଲାଦେଶ ବିପକ୍ଷରେ ଦିନିକିଆ ସିରିଜ ଖେଳିବ ଭାରତ

Odisha Sports Bureau

ଏହି ରୋଗରେ ପୀଡିତ ଅଛନ୍ତି ଯଶସ୍ୱୀ ଜୟସୱାଲ , ସେ ବହୁତ ଦିନ ପାଇଁ କ୍ରିକେଟରୁ ଦୂରରେ ରହିବେ

Odisha Sports Bureau