Badminton

ବ୍ୟାଡମିଣ୍ଟନ ବିଶ୍ୱ ଚାମ୍ପିଅନସିପ୍‌ର ମହିଳା ଡବଲ୍ସ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ତ୍ରିସା ଜଲି ଏବଂ ଗାୟତ୍ରୀ ଗୋପୀଚନ୍ଦଙ୍କ ଯୋଡ଼ି

ବ୍ୟାଡମିଣ୍ଟନ ବିଶ୍ୱ ଚାମ୍ପିଅନସିପ୍‌ର ମହିଳା ଡବଲ୍ସ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ତ୍ରିସା ଜଲି ଏବଂ ଗାୟତ୍ରୀ ଗୋପୀଚନ୍ଦଙ୍କ ଯୋଡ଼ି । ଏହି ଭାରତୀୟ ଯୋଡ଼ି ଗୁରୁବାର ଦିନ ଜାପାନର ସପ୍ତମ ସୀଡ୍ ପ୍ରାପ୍ତ ରିନ୍ ଇଭାନାଗା ଏବଂ କି ନାକାନିଶିଙ୍କୁ ସିଧାସଳଖ ଗେମ୍‌ରେ ପରାସ୍ତ କରିଥିଲେ । ଭାରତର ଏହି ଯୋଡ଼ି ଏକତରଫା ମୁକାବିଲାରେ ବିଶ୍ୱର ୭ ନମ୍ବର ଯୋଡ଼ି ରିନ୍ ଏବଂ ନାକାନିଶିଙ୍କୁ ୨୧-୧୬, ୨୧-୧୨ ରେ ପରାସ୍ତ କରିଥିଲେ ।

India Badminton World Championships | National Sports | hjnews.com

ନିକଟରେ ଅର୍ଜୁନ ପୁରସ୍କାର ପାଇଥିବା ତ୍ରିସା ଏବଂ ଗାୟତ୍ରୀ ଗେମ୍‌ ପ୍ରାରମ୍ଭରୁ ଚମତ୍କାର ପ୍ରଦର୍ଶନ କରିଥିଲେ ଏବଂ ନିଜ ପ୍ରତିଦ୍ୱନ୍ଦ୍ୱୀ ଯୋଡ଼ିଙ୍କୁ କୌଣସି ସୁଯୋଗ ଦେଇନଥିଲେ। ଏହି ମୁକାବିଲା ୪୪ ମିନିଟ୍ ଧରି ଚାଲିଥିଲା। ଏହି ଭାରତୀୟ ଯୋଡ଼ି ୨୦୨୨ ଏବଂ ୨୦୨୩ ରେ କ୍ରମାଗତ ଦୁଇ ବର୍ଷ ଅଲ୍ ଇଂଲଣ୍ଡ ଓପନ୍‌ର ସେମିଫାଇନାଲରେ ପ୍ରବେଶ କରିଥିଲେ। ପରାଜିତ ହୋଇଥିବା ଜାପାନର ଯୋଡ଼ି ଗତ ବିଶ୍ୱ ଚାମ୍ପିଅନସିପ୍‌ରେ ତୃତୀୟ ସ୍ଥାନ ହାସଲ କରି ବ୍ରୋଞ୍ଜ ପଦକ ଜିତିଥିଲେ।

Treesa Jolly-Gayatri Gopichand Storm Into BWF World Championships QFs, Stun  Japan's 7th-Seeded Duo | Republic World

Related posts

ବିଶ୍ୱର ଶ୍ରେଷ୍ଠ ୨୦ ଯୋଡିଙ୍କ ମଧ୍ୟରେ ସାତ୍ୱିକ୍-ଅଶ୍ୱିନୀ ଯୋଡି ସାମିଲ

Odisha Sports Bureau

ଅଲ ଇଂଲଣ୍ଡ ସୁପର ୧୦୦ ବ୍ୟାଡମିଣ୍ଟନ ଟାଇଟଲ ହାସଲ ନେଇ ମଉଳିଲା ଲକ୍ଷ୍ୟଙ୍କ ସ୍ୱପ୍ନ

Odisha Sports Bureau

ଥୋମାସ କପ ବିଜୟୀ ଭାରତୀୟ ଦଳକୁ ସମ୍ବର୍ଦ୍ଧିତ କରିବ ଓଡ଼ିଶା

Odisha Sports Bureau