Cricket

ଘରୋଇ ସିରିଜ ପାଇଁ ବିସିସିଆଇ ପକ୍ଷରୁ ତାରିଖ ଘୋଷଣା

(ଓଡିଶା ସ୍ପୋର୍ଟ): ବର୍ତ୍ତମାନ ଅଷ୍ଟ୍ରେଲିଆ ଗସ୍ତରେ ଥିବା ଟିମ୍ ଇଣ୍ଡିଆ ଆସନ୍ତା ୧୨ ତାରିଖରୁ ଘରୋଇ ଦଳ ବିକ୍ଷରେ ଦିନିକିଆ ସିରିଜ୍ର ପ୍ରଥମ ମ୍ୟାଚ୍ ଖେଳିବ। ୧୫ ତାରିଖରେ ଦ୍ୱିତୀୟ ମ୍ୟାଚ୍ ଥିବା ବେଳେ ୧୮ ତାରିଖରେ ତୃତୀୟ ତଥା ସିରିଜ୍ର ଶେଷ ମ୍ୟାଚ୍ ଅନୁଷ୍ଠିତ ହେବ।

ଏହାପରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପୁଣିଥରେ ଫେବୃଆରୀ ୨୪ରୁ ଟି-୨୦ ଓ ଦିନିକିଆ ସିରିଜ୍ ଆରମ୍ଭ। ତେବେ ଏଥର ଅଷ୍ଟ୍ରେଲିଆ ଭାରତ ଗସ୍ତରେ ଆସିବ। ଏନେଇ ଆଜି ବିସିସିଆଇ ପକ୍ଷରୁ ତାରିଖ ଘୋଷଣା କରାଯାଇଛି।

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଫେବୃଆରୀ ୨୪ରୁ ମ୍ୟାଚ୍ ଆରମ୍ଭ ହେବ। ଅଷ୍ଟ୍ରେଲିଆ ଏହି ଗସ୍ତ ସମୟରେ ୨ଟି ଟ୍ୱେଣ୍ଟି-୨୦ ଓ ୫ଟି ଦିନିକିଆ ମ୍ୟାଚ୍ ଖେଳିବ। ଟି-୨୦ ସିରିଜ୍ର ପ୍ରଥମ ମ୍ୟାଚ୍ ଫେବୃଆରୀ ୨୪ରେ ବେଙ୍ଗାଲୁରୁରେ ଖେଳାଯିବ। ସେହିପରି ଦ୍ୱିତୀୟ ଟି-୨୦ ଫେବୃଆରୀ ୨୭ ବିଶାଖାପଟନମ୍ରେ ଅନୁଷ୍ଠିତ ହେବ।

ଅନ୍ୟପକ୍ଷରେ ମାର୍ଚ୍ଚ ୨ରୁ ୧୩ ଯାଏ ୫ଟିକିଆ ଦିନିକିଆ ସିରିଜ୍ ଖେଳାଯିବ। ମାର୍ଚ୍ଚ ୨ରେ ହାଇଦ୍ରାବାଦ, ୫ରେ ନାଗପୁର, ୮ରେ ରାଞ୍ଚି, ୧୦ରେ ମୋହାଲି ଓ ଶେଷ ଦିନିକିଆଟି ଦିଲ୍ଲୀରେ ଖେଳାଯିବ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି।

ଶେଷଥର ପାଇଁ ଅଷ୍ଟ୍ରେଲିଆ ୨୦୧୭ରେ ଭାରତ ଗସ୍ତରେ ଆସି ୫ଟି ଦିନିକିଆ ଓ ୩ଟି ଟି-୨୦ ମ୍ୟାଚ୍ ଖେଳିଥିଲା। ଭାରତ ୪-୧ରେ ଦିନିକିଆ ସିରିଜ୍କୁ ଜିତିଥିବା ବେଳେ ଟି-୨୦ ସିରିଜ୍ ୧-୧ରେ ଡ୍ର ରହିଥିଲା।

Related posts

ଚର୍ଚ୍ଚାରେ ଅଛନ୍ତି ୧୫ ବର୍ଷୀୟ ଯୁବ ବ୍ୟାଟ୍ସମ୍ୟାନ୍‌ ବୈଭବ ସୂର୍ଯ୍ୟବଂଶୀ

Odisha Sports Bureau

କ୍ୟାପଟେନ ହେବା ପରେ ଦମଦାର ଅନ୍ଦାଜରେ ଫର୍ମକୁ ଫେରିଲେ ସୂର୍ୟ୍ୟ କୁମାର ଯାଦବ

Odisha Sports Bureau

ଟି-୨୦ ବିଶ୍ୱକପରେ ପାକିସ୍ତାନର କଣ ହେବ? ଶାହିନ ଆଫ୍ରିଦିଙ୍କ ବିଷୟରେ ଖରାପ ଖବର ଆସିଛି

Odisha Sports Bureau