ଶ୍ରୀଲଙ୍କା ବିପକ୍ଷରେ ଦୁଇଟି ଟେଷ୍ଟ ସିରିଜ ପାଇଁ ଟିମ୍ ଇଣ୍ଡିଆ ଘୋଷଣା କରିଛି ବିସିସିଆଇ । ଅଗଷ୍ଟ ମାସରେ ଭାରତୀୟ କ୍ରିକେଟ୍ ଦଳ ଶ୍ରୀଲଙ୍କା ଗସ୍ତରେ ଦୁଇଟି ଟେଷ୍ଟ ମ୍ୟାଚ୍ର ଶୃଙ୍ଖଳା ଖେଳିବ । ଏହି ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରିଛି । ଶୁବମନ ଗିଲଙ୍କ ନେତୃତ୍ୱରେ ଦଳ ମୈଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ଥିବାବେଳେ, ଜସପ୍ରିତ ବୁମରାହ ଓ ସାଇ ସୁଦର୍ଶନଙ୍କ ଫିଟନେସ୍କୁ ନେଇ ଏବେ ବି ସସ୍ପେନ୍ସ ଜାରି ରହିଛି । ଆଫଗାନିସ୍ତାନ ବିପକ୍ଷରେ ଟେଷ୍ଟରେ ଏକ ଚମତ୍କାର ଡେବ୍ୟୁ କରିଥିବା ମାନବ ସୁଥାରଙ୍କୁ ମଧ୍ୟ ଶ୍ରୀଲଙ୍କା ଗସ୍ତ ପାଇଁ ଟେଷ୍ଟ ଦଳରେ ସାମିଲ କରାଯାଇଛି । ଆହତ ସମସ୍ୟା ପାଇଁ ପ୍ରଥମ ଟେଷ୍ଟରୁ ୱାଶିଂଟନ ସୁନ୍ଦର ଦଳରୁ ବାଦ୍ ପଡିଛନ୍ତି ।
ଟିମର ଅଲରାଉଣ୍ଡର ରବୀନ୍ଦ୍ର ଜାଡ଼େଜା ଏବଂ ଯଶପ୍ରୀତ ବୁମରା ଟେଷ୍ଟ ଟିମକୁ ଫେରିଛନ୍ତି । ନୂଆ ଚେହେରା ଭାବେ ସାରାଂଶ ଜୈନଙ୍କୁ ଦଳରେ ସାମିଲ କରାଯାଇଛି । ଏଥର ମଧ୍ୟ ଶୁବମନ ଗିଲଙ୍କ ହାତରେ ଅଧିନାୟକତ୍ୱ ଦାୟିତ୍ୱ ରହିଥିବାବେଳେ କେ.ଏଲ୍. ରାହୁଲଙ୍କୁ ଉପ-ଅଧିନାୟକ କରାଯାଇଛି । ୱିକେଟ୍କିପର ଭାବେ ଋଷଭ ପନ୍ତ ଓ ଧ୍ରୁବ ଜୁରେଲଙ୍କୁ ଦଳରେ ସ୍ଥାନ ମିଳିଛି । ବିସିସିଆଇ ପକ୍ଷରୁ କୁହାଯାଇଛି ଯେ ୱାଶିଂଟନ୍ ସୁନ୍ଦର ପ୍ରଥମ ଟେଷ୍ଟ ପାଇଁ ଚୟନ ପାଇଁ ଉପଲବ୍ଧ ନଥିଲେ । ସେହିପରି ଜସପ୍ରୀତ ବୁମରା ଓ ସାଇ ସୁଦର୍ଶନଙ୍କ ଅନ୍ତିମ ଚୟନ ସେଣ୍ଟର ଅଫ୍ ଏକ୍ସିଲେନ୍ସ (COE)ର ଫିଟନେସ୍ କ୍ଲିୟାରେନ୍ସ ଉପରେ ନିର୍ଭର କରିବ ।
