ବ୍ୟୁରୋ : ଶୁଭମନ ଗିଲ ଓ ରିଷବ ପନ୍ତଙ୍କ ଦମଦାର ଶତକ । ବିଜୟର ଦ୍ବାରଦେଶରେ ଟିମ ଇଣ୍ଡିଆ । ଜିତିବାକୁ ଭାରତକୁ ଦରକାର ଆଉ ୬ ୱିକେଟ । ବାଂଲାଦେଶକୁ ବିଜୟ ପାଇଁ ଆବଶ୍ୟକ ୩୫୭ । ଚେନ୍ନାଇରେ ଖେଳାଯାଉଥିବା ପ୍ରଥମ ଟେଷ୍ଟର ତୃତୀୟ ଦିନ ଖେଳ ଶେଷ ହୋଇଛି ।
ପାଖାପାଖି ୬୩୪ ଦିନ ପରେ ଟେଷ୍ଟ୍ କ୍ରିକେଟ୍କୁ ଫେରି ଆବେଗ ଓ ଆତ୍ମବିଶ୍ବାସଭରା ଷଷ୍ଠ ଶତକରେ ଋଷଭ ପନ୍ତ (୧୦୯) ସମସ୍ତଙ୍କ ହୃଦୟ ଜିତିବାର ମାତ୍ର କିଛି ମିନିଟ୍ ପରେ କଳାତ୍ମକ ବ୍ୟାଟିଂ ପାଇଁ ପରିଚିତ ଶୁବମନ୍ ଗିଲ୍ (୧୧୯*) ପଞ୍ଚମ ଓ ପରାକ୍ରମୀ ଶତକ ହାସଲ କରି ଚେନ୍ନାଇ ଟେଷ୍ଟ୍ରେ ନିଜ ଅଭୁଲା ଚମକ ଛାଡ଼ିଛନ୍ତି। ଏହି ଦୁଇଜଣଙ୍କ ଅପରାଜିତ ଶତକ ପାଇଁ ଭାରତ ମଧ୍ୟ ପୂରା ଦୃଢ଼ ସ୍ଥିତିରେ ପହଞ୍ଚିଯାଇଛି। ସେହିଭଳି ବୋଲର ଓ କ୍ଷେତ୍ରରକ୍ଷକଙ୍କ ସମର୍ଥନ ବଳରେ ଦ୍ବିତୀୟ ପାଳିରେ ବାଂଲାଦେଶର ୪ ୱିକେଟ୍ ଝାଡ଼ି ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଆଧିପତ୍ୟଭରା ସ୍ଥିତିରେ ରହିଛି ଭାରତ। ସେପଟେ ୫୧୫ ରନ୍ର ବିଶାଳ ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ବାଲାଦେଶ ଏବେବି ୩୫୭ ରନ୍ ପଛୁଆ ରହିଛି। ହାତରେ ୬ ୱିକେଟ୍ ଥିଲା ବେଳେ ପୂରା ଦୁଇ ଦିନର ଖେଳ ବାକି ଥିବାରୁ ମ୍ୟାଚ୍ ବଞ୍ଚାଇବା ଏହି ଦଳ ପାଇଁ କାଠିକର ପାଠ ହେବାକୁ ଯାଉଥିବା କିନ୍ତୁ ସ୍ପଷ୍ଟ ହୋଇଯାଇଛି।
previous post