Cricket

ଶାହାରୁଖ ଖାନଙ୍କ ସହ ‘ଝୁମେ ଜୋ ପଠାନ’ ଗୀତରେ ନାଚିଲେ ବିରାଟ କୋହଲି

ରୟାଲ ଚ୍ୟାଳେଞ୍ଜର୍ସ ବାଙ୍ଗାଲୋର ଟିମ୍ ଆଇପିଏଲ୍ ୨୦୨୩ରେ ପ୍ରଥମ ପରାଜୟ ଗ୍ରହଣ କରିଛି ।କୋଲକତା ଟିମ ଠାରୁ ୮୧ରନରେ ପରାଜୟ ଗ୍ରହଣ କରିଛି ବାଙ୍ଗାଲୋର । ଏହି ଖୁସିରେ କୋଲକତା ନାଇଟ ରାଇଡର୍ସର ମାଲିକ ଶାହାରୁଖ ଖାନ ଓ ବିରାଟ କୋହଲି ‘ଝୁମେ ଜୋ ପଠାନ’ ଗୀତରେ ଡ୍ୟାନ୍ସ କରୁଥିବାର ଏବେ ସୋସିଆଲ ମିଡିଆ ରେ ବେଶ୍ ଭାଇରାଲ ହେବାରେ ଲାଗିଛି । ଆଇପିଏଲର ୯ମ ମ୍ୟାଚରେ କେକେଆର ଆରସିବିକୁ ହରାଇଲା କୋଲକତା ନାଇଟ ରାଇଡର୍ସ । ଟିମକୁ ଉତ୍ସାହିତ କରିବା ପାଇଁ ଶାହରୁଖ ମଇଦାନରେ ପହଞ୍ଚିଥିଲେ । ତେବେ କେକେଆର ମ୍ୟାଚ ଜିତିବା ପରେ ବିରାଟ କୋହଲି ଶାହରୁଖଙ୍କ ସହିତ ‘ଝୁମେ ଜୋ ପଠାନ’ ଗୀତରେ ଡ୍ୟାନ୍ସ କରିବାକୁ ଲାଗିଲେ । କୋଲକାତା ୨୦ ଓଭରରେ ୭ ୱିକେଟ ପାଇଁ ୨୦୪ ରନ ସ୍କୋର କରି ଶାର୍ଦ୍ଦୁଳ ଠାକୁରଙ୍କ ୬୮, ରହମାନୁଲ୍ଲା ଗୁରୁବାଜ ୫୭ ଏବଂ ରିଙ୍କୁ ସିଂ ୪୬ ରନ କରିଥିଲେ। ଏହାର ଜବାବରେ ଆରସିବି ଦଳ ସମ୍ପୂର୍ଣ୍ଣ ୨୦ ଓଭର ଖେଳି ପାରି ନ ପାରି ମାତ୍ର ୧୨୩ ରନ୍ ସ୍କୋର କରି ଅଲଆଉଟ୍ ହୋଇଥିଲା । ଆରସିବି ଅଧିନାୟକ ଫାଫ୍ ଡୁପ୍ଲେସି ୨୩ ରନ୍ କରିଥିବାବେଳେ ବିରାଟ କୋହଲି ୨୧ ରନ୍ କରିଥିଲେ। ୨୦୫ ରନ୍ ଟାର୍ଗେଟକୁ ପଛରେ ପକାଇ ଆରସିବି ୫୪ ରନରେ ୪ ଟି ଓ୍ଵିକେଟ ହରାଇଥିଲା । କେକେଆରର ସ୍ପିନର ୯ ଟି ୱିକେଟ୍ ନେଇଥିଲେ। ସ୍ପିନର ବରୁଣ ଚକ୍ରବର୍ତ୍ତୀ ୧୫ ରନରେ ୪ଟି ୱିକେଟ୍ ନେଇଥିବାବେଳେ ଡେବ୍ୟୁ ସୁଆଶ ଶର୍ମା ୩୦ ରନ୍ ପାଇଁ ୩ ୱିକେଟ୍ ନେଇଥିଲେ।

Related posts

ଭାରତ ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ପାଇଁ ଦକ୍ଷିଣ ଆଫ୍ରିକାକୁ ଫେରିଲେ ଏହି ଖେଳାଳୀ

ଧୋନୀ-ଦ୍ରାବିଡଙ୍କ ରେକର୍ଡ ଭାଙ୍ଗିଲେ ସଲମାନ ଅଲ୍ଲୀ ଆଗା

Odisha Sports Bureau

କୋହଲିଙ୍କ ଫିଟନେସ ତାଙ୍କୁ ୧୦୦ ଶତକ ଆଣିଦେବ: ଆଝାର

Odisha Sports Bureau