Cricket

ବିଶ୍ୱକପ ବିଜେତାଙ୍କ କ୍ରିକେଟରୁ ସନ୍ନ୍ୟାସ

ନୂଆଦିଲ୍ଲୀ: ନେତୃତ୍ୱରେ ଭାରତକୁ ଜିତାଇଥିଲେ ବିଶ୍ୱକପ । କିନ୍ତୁ ଏବେ କ୍ରିକେଟ ଜଗତରୁ ସନ୍ନ୍ୟାସ ଘୋଷଣା କରିଛନ୍ତି । ଏହି ଖେଳାଳୀ ଜଣକ ହେଉଛନ୍ତି ଦିଲ୍ଲୀର ବ୍ୟାଟ୍ସମ୍ୟାନ ଉନ୍ମୁକ୍ତ ଚାନ୍ଦ । ଯିଏକି ଭାରତର ନେତୃତ୍ୱ ନେଇ ୨୦୧୨ରେ ୧୯ ବର୍ଷରୁ କମ ବିଶ୍ୱକପ ଜିତାଇଛନ୍ତି । ଏଥିସହ ଘରୋଇ କ୍ରିକେଟରେ ଦିଲ୍ଲୀ ଏବଂ ଉତ୍ତରାଖଣ୍ଡ ତରଫରୁ ଖେଳି ସାରିଛନ୍ତି ।

ତେବେ ଆଜି ଏହି ଖେଳାଳୀ କ୍ରିକେଟ ଜଗତରୁ ବିଦାୟ ନେଇଛନ୍ତି । ଏନେଇ ସେ ଟ୍ୱିଟ କରି ସୂଚନା ଦେଇଛନ୍ତି । ଉନ୍ମୁକ୍ତ ଲେଖିଛନ୍ତି, କ୍ରିକେଟ୍ ଏକ ସାର୍ବଜନୀନ ଖେଳ। ହୋଇପାରେ ଅର୍ଥ ବଦଳିଯିବ ମାତ୍ର ଉଦ୍ଦେଶ୍ୟ ଗୋଟିଏ ହିଁ ରହିବ। ସମସ୍ତଙ୍କ ଇଚ୍ଛା ଶୀର୍ଷସ୍ତରରେ ଖେଳିବା। ଏଥିସହ ମୋର ସମସ୍ତ ସମର୍ଥକ ଓ ପ୍ରଶଂସକଙ୍କୁ ମୋର ଧନ୍ୟବାଦ ଯେଉଁମାନେ ମୋତେ ଭଲ ପାଇବା ଦେବା ସହ ହୃଦୟରେ ରଖିଛନ୍ତି। ମୁଁ ନିଜକୁ ଭାଗ୍ୟଶାଳୀ ମାନୁଛି ଯେ, ମୋ ପାଖରେ ଏମିତି ଲୋକ ଅଛନ୍ତି। ସମସ୍ତଙ୍କୁ ଧନ୍ୟବାଦ। ଆଗାମୀ ଅଧ୍ୟାୟ ପାଇଁ ଆଗକୁ ବଢୁଛି।

Related posts

ବିଳମ୍ବ କରିଥିଲେ ହାତ କାଟିବାକୁ ପଡ଼ିଥାନ୍ତା; ମୋହସିନ୍ ଖାନ୍

ଗୁଜରାଟକୁ ପରାଜୟର ସ୍ୱାଦ ଚଖାଇଲା ପଞ୍ଜାବ

ଟ୍ୱେଣ୍ଟି-୨୦ ବିଶ୍ୱକପ୍‌ ବିଜୟ ପରେ ଟିମ୍ ଇଣ୍ଡିଆକୁ ୧୩୧ କୋଟି ଟଙ୍କା ପୁରସ୍କାର ଦେବ ବିସିସିଆଇ

Odisha Sports Bureau