Cricket

ଧୋନୀଙ୍କ ଧାକ୍କଡ ଫ୍ୟାନ

ଋାଞ୍ଚି: ଆସନ୍ତାକାଲି ଅଗଷ୍ଟ ୧୫ରେ ଧୋନୀଙ୍କ ସନ୍ନ୍ୟାସକୁ ବର୍ଷେ ପୁରୁଛି । ଇଣ୍ଟରନେସନାଲ କ୍ରିକେଟ ଜଗତରୁ ସନ୍ନ୍ୟାସ ନେବା ପରେ ମଧ୍ୟ ଫ୍ୟାନ୍ସମାନଙ୍କ ମଧ୍ୟରେ କମିନି ତାଙ୍କର କ୍ରେଜ । କ୍ରିକେଟ ପେମୀ ମାନେ ତାଙ୍କୁ ଏବେ ବି ସେତିକି ଭଲ ପାଉଛନ୍ତି ଯେତିକି ପୂର୍ବରୁ ଥିଲା । ତିନୋଟି ଆଇସିସି ଟ୍ରଫି ଜିତିବା ପରେ ଏହା ମଧ୍ୟ ଧୋନୀଙ୍କ ପାଇଁ ଆଉ ଏକ ଅପୂର୍ବ ସଫଳତା । ତାଙ୍କ ଫ୍ୟାନ୍ସମାନେ ଏବେ ବି ତାଙ୍କୁ ଖୁବ ଭଲ ପାଉଛନ୍ତି । ଅନେକ ପ୍ରଶଂସକ ତାଙ୍କୁ ଖେଳ ଜଗତରେ ଭଗବାନ ବୋଲି ମାନନ୍ତି । ସେହିପରି ଜଣେ ପ୍ରଶଂସକ ହେଉଛନ୍ତି ହରିୟାଣାର ଅଜୟ ଗିଳ । ଧୋନୀଙ୍କର ସେ ହେଉଛନ୍ତି ଜଣେ ବଡ ପ୍ରଶଂସକ । ସେଥିପାଇଁ ମାହିଙ୍କୁ ଭେଟିବାକୁ ଦୀର୍ଘ ୧୪୩୬ କିଲୋମିଟର ଧାଇଁ ଆସିଛନ୍ତି ଅଜୟ ।


ହରିୟାଣାର ଜଲାନ ଖେଡା ବାସିନ୍ଦା ଅଜୟ । ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କର ସେ ହେଉଛନ୍ତି ଜଣେ ବଡ ପ୍ରଶଂସକ । ତେଣୁ ମାହିଙ୍କୁ ଭେଟିବାକୁ ସେ ୧୪୩୬ କିଲୋମିଟର ବାଟ ଚାଲି ଚାଲି ଆସିଛନ୍ତି ରାଞ୍ଚି ସହରକୁ । ଏହି ଦୂରତା ଅତିକ୍ରମ କରିବା ପାଇଁ ତାଙ୍କୁ ୧୬ ଦିନ ଚାଲିବାକୁ ପଡିଥିଲା । ହାତରେ ତ୍ରିରଙ୍ଗା ଓ କାନ୍ଧରେ କ୍ରିକେଟ୍ କିଟ୍ ଧରି ହରିୟାଣାରୁ ରାଞ୍ଚିର ସିମଲିଆସ୍ଥିତ ଘର ପର୍ଯ୍ୟନ୍ତ ଆସିଥିଲେ ଧୋନୀଙ୍କୁ ଦେଖା କରିବାକୁ । କିନ୍ତୁ ଦୁର୍ଭାଗ୍ୟ ଯେ ଧୋନୀ ଏହି ସମୟରେ ରାଞ୍ଚରେ ନୁହେଁ ବରଂ ଆଇପିଏଲର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ୟୁଏି ଗସ୍ତରେ ବାହାରି ଯାଇଛନ୍ତି । କେବଳ ଏତିକି ନୁହେଁ । ଅଜୟ ମଧ୍ୟ ନିଜେ ଜଣେ କ୍ରିକେଟ ଖେଳାଳୀ । କିନ୍ତୁ ତାଙ୍କ ଆଦର୍ଶ ଖେଳାଳୀ କ୍ୟାପ୍ଟେନ କୁଲ ମାହି କ୍ରିକେଟରୁ ଅବସର ନେବା ପରେ ଅଜୟ ମଧ୍ୟ କ୍ରିକେଟରୁ ନିଜକୁ ଦୂରେଇ ରଖିଛନ୍ତି । ହେଲେ ଏବେ ସେ ପୁଣି ଖେଳ ଆରମ୍ଭ କରିବା ପାଇଁ ଚାହୁଁଛନ୍ତି । ତେବେ ଧୋନୀଙ୍କ ଆର୍ଶୀବାଦ ନେଇ କ୍ରିକେଟ କ୍ୟାରିୟରର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ କରିବାକୁ ଚାହୁୁଁଛନ୍ତି ଅଜୟ ।

Related posts

ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଛି ଶ୍ରୀଲଙ୍କା

Odisha Sports Bureau

ଇଏ ସେହି ଖେଳାଳୀ, ଯିଏ ବିରାଟ କୋହଲୀଙ୍କୁ ଆଉଟ୍ କରି ପୁରଷ୍କାର ହାତେଇ ଥିଲେ

Odisha Sports Bureau

ନ୍ୟୁଜିଲାଣ୍ଡ କ୍ରିକେଟର ମିଚେଲ ସାଣ୍ଟନଙ୍କୁ କରୋନା

Odisha Sports Bureau