Cricket

ପୁଣି ଫେଲ ମାରିଲେ ବିରାଟ

ଲର୍ଡ୍ସ: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ମ୍ୟାଚର ଉଭୟ ପାଳିରେ ଫେଲ ମାରିଛନ୍ତି ଭାରତୀୟ ଅଧିନାୟକ ବିରାଟ କୋହଲୀ । ବାରମ୍ବାର ଟେଷ୍ଟରେ ବିରାଟ ବ୍ୟାଟ ନୀରବ ରହୁଛି । ଦ୍ୱିତୀୟ ଇନିଂସରେ କୋହଲୀ ମାତ୍ର ୨୦ ରନ କରି ପାଭିଲିୟନ ଫେରିଥିଲେ । ଭାରତର ଦୁଇ ସଫଳ ଓପନର ରୋହିତ ଶର୍ମା ଏବଂ ଲୋକେଶ ରାହୁଲ ଦ୍ୱିତୀୟ ଇନିଂସରେ କିନ୍ତୁ ବିଫଳ ହୋଇଥିଲେ । ମାତ୍ର ୨୭ ରନରେ ଭାରତ ତାର ମୂଲ୍ୟବାନ ୨ଟି ୱିକେଟ ହରାଇଥିଲା । ତେବେ ଏଭଳି ଏକ ଘଡିସନ୍ଧି ମୁହୂର୍ତ୍ତରେ ଦୁଇ ଅଭିଜ୍ଞ ଖେଳାଳୀ ଚେତେଶ୍ୱର ପୂଜାରା ଏବଂ ଅଧିନାୟକ ବିରାଟ କୋହଲୀ ଦଳକୁ ଏକ ମଜଭୁତ ସ୍ଥିତିରେ ପହଞ୍ଚାଇବେ ବୋଲି କ୍ରିକେଟପ୍ରେମୀଙ୍କ ଆଶା ଥିଲା । କିନ୍ତୁ ପୁଣିଥରେ ବିରାଟ ସମସ୍ତଙ୍କୁ ନିରାଶ କରିଥିଲେ । ତାଙ୍କ ୱିକେଟ ପରେ ୨୭ ରନରେ ଦୁଇଟି ୱିକେଟ ହରାଇଥିବା ଭାରତ ୫୫ ରନରେ ୩ଟି ୱିକେଟ ହରାଇ ସଙ୍କଟରେ ପଡିଥିଲା । ତେବେ ଏହାପରେ ପୂର୍ବତନ ଭାରତୀୟ ଖେଳାଳୀ ସୁନୀଲ ଗାଭାସ୍କର ବିରାଟଙ୍କ ଖେଳକୁ ନେଇ ତାତ୍ସଲ୍ୟ କରିଛନ୍ତି ।
ସାମ କରନଙ୍କ ବାହାରକୁ ଯାଉଥିବା ଏକ ବଲକୁ ଖେଳି ସେ ଆଉଟ ହୋଇଥିଲେ । ଦୀର୍ଘ ଦିନ ହେବ ଏପରି ସମାନ ଢଙ୍ଗରେ ଆଉଟଟ ହେଉଛନ୍ତି ବିରାଟ । ପୂର୍ବରୁ ମଧ୍ୟ ଶରୀରରୁ ବାହାରକୁ ଯାଉଥିବା ବଲକୁ ଖେଳୀବାକୁ ପ୍ରୟାସ କରି ଆଉଟ କୋହଲୀ ହୋଇଛନ୍ତି । ଏହାକୁ ନେଇ କୋହଲୀଙ୍କୁ ସମାଲୋଚନା କରିଛନ୍ତି ସୁନୀଲ ଗାଭାସ୍କର । କୋହଲି ଚତୁର୍ଥ ଦିନରେ ଯେଉଁ ଆଭିମୁଖ୍ୟ ଗ୍ରହଣ କରିଥିଲେ ତାହା ସଠିକ ନଥିଲା ।ଏହି ମୁଭମେଣ୍ଟରେ ସେ ପୂର୍ବରୁ ୮ ହଜାର ରନ୍ ସଂଗ୍ରହ କରିଛନ୍ତି । କିନ୍ତୁ ଏବେ ଫେଲ୍ ମାରୁଛନ୍ତି । ପାଳିର ଆରମ୍ଭରେ ଅଫଷ୍ଟମ୍ପ୍ ବାହାର ବଲ୍ ବେଶୀ ଖେଳୁଛନ୍ତି । ତାଙ୍କ ଗୋଡ ଗୋଟିଏ ଜାଗାରେ ଆଉ ବ୍ୟାଟ୍ ଅନ୍ୟ ଜାଗାରେ ରହୁଥିଲା । ଅର୍ଥାତ ସେ ଠିକ୍ ଭାବେ ଖେଳିପାରୁ ନାହାଁନ୍ତି ବୋଲି କହିଛନ୍ତି ଗାଭାସ୍କର ।

Related posts

ବର୍ଡର-ଗାଭାସ୍କର ଟ୍ରଫିରେ କମାଲ୍ କରିଛନ୍ତି ଭାରତୀୟ ଦଳ

Odisha Sports Bureau

ସୂର୍ଯ୍ୟକୁମାର ଯାଦବଙ୍କ ଉପରେ ଅଭିନେତ୍ରୀଙ୍କ ଚାଞ୍ଚଲ୍ୟକର ଖୁଲାସା

Odisha Sports Bureau

ଅର୍ଶଦୀପ ସିଂଙ୍କ ବଲ୍ରେ ଭାଙ୍ଗିଲା ଷ୍ଟମ୍ପ, ଯାହାର ମୂଲ୍ୟ ୩୨ ରୁ ୪୧ ଲକ୍ଷ ଟଙ୍କା

Odisha Sports Bureau