Cricket

ଗୁଜରାଟକୁ ପରାଜୟର ସ୍ୱାଦ ଚଖାଇଲା ପଞ୍ଜାବ

ନୂଆଦିଲ୍ଲୀ: ଆଇପିଏଲ୍‌ ୨୦୨୨ର ୪୮ତମ ମ୍ୟାଚ୍‌ରେ ମଇଦାନରେ ମୁହାଁମୁହିଁ ହୋଇଥିଲେ ପଞ୍ଜାବ କିଙ୍ଗ୍ସ ଓ ଗୁଜୁରାଟ ଟାଇଟାନ୍‌ସ । ଏହି ମ୍ୟାଚ୍‌ ନଭି ମୁମ୍ବାଇର ଡି ୱାଇ ପାଟିଲ୍‌ ଷ୍ଟାଡିୟମରେ ଖେଳା ଯାଇଥିଲା । ପଏଣ୍ଟ ଟେବୁଲ୍‌ର ଶୀର୍ଷରେ ଗୁଜୁରାଟ ଟାଇଟାନ୍‌ସ ଥିବାବେଳେ ବିଜୟ ହାସଲ କରି ଏବେ ୫ନଂ ସ୍ଥାନରେ ରହିଛି ପଞ୍ଜାବ କିଙ୍ଗ୍ସ । ଗୁଜୁରାଟ ଟାଇଟାନ୍‌ସର ଅଧିନାୟକ ହାର୍ଦ୍ଦିକ ପାଣ୍ତ୍ୟା ଟସ୍‌ ଜିତି ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲେ । ତେବେ ଗୁଜରାଟ ଟାଇଟାନ୍‌ସ କ୍ରମାଗତ ୫ଟି ମ୍ୟାଚ୍‌ ଜିତିବା ପରେ ଶେଷରେ ପରାଜୟ ହୋଇଛି। ଗତକାଲିର ମ୍ୟାଚ୍‌ରେ ଗୁଜରାଟକୁ ୮ ୱିକେଟ୍‌ରେ ପଞ୍ଜାବ କିଙ୍ଗସ୍‌ ପରାସ୍ତ କରିଛି। ଗୁଜରାଟ ୮ ୱିକେଟ୍‌ରେ ୧୪୩ ରନ୍‌ କରିଥିଲା। ଫଳରେ ପଞ୍ଜାବକୁ ଏହି କର ବା ମର ମ୍ୟାଚ୍‌କୁ ଜିତିବା ପାଇଁ ୧୪୪ ରନ୍‌ର ଟାର୍ଗେଟ ମିଳିଥିଲା। ଶେଷରେ ଗୁଜରାଟକୁ ୮ ୱିକେଟ୍‌ରେ ପଞ୍ଜାବ କିଙ୍ଗସ୍‌ ପରାସ୍ତ କରିଥିଲା। ଗୁଜରାଟ ପକ୍ଷରୁ ସାଇ ସୁଦର୍ଶନ ଏକମାତ୍ର ବ୍ୟାଟର ଭାବେ ଅପରାଜିତ ଅର୍ଦ୍ଧଶତକ କରିଥିଲେ। ଗୁଜରାଟ ୧୦ମ ମ୍ୟାଚ୍‌ରେ ୨ୟ ପରାଜୟ ଭୋଗି ପୂର୍ବ ପରି ଶୀର୍ଷ ସ୍ଥାନ ବଜାୟ ରଖିଥିବା ବେଳେ ପଞ୍ଜାବ ୧୦ମ ମ୍ୟାଚ୍‌ରେ ୫ମ ବିଜୟ ହାସଲ କରି ୧୦ ପଏଣ୍ଟ୍‌ ସହ ୫ମ ସ୍ଥାନକୁ ଉନ୍ନୀତ କରିଛି।

Related posts

IPLରେ ମାଲିଙ୍ଗାଙ୍କ ଏଣ୍ଟ୍ରି

Odisha Sports Bureau

କ୍ୟାପଟେନ ପଦ ଛାଡିଲେ କେନ ୱିଲିୟମସନ

କୋଲକାତାରେ ଭାରତ- ବାଙ୍ଗଲାଦେଶ ଡେ-ନାଇଟ ଟେଷ୍ଟ

Odisha Sports Bureau