Cricket

ରୋମାଞ୍ଚକର ସ୍ଥିତିରେ ଭାରତ-ଅଷ୍ଟ୍ରେଲିଆ ମେଲବର୍ଣ୍ଣ ଟେଷ୍ଟ

(ଓଡିଶା ସ୍ପୋର୍ଟ): ଭାରତ-ଅଷ୍ଟ୍ରେଲିଆ ମେଲବର୍ଣ୍ଣ ଟେଷ୍ଟ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି । ଆସନ୍ତାକାଲିଠୁ ଆରମ୍ଭ ହେଉଥିବା ମ୍ୟାଚରେ ନୂଆ ମୁହଁ ଭାବେ ଦଳରେ ସାମିଲ ହୋଇଛନ୍ତି ମୟଙ୍କ ଅଗ୍ରଓ୍ଵାଲ । ସେହିପରି ରୋହିତ ଶର୍ମା ଓ ରବୀନ୍ଦ୍ର ଜାଡେଜା ଦଳକୁ ଫେରିଛନ୍ତି । ଦୁଇ ଓପନର ମୁରଲୀ ବିଜୟ ଓ ଲୋକେଶ ରାହୁଲ ଦଳରୁ ବାଦ ପଡ଼ିଛନ୍ତି । ସେହିପରି ଉମେଶ ଯାଦବ ମଧ୍ୟ ଦଳରେ ସାମିଲ ହୋଇନାହାନ୍ତି ।

ଆହତ ଯୋଗୁ ରବୀନ୍ଦ୍ର ଜାଡେଜା ପ୍ରଥମ ଦୁଇଟି ଟେଷ୍ଟ ଖେଳିନଥିଲେ । ସେହିପରି ଆହତ ଯୋଗୁ ରୋହିତ ଶର୍ମା ଦ୍ୱିତୀୟ ଟେଷ୍ଟରୁ ବାଦ୍ ପଡ଼ିଥିଲେ ।ଡେବ୍ୟୁ କରୁଥିବା ମୟଙ୍କ ଅଗ୍ରଓ୍ଵାଲ ହନୁମା ବିହାରୀଙ୍କ ସହ ଓପନିଂ କରିପାରନ୍ତି । ପ୍ରଥମ ଟେଷ୍ଟ ଭାରତ ଜିତିଥିବା ବେଳେ ଦ୍ୱିତୀୟ ଟେଷ୍ଟରେ ଘରୋଇ ଦଳ ବିଜୟୀ ହୋଇଥିଲା । ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ୍ ଏବେ ୧-୧ରେ ବାରବର ଅଛି ।

Related posts

ମହେନ୍ଦ୍ର ସିଂହ ଧୋନିଙ୍କ ପ୍ରତ୍ୟାବର୍ତ୍ତନ ଆହୁରି ବିଳମ୍ବ

Odisha Sports Bureau

ଭାରତୀୟ ଟ୍ବେଣ୍ଟି-୨୦ ଦଳରୁ ବାଦ ପଡ଼ିପାରନ୍ତି କୋହଲି !

Odisha Sports Bureau

ଟି-ଟ୍ୱେଣ୍ଟି ବିଶ୍ୱକପ୍ ପାଇଁ ଦଳ ଘୋଷଣା କରିଛି ୱେଷ୍ଟ ଇଣ୍ଡିଜ

Odisha Sports Bureau