Cricket

ICC ମହିଳା T20 ବିଶ୍ୱକପ୍ ଫାଇନାଲ୍: ଲର୍ଡସ୍‌ରେ ଅଷ୍ଟ୍ରେଲିଆ-ଇଂଲଣ୍ଡ ମଧ୍ୟରେ ମହାମୁକାବିଲା

ICC ମହିଳା T୨୦ ବିଶ୍ୱକପ୍ ୨୦୨୬ର ଫାଇନାଲ୍ ମ୍ୟାଚ୍‌ରେ ମୁହାଁମୁହିଁ ହେବେ ଟୁର୍ଣ୍ଣାମେଣ୍ଟର ଦୁଇ ଶକ୍ତିଶାଳୀ ଏବଂ ଏପର୍ଯ୍ୟନ୍ତ ଅପରାଜିତ ଦଳ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ। ପ୍ରଥମ ସେମିଫାଇନାଲ୍‌ରେ ଛଅ ଥରର ଚାମ୍ପିଅନ୍ ଅଷ୍ଟ୍ରେଲିଆ ୱେଷ୍ଟଇଣ୍ଡିଜ୍‌କୁ ପରାସ୍ତ କରି ଫାଇନାଲ୍‌ରେ ସ୍ଥାନ ପକ୍କା କରିଥିବା ବେଳେ, ଦ୍ୱିତୀୟ ସେମିଫାଇନାଲ୍‌ରେ ଇଂଲଣ୍ଡ ଦକ୍ଷିଣ ଆଫ୍ରିକାକୁ ହରାଇ ଟାଇଟଲ୍ ଲଢ଼େଇରେ ପହଞ୍ଚିଛି।

Women's World Cup 2021/22, AUS-W vs ENG-W Final Match Preview - England aim to complete miraculous turnaround in first title clash against Australia since 1988

ଏହି ହାଇଭୋଲଟେଜ୍ ଫାଇନାଲ୍ ମ୍ୟାଚ୍ ଜୁଲାଇ ୫ ତାରିଖରେ ଐତିହାସିକ ଲର୍ଡସ୍ ଗ୍ରାଉଣ୍ଡରେ ଖେଳାଯିବ। ଭାରତୀୟ ସମୟ ଅନୁସାରେ ମ୍ୟାଚ୍ ରାତି ୮ଟାରେ ଆରମ୍ଭ ହେବ ଏବଂ ସନ୍ଧ୍ୟା ୭ଟା ୩୦ ମିନିଟ୍‌ରେ ଟସ୍ ଅନୁଷ୍ଠିତ ହେବ। ଉଭୟ ଦଳର ବର୍ତ୍ତମାନର ଫର୍ମକୁ ଦେଖିଲେ କ୍ରିକେଟପ୍ରେମୀମାନେ ଏକ ରୋମାଞ୍ଚକର ଫାଇନାଲ୍ ଦେଖିବାକୁ ଅପେକ୍ଷା କରିଛନ୍ତି।

AUS W vs ENG W Match Prediction, Match 23 - Who will win today's Women's World Cup match between Australia Women vs England Women?

ଏଥର ମହିଳା କ୍ରିକେଟକୁ ଆହୁରି ପ୍ରୋତ୍ସାହନ ଦେବା ପାଇଁ ICC ପୁରସ୍କାର ରାଶିରେ ବଡ଼ ଧରଣର ବୃଦ୍ଧି କରିଛି। ଚାମ୍ପିଅନ୍ ଦଳକୁ ୨.୩୪ ମିଲିୟନ ଆମେରିକୀୟ ଡଲାର, ଅର୍ଥାତ୍ ୨୨ କୋଟି ଟଙ୍କାରୁ ଅଧିକ ନଗଦ ପୁରସ୍କାର ସହ ଟ୍ରଫି ପ୍ରଦାନ କରାଯିବ। ସେହିପରି ରନର୍ସ ଅପ୍ ଦଳ ମଧ୍ୟ ୧.୧୭ମିଲିୟନ ଆମେରିକୀୟ ଡଲାର, ଅର୍ଥାତ୍ ପ୍ରାୟ ୧୧ କୋଟି ଟଙ୍କାର ନଗଦ ପୁରସ୍କାର ପାଇବ। ଅର୍ଥାତ୍ ଫାଇନାଲ୍ ଖେଳୁଥିବା ଉଭୟ ଦଳ ବଡ଼ ଅଙ୍କର ପୁରସ୍କାର ରାଶି ନେଇ ଘରକୁ ଫେରିବେ।

Australia vs England, Women's World Cup 2022 Final Highlights: Australia Beat England To Win Record-Extending 7th Title | Cricket News

ରେକର୍ଡ ଦୃଷ୍ଟିରୁ ଦେଖିଲେ, ଅଷ୍ଟ୍ରେଲିଆ ମହିଳା ଦଳ ରେକର୍ଡ ୮ମ ଥର ପାଇଁ T୨୦ ବିଶ୍ୱକପ୍ ଫାଇନାଲ୍‌ରେ ପ୍ରବେଶ କରିଥିବା ବେଳେ, ଇଂଲଣ୍ଡ ମହିଳା ଦଳ ୫ମ ଥର ପାଇଁ ଟାଇଟଲ୍ ମ୍ୟାଚ୍ ଖେଳିବ। ଉଭୟ ଦଳରେ ବିଶ୍ୱସ୍ତରୀୟ ଖେଳାଳି ଥିବାରୁ ଲର୍ଡସ୍‌ରେ ଏକ ଐତିହାସିକ ଓ ରୋମାଞ୍ଚକର ଫାଇନାଲ୍ ଦେଖିବାକୁ ମିଳିବ ବୋଲି କ୍ରିକେଟ୍ ପ୍ରେମୀମାନେ ଆଶା ରଖିଛନ୍ତି।

 

Related posts

ଟସ ଜିତି ପ୍ରଥମେ ବୋଲିଂ କରିବାକୁ ଭାରତର ନିଷ୍ପତ୍ତି

Odisha Sports Bureau

ପାକିସ୍ତାନ ବିପକ୍ଷ ମ୍ୟାଚରେ ଖେଳିବେନି କେଏଲ ରାହୁଲ; କୋଚ୍ ଦ୍ରାବିଡ କହିଲେ କାରଣ

Odisha Sports Bureau

କ୍ଲିନ ସ୍ୱିପ ଟାର୍ଗେଟରେ ମେନ ଇନ ବ୍ଲୁ

Odisha Sports Bureau