Cricket

ହାର୍ଦ୍ଦିକଙ୍କୁ ଅଧିନାୟକ ପଦରୁ ହଟାଇବା ନେଇ ବିଭିନ୍ନ ସ୍ତରରୁ ଦାବି

ଆଇପିଏଲ-୧୯ରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବରେ ପାଞ୍ଚ ଥର ଚମ୍ପିଆନ ମୁମ୍ବାଇ ଇଣ୍ଡିଆନ୍‌ସ ଦଳର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ରହିଥିବା ବେଳେ ମୁମ୍ବାଇ ପ୍ରଶଂସକ ବି ନିରାଶ ହୋଇଛନ୍ତି । ମୁମ୍ବାଇ ଏବେ ସୁଦ୍ଧା ୫ଟି ମ୍ୟାଚ ଖେଳି ଗୋଟିଏ ବିଜୟ ଓ ୪ଟି ପରାଜୟ ସହ ମାତ୍ର ୨ ପଏଣ୍ଟ ପାଇଛି । ଦଳ କ୍ରମାଗତ ୪ଟି ମ୍ୟାଚ ହାରିବା ପରେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଦକ୍ଷତା ଉପରେ ପ୍ରଶ୍ନ ଉଠିଛି । ଗୁରୁବାର ୱାଙ୍ଖଡେ ଷ୍ଟାଡ଼ିୟମ​ରେ ପଞ୍ଜାବ କିଙ୍ଗ୍‌ସ ନିକଟରୁ ପରାଜିତ ହେବା ପରେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଛି । ଏପରିକି ହାର୍ଦ୍ଦିକଙ୍କୁ ଅଧିନାୟକ ପଦରୁ ହଟାଇବା ନେଇ ବିଭିନ୍ନ ସ୍ତରରୁ ଦାବି ଡଠିଛି।

 ୱାନ କ୍ରିକେଟ୍ ରିପୋର୍ଟ ଅନୁଯାୟୀ, ହାଇଦ୍ରାବାଦ ବିପକ୍ଷ ମ୍ୟାଚ୍ ପରେ ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇ ବିମାନବନ୍ଦରରେ ଅବତରଣ କରିବା ମାତ୍ରେ ତୁରନ୍ତ ତାଙ୍କ ମୁମ୍ବାଇ ଘରକୁ ଯାଇଥିଲେ।

ପୂର୍ବତନ କ୍ରିକେଟର ମନୋଜ ତିୱାରୀ କହିଛନ୍ତି ଯେ, ରୋହିତ ଶର୍ମାଙ୍କ ଅଧିନାୟକତ୍ବରେ ମୁମ୍ବଇ ଇଣ୍ଡିଆନ୍‌ସ ୨୦୧୫ରୁ ୨୦୨୩ ପର୍ଯ୍ୟନ୍ତ ଏକାଧିକ ଟ୍ରଫି ଜିତିଥିଲା । ଏବେ ଦଳ ୩ ବର୍ଷ ​ହେବ କ୍ରମାଗତ ଭାବେ ନୈରାଶ୍ୟଜନକ ପ୍ରଦର୍ଶନ କରୁଛି । ହାର୍ଦ୍ଦିକ ଅଧିନାୟକ ହେବା ପରେ ଦଳର ପ୍ରଦର୍ଶନ ଦୁର୍ବଳତା ହୋଇଛି । ଏହାର ମୂଳ କାରଣ ଖୋଜିବାକୁ ପଡ଼ିବ। ହାର୍ଦ୍ଦିକ ଏବେ ଅଧିନାୟକ ପଦ ଛାଡି ରୋହିତଙ୍କୁ ହସ୍ତାନ୍ତର କରି ଦିଅନ୍ତୁ ବୋଲି ତିୱାରୀ କହିଛନ୍ତି। ଅନ୍ୟପକ୍ଷରେ ହାର୍ଦ୍ଦିକ ଯେଉଁଭଳି ଭାବେ ଦଳର ନେତୃତ୍ବ ନେବା କଥା ସେଭଳି ନେଉନାହାନ୍ତି । ଅଧିନାୟକ ହିସାବରେ ଅଧିକ ସକ୍ରିୟ ହେବା ଅତ୍ୟାନ୍ତ ଗୁରୁତ୍ବପୂର୍ଣ୍ଣ । ଯଦି କୌଣସି ସମାଧାନ ଜରୁରୀ ତା ହେଲେ ହାର୍ଦ୍ଦିକ ଅଧିନାୟକ ପଦ ଛାଡ଼ିବା କଥା ବୋଲି କହିଛନ୍ତି ମନୋଜ ତିୱାରୀ ।

 ମୁମ୍ବାଇ ଇଣ୍ଡିଆନ୍ସ ବୁଧବାର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଶେଷ ମ୍ୟାଚ୍ ଖେଳିଥିଲା। ବର୍ତ୍ତମାନ ପାଞ୍ଚଟି ଟାଇଟଲ୍ ଜିତିଥିବା ମୁମ୍ବାଇ ଦଳ ଏହାର ପରବର୍ତ୍ତୀ ମ୍ୟାଚ୍ ୱାଙ୍ଖେଡେ ଷ୍ଟାଡିୟମରେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଖେଳିବ।

Related posts

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରୁ ବାଦ୍ ପଡିଛନ୍ତି କେଏଲ ରାହୁଲ

ପୂର୍ବତନ ଭାରତୀୟ କ୍ରିକେଟର ପ୍ରବୀଣ କୁମାରଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ

ରାମେଶ୍ବର କପ କନିଷ୍ଠ କ୍ରିକେଟ୍, ଏମ୍ସିସିକୁ ପରାସ୍ତ କରି ସହିଦ ସ୍ପୋର୍ଟିଂ ବିଜୟୀ

Odisha Sports Bureau