Cricket

ବିଶ୍ୱକପ ପାଇଁ ଆମେ ପ୍ରସ୍ତୁତ: ଧାଓ୍ଵନ

(ଓଡିଶା ସ୍ପୋର୍ଟ): ଇଂଲଣ୍ଡରେ ମେ ୩୦ରୁ ହେବାକୁ ଥିବା ଆଗାମୀ ବିଶ୍ଵ କପ୍ ପାଇଁ ୧୫ ଜଣିଆ ଭାରତୀୟ ଦଳ ଚୟନ ହୋଇଛି । ଏମଏସକେ ପ୍ରସାଦଙ୍କ ନେତୃତ୍ଵାଧୀନ ଚୟନ କମିଟି ସୋମବାର ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରିଛନ୍ତି। ବିରାଟ କୋହଲି ଦଳର ଅଧିନାୟକ ଥିବା ବେଳେ ରୋହିତ ଶର୍ମାଙ୍କୁ ଉପଅଧିନାୟକ ଦାୟିତ୍ଵ ଦିଆଯାଇଛି। ଦିନେଶ କାର୍ତ୍ତିକ ଦ୍ଵିତୀୟ ଓ୍ଵିକେଟ୍ କିପର ଦୌଡ଼ରେ ଋଷଭ ପନ୍ତଙ୍କୁ ପଛରେ ପକାଇ ବାଜି ମାରି ନେଇଛନ୍ତି।

ଭାରତୀୟ ଓପନର ଶିଖର ଧାଓ୍ଵନ ଏଠାରେ ଆୟୋଜିତ ଏକ କାର୍ୟ୍ୟାକ୍ରମରେ କହିଛନ୍ତି ଯେ, ବିଶ୍ଵ କପ ପାଇଁ ଚୟନ ହୋଇଥିବା ଆମ ଦଳ ବହୁତ ମଜବୁତ। ଆମେ ଟୂର୍ଣ୍ଣାମେଣ୍ଟରେ ଉନ୍ନତ ପ୍ରଦର୍ଶନ କରିବାକୁ ପ୍ରସ୍ତୁତ। ନିଜର ଆଇପିଏଲ ଦଳ ଦିଲ୍ଲୀ କ୍ୟାପିଟେଲ୍ସ ବିଷୟରେ ଧାଓ୍ଵନ କହିଛନ୍ତି ଯେ, କୋଚ୍ ରିକି ପଣ୍ଟିଂ ଓ ପରାମର୍ଶଦାତା ସୌରଭ ଗାଙ୍ଗୁଲିଙ୍କ ଅନୁଭବ କାମରେ ଲାଗୁଛି।
ଉଲ୍ଲେଖଯୋଗ୍ୟ, ଦିଲ୍ଲୀ କ୍ୟାପିଟାଲ୍ସ ବର୍ତ୍ତମାନ ୮ଟି ମ୍ୟାଚରୁ ୫ଟିରେ ବିଜୟୀ ହୋଇ ୧୦ ପଏଣ୍ଟ ସହ ତାଲିକାର ଦ୍ଵିତୀୟ ସ୍ଥାନରେ ରହିଛନ୍ତି। ଧାଓ୍ଵନ କହିଛନ୍ତି ଯେ, ଦିଲ୍ଲୀ ଫ୍ରାଞ୍ଚାଇଜିର ନାମ ନୂତନ, ନୂତନ ପ୍ରଶାସନ ଓ ନୂତନ ସହାୟକ ଷ୍ଟାଫ। ଏବେ ଦଳରେ ବହୁତ ଭଲ ସନ୍ତୁଳନ ରହିଛି ବୋଲି ଧାଓ୍ଵନ କହିଛନ୍ତି।

Related posts

ବିବାଦରେ ସନରାଇଜର୍ସ ଲିଡ୍ସ, ‘ଦ ହଣ୍ଡ୍ରେଡ’ ନିଲାମରେ ପାକିସ୍ତାନୀ ଖେଳାଳିଙ୍କୁ କିଣି ଏବେ ଚିନ୍ତାରେ

Odisha Sports Bureau

ଆସନ୍ତାକାଲିଠାରୁ କାଉଣ୍ଟରରେ ମିଳିବ ଅଫ ଲାଇନ୍ ମ୍ୟାଚ୍ ଟିକେଟ

ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ନରେନ୍ଦ୍ର ମୋଦି ଷ୍ଟାଡିୟମ

Odisha Sports Bureau