Cricket

ଆସନ୍ତାକାଲିଠାରୁ କାଉଣ୍ଟରରେ ମିଳିବ ଅଫ ଲାଇନ୍ ମ୍ୟାଚ୍ ଟିକେଟ

କଟକ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବାକୁ ଥିବା ଦ୍ୱିତୀୟ ଟି-20 ମ୍ୟାଚ ପାଇଁ ଆସନ୍ତାକାଲି(ଗୁରୁବାର) ଠାରୁ କାଉଣ୍ଟରରେ ମିଳିବ ଅଫଲାଇନ ଟିକେଟ । ଜୁନ୍ ୯ ଏବଂ ୧୦ ରେ ସାଧାରଣ ଜନତାଙ୍କ ପାଇଁ ସକାଳ ୯ ଟାରୁ ୧୨ଟି କାଉଣ୍ଟରରେ ଟିକେଟ ବିକ୍ରି ହେବ । ୧୨ ହଜାର ଟିକେଟ ବିକ୍ରି କରାଯିବାର ଲକ୍ଷ୍ୟ ରଖାଯାଇଛି । ଜଣଙ୍କୁ ମାତ୍ର ଦୁଇଟି ଟିକେଟ ମିଳିବ । ପରିଚୟ ପତ୍ର ଦେଖାଇ କାଉଣ୍ଟରରୁ ନେଇପାରିବେ ଟିକେଟ । ଉଭୟ କ୍ୟାସ ଓ ଅନଲାଇନରେ ଟଙ୍କା ଡିପୋଜିଟ କରିବାର ବ୍ୟବସ୍ଥା ରହିଛି । ମହିଳାମାନଙ୍କ ପାଇଁ ଗୋଟିଏ ସ୍ୱତନ୍ତ୍ର କାଉଣ୍ଟର କରିବା ପାଇଁ ନିଷ୍ପତ୍ତି ନିଆଯିବ ବୋଲି OCA ସମ୍ପାଦକ କହିଛନ୍ତି ।

Related posts

ଜାଣନ୍ତୁ RR vs MI ପିଚ୍ ରିପୋର୍ଟ ସହିତ ଆଜିର ପାଣିପାଗ କେମିତି ଅଛି

ଟେଷ୍ଟ ସିରିଜ ପାଇଁ ସନ୍ଧ୍ୟା ସାଢେ ୭ରେ ଆରମ୍ଭ ହେବ ମ୍ୟାଚ

ଇଂଲଣ୍ଡ କ୍ରିକେଟ୍ ବୋର୍ଡର ବଡ ନିଷ୍ପତ୍ତି; ପୁରୁଷ ଖେଳାଳିଙ୍କ ପରି ମହିଳା ଖେଳାଳିମାନେ ମଧ୍ୟ ପାଇବେ ସମାନ ମ୍ୟାଚ୍ ଫି

Odisha Sports Bureau