Cricket

କପିଲ ଦେବଙ୍କ ରେକର୍ଡ଼ ଭାଙ୍ଗିଲେ ଡେଲ ଷ୍ଟେନ ଭାଙ୍ଗି

(ଓଡ଼ିଶା ସ୍ପୋର୍ଟ): ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର ଡେଲ ଷ୍ଟେନ ଭାଙ୍ଗି ଟିମ ଇଣ୍ଡିଆର ପୂର୍ବତନ କ୍ରିକେଟର କପିଲ ଦେବଙ୍କ ରେକର୍ଡକୁ ଭାଙ୍ଗି ଦେଇଛନ୍ତି । କପିଲ ଦେବ ଟେଷ୍ଟ କ୍ରିକେଟରେ ଭାରତ ପାଇଁ ୪୩୪ଟି ୱିକେଟ ଦଖଲ କରିଥିଲେ। ତେବେ ଷ୍ଟେନ ଶ୍ରୀଲଙ୍କା ବିପକ୍ଷ ଡର୍ବାନ ଟେଷ୍ଟର ଦ୍ୱିତୀୟ ଦିନରେ ୪ଟି ୱିକେଟ ଦଖଲ କରି କପିଲ ଦେବଙ୍କ ରକେର୍ଡକୁ ଅତିକ୍ରମ କରିଯାଇଛନ୍ତି। ଏହା ଷ୍ଟେନ୍ଙ୍କ ୯୨ତମ ମ୍ୟାଚ୍। ଏବେ ସେ ଇଂଲଣ୍ଡର ଦ୍ରୁତ ବୋଲର ଷ୍ଟୁଆର୍ଟ ବର୍ଡଙ୍କ ୪୩୭ଟି ୱିକେଟ୍ ସହ ସମକକ୍ଷ ହୋଇଛନ୍ତି।
ବିଶ୍ୱରେ ଷ୍ଟେନ୍ ଟେଷ୍ଟ କ୍ରିକେଟ୍ରେ ସର୍ବାଧିକ ୱିକେଟ୍ ଦଖଲ କରିବା ତାଲିକାର ୭ ନଂ ସ୍ଥାନରେ ଯୁଗ୍ମ ଭାବେ ରହିଛନ୍ତି। କିନ୍ତୁ ଏବେ ଷ୍ଟେନ୍ ଦକ୍ଷିଣ ଆଫ୍ରିକାର ସର୍ବାଧିକ ୱିକେଟ ଦଖଲକାରୀ କ୍ରିକେଟର ହୋଇଯାଇଛନ୍ତି।
ଟେଷ୍ଟ କ୍ରିକେଟରେ ସର୍ବାଧିକ ୱିକେଟ୍ ନେଇଥିବା ଖେଳାଳି ତାଲିକାରେ ଶ୍ରୀଲଙ୍କାର ମୁଥିଆ ମୁରଲୀଧନର(୮୦୦), ଅଷ୍ଟ୍ରେଲିଆର ଶେନ୍ ୱାର୍ଣ୍ଣ(୭୦୮), ଅନୀଲ କୁମ୍ବଲେ(୬୧୯), ଇଂଲଣ୍ଡର ଜେମ୍ସ ଆଣ୍ଡରସନ୍(୫୭୫), ଅଷ୍ଟ୍ରେଲିଆର ଗ୍ଲେନ୍ ମ୍ୟାକଗ୍ରାଥ(୫୬୩) ଓ ୱେଷ୍ଟଇଣ୍ଡିଜ୍ର ସି ୱାଲଶ(୫୧୬) ରହିଛନ୍ତି।

Related posts

IPL 2026 ଫାଇନାଲରେ ପହଞ୍ଚିଲା RCB , 3 ବଲ୍ ରେ 2ଟି ଭୁଲ ଯୋଗୁଁ ଗୁଜରାଟ ହାରିଗଲା

ମହମ୍ମଦ ଶାମିଙ୍କୁ କୋର୍ଟ ଦୋଷମୁକ୍ତ କଲେ…

୭୦ବର୍ଷ ପରେ ଅଷ୍ଟ୍ରେଲିଆ ମାଟିରେ ଟେଷ୍ଟ ବିଜୟୀ

Odisha Sports Bureau